Home Top News ଅପରାଧି ଗିରଫ ନେଇ ବିଜେପି ନେତ୍ରୀ ଅବଗତ ନାହାନ୍ତି: ବିଜେଡି

ଅପରାଧି ଗିରଫ ନେଇ ବିଜେପି ନେତ୍ରୀ ଅବଗତ ନାହାନ୍ତି: ବିଜେଡି

30

ଭୁବନେଶ୍ୱର, ୦୭/୦୧ (ଓଡ଼ିଆ ପୁଅ) : ବିଜେପିର ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ବୋଧହୁଏ ଜାଣିନାହାନ୍ତି ଯେ, ମାହାଙ୍ଗା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନଙ୍କୁ ଅପରାଧ ଘଟିବାର ୪୮ଘଣ୍ଟା ମଧ୍ୟରେ ଗିରଫ କରାଯାଇ ସାରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରହିଛି ଯିଏ କି ନିଜେ ଅସ୍ତ୍ର ଦ୍ୱାରା ଆଘାତ କରିଛି। ବିଜେପିର ଓଡିଶା ପ୍ରଭାରୀଙ୍କୁ ଜବାବ ଦେଇ ଏହା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର କହିଛନ୍ତି ଯେ, ବିଜେଡି ସରକାର ହିଂସାକାଣ୍ଡ କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିବା ସହିତ ଅପରାଧିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ। ଯାହାକୁ ଓଡିଶାବାସୀ ପସନ୍ଦ କରିବା ସହିତ ପଞ୍ଚମଥର ପାଇଁ ବିଜେଡି ହାତରେ ରାଜ୍ୟ ଶାସନର ଡୋରି ଧରାଇଛନ୍ତି। ହେଲେ ବିଜେପିର ଓଡିଶା ପ୍ରଭାରୀ ଏ ସଂକ୍ରାନ୍ତରେ ଅବଗତ ନାହାନ୍ତି।

ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ସହିତ ପୀଡିତ ପରିବାରକୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ। ବିଜେଡି ସରକାର ଏଥିପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଡକ୍ଟର ପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.