Home Top News ଡ. ସୁନୀତି ମୁଣ୍ଡ ହେଲେ ଭୁବନେଶ୍ୱର ବିଜେପି ମେୟର୍ ପାର୍ଥି

ଡ. ସୁନୀତି ମୁଣ୍ଡ ହେଲେ ଭୁବନେଶ୍ୱର ବିଜେପି ମେୟର୍ ପାର୍ଥି

152

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପ୍ରଥମେ କଂଗ୍ରେସ ଏବଂ ପରେ ବିଜେଡି ପରେ ବିଜେପି ଆଜି ତାର ଭୁବନେଶ୍ୱର ମହାନଗର ନିଗମ ମେୟର୍ ପାର୍ଥି ଘୋଷଣା କରିଛି। ରାଜ୍ୟ କାର୍ଯ୍ୟଳୟରେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଡ. ସୁନୀତି ମୁଣ୍ଡଙ୍କ ନାମ ବିଜେପି ମେୟର୍ ପାର୍ଥି ଭାବରେ ଘୋଷଣା କରିଛନ୍ତି। ସୁନୀତି ଏକାଧାରରେ ଜଣେ ଲେଖିକା, ସ୍ତମ୍ଭକାର, ସମ୍ପାଦିକା, ପ୍ରକାଶିକ ଏବଂ ନିର୍ଦ୍ଦେଶିକା ଅଟନ୍ତି। ସୁନୀତି ଗବେଷଣା ଏବଂ କ୍ରିଏଟିଭ୍ ରାଇଟିଙ୍ଗ୍ ପାଇଁ ମୟିସୁର ୟୁନିଭରସିଟିରୁ ଡକ୍ଟରେଟ୍ ଉପାଧି ପାଇଛନ୍ତି। ଏହାସହ ସେ କୋଲକାତା ସ୍ଥିତ ଇଣ୍ଟରନ୍ୟାସନାଲ୍ ଭର୍ଚୁଆଲ୍ ୟୁନିଭର୍ସିଟି ଅଫ୍ ପିସ୍ ଆଣ୍ଡ ଏଜୁକେସନ୍ ପକ୍ଷରୁ ବିଶ୍ୱ ଶାନ୍ତି ପୁରସ୍କାର, ରାଜଧାନୀ ପୁସ୍ତକ ମେଳାରେ କ୍ଷୁଦ୍ର ଗଳ୍ପ ପୁରସ୍କାର, ଡ. ମହତାବ ଯୁବ ପୁରସ୍କାର, ଉପେନ୍ଦ୍ର ଭଞ୍ଜ ସମ୍ମାନ, ପ୍ରଜାତନ୍ତ୍ର ଗଳ୍ପ ସମ୍ମାନ, ଜୟପୁର ପୁସ୍ତକ ମେଳା ପୁରସ୍କାର, ଫକୀର ମୋହନ ଉପନ୍ୟାସ ସମ୍ମାନ, କାବ୍ୟ ଭାରତୀ ସୁନ୍ଦରମଣି ପୁରସ୍କାର, ଗଦାଧର ସାହିତ୍ୟ ସମ୍ମାନ ଏବଂ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସାହିତ୍ୟ ସମ୍ମାନ ଆଦି ପାଇଛନ୍ତି। ଏହା ସହିତ ସୁନୀତି ଇନଷ୍ଟିଚ୍ୟୁଟ୍ ଅଫ୍ ଲିଟରେଚର୍, ଦକ୍ଷ ଫାଉଣ୍ଡେସନ୍ ନାମରେ ଏକ ଅନୁଷ୍ଠାନ କରିଛନ୍ତି ଏବଂ ତାର ଅଧ୍ୟକ୍ଷା ଅଛନ୍ତି।ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୁନୀତିଙ୍କ ନାମ ଘୋଷଣା କଲାବେଳେ ସେଠାରେ ଜିଲ୍ଲା ସଭାପତି ବାବୁ ସିଂ, ଜିଲ୍ଲା ପ୍ରଭାରୀ ଭୁବନାନନ୍ଦ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତ ଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.