Home ଓଡ଼ିଶା ସୁପରସୋନିକ୍ ମିସାଇଲ୍‌‘ସ୍ମାର୍ଟ’ର ପରୀକ୍ଷା ସଫଳ

ସୁପରସୋନିକ୍ ମିସାଇଲ୍‌‘ସ୍ମାର୍ଟ’ର ପରୀକ୍ଷା ସଫଳ

125

ବାଲେଶ୍ୱର, ୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ‘ଡିଆରଡିଓ’ ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରା ଅବଦୁଲ କଲାମ ଦୀପରୁ ସୁପରସୋନିକ‘ସ୍ମାର୍ଟ’(ସୁପରସୋନିକ ମିଶାଇଲ୍ ଆସିଷ୍ଟେଡ଼ ରିଲିଜ ଅଫ ଟର୍ପେଡ଼ୋ)ର ସଫଳ ପରୀକ୍ଷା ଆଜି କରାଯାଇଛି। ସକାଳ ୧୧.୪୫ ମିନିଟ ସମୟରେ ଏହି ପରୀକ୍ଷା କରାଯାଇଥିଲା ବେଳେ ପରୀକ୍ଷା ସଫଳ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ‘ସ୍ମାର୍ଟ’ ହେଉଛି କ୍ଷେପଣାସ୍ତ୍ର ଦ୍ୱାରା ପରିଚାଳିତ ଅଳ୍ପଓଜନ ବିଶିଷ୍ଟ ବୁଡ଼ାଜାହାଜ ବିଧ୍ୱଂସକାରୀ ଟର୍ପେଡୋ ସିଷ୍ଟମ। ଯାହା କ୍ଷେପଣାସ୍ତ୍ର ଦ୍ୱାରା ପରିଚାଳିତ ହେବ ଓ ନିର୍ଦ୍ଦିଷ୍ଟ ସ୍ଥାନରେ ଶତ୍ରୁ ପକ୍ଷର ବୁଡ଼ାଜାହାଜକୁ ଧ୍ୱଂସ କରିପାରିବ। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରୀକ୍ଷା ବେଳେ ରାଡାର ଓ ଇଲେକଟ୍ରୋମେଟ୍ରିକ ସିଷ୍ଟମ ଜରିଆରେ ମିଶାଇଲକୁ ନିୟନ୍ତ୍ରଣ କରାଯାଇଥିଲା। ‘ସ୍ମାର୍ଟ’ ପ୍ରସ୍ତୁତିରେ ଡିଆରଡିଏଲ, ହାଇଦ୍ରାବାଦର ଆରସିଆଇ, ଆଗ୍ରାର ଏଡିଆରଡିଇ ଓ ବିଶାଖାପାଟଣାର ଏନଏସଟିଏଲ ସହଯୋଗ କରିଛନ୍ତି। ଆଣ୍ଟି ସବମେରାଇନ ଯୁଦ୍ଧ କ୍ଷେତ୍ରରେ ‘ସ୍ମାର୍ଟ’ ଗେମଚେଞ୍ଜର ହେବ ବୋଲି ଡିଆରଡିଓ ଚେୟାରମେନ ସତୀଶ ରେଡ୍ଡୀ କହିଛନ୍ତି। ପ୍ରତିରକ୍ଷା ବିଭାଗ ସୂତ୍ରରୁ ଆହୁରି କୁହାଯାଇଛି ଯେ ସୁପରସୋନିକ ମିଶାଇଲ ସହ ଏହି ଟର୍ପେଡୋ ସଫଳତାର ସହିତ ଉତକ୍ଷେପଣ ହେବା ପରେ ସଠିକ ସମୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା। ମିସାଇଲରେ ସଂଶ୍ଳିଷ୍ଟ ହାଇବ୍ରିଡ଼ ଟେକନୋଲୋଜି ସହାୟତାରେ ସମସ୍ତ ତଥ୍ୟ ଦେବା ସହିତ ବୁଡ଼ା ଜାହାଜର ନିର୍ଦ୍ଦିଷ୍ଟ ସ୍ଥାନ ବା ଲକ୍ଷ୍ୟ ସ୍ଥଳକୁ ଚିହ୍ନଟ କରିଥିଲା। ସବୁଠାରୁ ଉଲ୍ଲେଖନୀୟ ବିଷୟ କି, ଏହି ମିଶାଇଲର ଉଡ଼ାଣ ସମୟରେ ହିଁ ଲକ୍ଷ୍ୟସ୍ଥଳ ଚିହ୍ନଟ ହୋଇଥିଲା। ଲକ୍ଷ୍ୟସ୍ଥଳ ବା ବୁଡ଼ା ଜାହାଜର ଖୁବ ନିକଟବର୍ତ୍ତୀ ହେବା ପରେ ଟର୍ପେଡୋ ମିଶାଇଲରୁ ଅଲଗା ହୋଇଥିଲା ଓ ଲକ୍ଷ୍ୟଭେଦ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.