Home ଓଡ଼ିଶା ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା: ଡିଆରଡିଓ ପକ୍ଷରୁ ଅଭ୍ୟାସର ସଫଳ ପରୀକ୍ଷଣ

ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା: ଡିଆରଡିଓ ପକ୍ଷରୁ ଅଭ୍ୟାସର ସଫଳ ପରୀକ୍ଷଣ

155

ନୂଆଦିଲ୍ଲୀ/ଭୁବନେଶ୍ୱର: ମଙ୍ଗଳବାର ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ସଫଳତାର ସହ କରାଯାଇଛି। ଓଡ଼ିଶାର ବାଲେଶ୍ଵର ସ୍ଥିତ ଆଇଟିଆରରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି। ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ ଯାନକୁ ସଫଳତାର ସହିତ ଉଡ଼ାଯାଇଥିଲା। ଏହି ଯାନ ବିଭିନ୍ନ କ୍ଷେପଣାସ୍ତ୍ର ପଦ୍ଧତିର ମୂଲ୍ୟାୟନ ପାଇଁ ଲକ୍ଷ୍ୟ ଭାବେ ବ୍ୟବହାର କରାଯାଇଥାଏ। ବିଭିନ୍ନ ରାଡାର ଏବଂ ଇଲେକ୍ଟ୍ରୋ- ଅପ୍ଟିକ୍ ସିଷ୍ଟମ ମାଧ୍ୟମରେ ଏହି ପରୀକ୍ଷଣ ଉପରେ ନଜର ରଖାଯାଇଥିଲା। ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓକୁ ଅଭିନନ୍ଦନ ଜଣାଇବା ସହ ଏହାକୁ ବିଭିନ୍ନ କ୍ଷେପଣାସ୍ତ୍ର ପ୍ରଣାଳୀର ମୂଲ୍ୟାଙ୍କନ ପାଇଁ ବ୍ୟବହାର କରାଯାଇପାରିବ ବୋଲି କହିଛନ୍ତି।

ଡିଆରଡିଓର ବିମାନ ବିକାଶ ପ୍ରତିଷ୍ଠାନ (ଏଡିଇ) ପକ୍ଷରୁ ଅଭ୍ୟାସର ପରିପାଟି ବିକଶିତ ହୋଇଛି। ଏହି ବାୟୁ ଯାନ ଦୁଇଟି ଅଣ୍ଡର ସ୍ଲଙ୍ଗ ବୁଷ୍ଟର ସାହାଯ୍ୟରେ ଛଡ଼ା ଯାଇଥାଏ। ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନରୁ ଲାପଟପ ଜରିଆରେ ଏହି ବାୟୁ ଯାନର ଗତିବିଧି ଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇଥାଏ। ପରୀକ୍ଷା ବେଳେ ୫ କିଲୋମିଟର ଉଚ୍ଚତାରେ ଏହାକୁ ବ୍ୟବହାର କରାଯାଏ ଏବଂ ଏହି ଯାନ ସଫଳତାର ସହ ସମସ୍ତ ଲକ୍ଷ୍ୟ ହାସଲ କରିପାରୁଥିବା ଜଣାପଡ଼ୁଛି। ପ୍ରତିରକ୍ଷା ସୂତ୍ରରୁ କୁହାଯାଇଛି ଯେ ପାଇଲଟ ବିନା ଏହି ବିମାନ ଅନେକ ପ୍ରକାରର କ୍ଷେପଣାସ୍ତ୍ର ପରୀକ୍ଷା କରିବା ପାଇଁ ବ୍ୟବହୃତ ହେବ। ଅଭ୍ୟାସ ଏକ ଛୋଟ ଗ୍ୟାସ ଟର୍ବାଇନ ଇଞ୍ଜିନ ଏବଂ ଏମଇଏମଏସ୍ ନାଭିଗେସନ୍ ସିଷ୍ଟମରେ କାର୍ଯ୍ୟ କରେ। ଡିଆରଡିଓ ଅନୁଯାୟୀ ଏହା ଅଭିନବ ପ୍ରଯୁକ୍ତିର ଏକ ଉଦାହରଣ ଏବଂ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିବ। ଏହି ଅଭ୍ୟାସ ଏରୋନେଟିକାଲ୍ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଏଡିଇ)ରେ ବିକଶିତ କରାଯାଉଛି। /-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.