Home Coronavirus Outbreak କୋଭିଡ-19 ଉପରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ରାଜ୍ୟମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କଲେ...

କୋଭିଡ-19 ଉପରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ରାଜ୍ୟମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କଲେ ଡକ୍ଟର ହର୍ଷ ବର୍ଦ୍ଧନ

113

କୋଭିଡ-19 ବିରୋଧରେ ସଂଗ୍ରାମ ଲାଗି ଭାରତର ଜନସାଧାରଣ ଦୃଢ଼ ସଂକଳ୍ପ ଗ୍ରହଣ କରିବା ସକାଶେ ମୋବାଇଲ୍ଆପ୍“ଆରୋଗ୍ୟ ସେତୁ”କୁ ପ୍ରୋତ୍ସାହିତ କରିବାକୁ ଦେଲେ ପରାମର୍ଶ

କୋଭିଡ-19 ସଂକ୍ରମଣକୁ ନିୟନ୍ତ୍ରଣାଧୀନ ରଖିବା ସକାଶେ ରାଜ୍ୟମାନଙ୍କ ପ୍ରୟାସକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଶଂସା

ନୂଆ ଦିଲ୍ଲୀ ୧୦-୪ (ଓଡ଼ିଆ ପୁଅ)  “ବୈଶ୍ୱିକ ମହାମାରୀ କୋଭିଡ-19 ସଂକ୍ରମଣକୁ ରୋକିବା ଓ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ସକାଶେ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ର ସରକାରଙ୍କ ପ୍ରୟାସକୁ ମୁଁ ଭୂୟସୀ ପ୍ରଶଂସା କରୁଛି” ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି। ଆଜି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ/ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକରେ ଉଦବୋଧନ ଦେଇ ଡକ୍ଟର ହର୍ଷବର୍ଦ୍ଧନ ଏହା କହିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ କୋଭିଡ-19 ମହାମାରୀକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କ ପ୍ରସ୍ତୁତି ଏବଂ ସେମାନେ ଏଯାବତ୍ଗ୍ରହଣ କରିଥିବା କାର୍ଯ୍ୟପନ୍ଥା ସଂପର୍କରେ ସମୀକ୍ଷା କରାଯାଇଥିଲା।

ଏହି ଭିଡ଼ିଓ କନଫରେନ୍ସିଂ ସମୀକ୍ଷା ବୈଠକରେ ଓଡ଼ିଶା ସମେତ ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, କେରଳ, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ପଞ୍ଜାବ, ବିହାର, ତେଲଙ୍ଗାନା, ହରିଆଣା, ଆସାମ, ଚଣ୍ଡୀଗଡ଼, ଝାଡ଼ଖଣ୍ଡ, ଆଣ୍ଡାମାନ ଓ ନିକୋବର, ଛତିଶଗଡ଼, ମଣିପୁର, ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ, ତ୍ରିପୁରା, ସିକିମ, ନାଗାଲାଣ୍ଡ, ତାମିଲନାଡ଼ୁ ଏବଂ ଦାଦ୍ରା ଓ ନଗର ହାବେଳୀର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ବୈଠକରେ ଉଦବୋଧନ ଦେଇ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଲେ ଯେ “ ମହାମାରୀ କରୋନା ବିରୋଧରେ ଲଢ଼େଇ ଏବେ ତିନି ମାସର ପୁରୁଣା ହୋଇଛି ଏବଂ ଏହାକୁ ପ୍ରତିରୋଧ, ନିୟନ୍ତ୍ରଣ ଓ ପରିଚାଳନା କରିବା ଦିଗରେ ସାରା ଦେଶ ଲଢ଼େଇ କରିଚାଲିଛି। କେନ୍ଦ୍ର ସରକାର ଅତି ଉଚ୍ଚ ସ୍ତରରେ ରାଜ୍ୟମାନଙ୍କ କାର୍ଯ୍ୟକ୍ରମକୁ ଅତି ସତର୍କତାର ସହ ମନିଟର କରୁଛନ୍ତି।” ‘ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ କୋଭିଡ-19 ବିରୋଧରେ ଅନେକ ଆଗୁଆ, ସକାରାତ୍ମକ ଏବଂ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି। ଏଭଳି ସମୟୋଚିତ ପଦକ୍ଷେପ ଗ୍ରହଣ ଆମକୁ ଉତ୍ପନ୍ନ ସ୍ଥିତିର ପରିଚାଳନା କରିବାରେ ସହାୟକ ହୋଇଛି ଏବଂ ଆଗକୁ ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଲ କରିବା ନିମନ୍ତେ ରାଜ୍ୟମାନେ ପ୍ରସ୍ତୁତ ରହିବା ଆବଶ୍ୟକ” ବୋଲି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି।

ଆଗାମୀ କେଇ ସପ୍ତାହ ସାରା ଦେଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ଡକ୍ଟର ହର୍ଷବର୍ଦ୍ଧନ କହିଲେ ଯେ, ଏହାଦ୍ୱାରା ଏହି ଜଟିଳ ମହାମାରୀର ସଂକ୍ରମଣ ଚେନକୁ ତୁଟାଇ ଦିଆଯାଇପାରିବ। ତେଣୁ ସାମାଜିକ ଦୂରତା ରକ୍ଷା ଓ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଯାହାକି ସେମାନଙ୍କୁ କୋଭିଡ- 19 ସଂକ୍ରମଣ ବିରୋଧରେ ଦୃଢ଼ ଓ ସାମୂହିକ ସଂଗ୍ରାମ କରିବାରେ ସହାୟକ ହେବ ତାହା ବଜାୟ ରଖିବା ଲାଗି ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଲେ ଯେ ରାଜ୍ୟମାନେ ଅଧିକ ସଚେତନ ରହିବା ଆବଶ୍ୟକ ଯେ ଗର୍ଭବତୀ ମହିଳା, ଡାଏଲିସିସ୍ହେଉଥିବା ରୋଗୀ ଏବଂ ଯେଉଁମାନେ ଥାଲାସେମିଆ ଭଳି ରୋଗରେ ଆକ୍ରାନ୍ତ ସେମାନଙ୍କର ଚିକିତ୍ସା/ଚିକିତ୍ସା ଆବଶ୍ୟକତା ପୂରଣ ଦିଗରେ ଯେପରି କୌଣସି ଅବହେଳା ନହୁଏ। ସେ ଆହ୍ୱାନ ଜଣାଇଥିଲେ ଯେ ରାଜ୍ୟ / କେନ୍ଦ୍ରଶାସିତ କ୍ଷେତ୍ରମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ଏବଂ ଏଥିପାଇଁ ମୋବାଇଲ୍ୟୁନିଟ୍ମାନଙ୍କ ଜରିଆରେ ରକ୍ତଦାନର ଆୟୋଜନ କରିବା ଉଚିତ ଯଦ୍ୱାରା କୌଣସି ପରିସ୍ଥିତିରେ ସୁଦ୍ଧା ରକ୍ତର ଅଭାବ ଯେଭଳି ଅନୁଭୂତ ହେବନାହିଁ।

ଡକ୍ଟର ହର୍ଷବର୍ଦ୍ଧନ ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟରେ ସ୍ଥାପନ କରାଯାଇଥିବା ସ୍ୱତନ୍ତ୍ର ଉତ୍ସର୍ଗୀକୃତ କୋଭିଡ-19 ହସପିଟାଲର ସ୍ଥିତି ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ସେ କହିଲେ ଯେ “ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଉତ୍ସଗୀକୃତ କୋଭିଡ-19 ହସପିଟାଲ ସ୍ଥାପନର ଆବ୍ୟଶ୍ୟକତା ରହିଛି ଏବଂ ଏ ସଂପର୍କରେ ରାଜ୍ୟ ସରକାରମାନେ ଲୋକମାନଙ୍କୁ ବିଜ୍ଞପିତ କରିବା ଉଚିତ ଯାହା ଫଳରେ କି ସେମାନେ ଏ ସଂପର୍କରେ ଅଧିକ ତଥ୍ୟ ଜାଣି ପାରିବେ।”

ଡକ୍ଟର ହର୍ଷବର୍ଦ୍ଧନ ପ୍ରତ୍ୟେକ ରାଜ୍ୟର ପିପିଇ, ଏନ95 ମାସ୍କ, ଟେଷ୍ଟିଂ କିଟ୍, ଔଷଧ ଓ ଭେଣ୍ଟିଲେଟରର ଉପଲବ୍ଧତା ଓ ଆବଶ୍ୟକତା ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ ଏବଂ ସମସ୍ତଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେଯେ ଭାରତ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି ଯେ କୌଣସି ରାଜ୍ୟ ପାଇଁ ଯେଭଳି ଏଭଳି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ଅଭାବ ନହୁଏ। ଏଥି ନିମନ୍ତେ ଏଭଳି ଜଟିଳ ଉପକରଣ କ୍ରୟ ସକାଶେ ସରକାର ଅର୍ଡ଼ର ଦେଇସାରିଛନ୍ତି। ସେ ସୂଚାଇଥିଲେ ଯେ ରାଜ୍ୟମାନଙ୍କ ଆଂଶିକ ଆବଶକ୍ୟକତା ବନାମ ସେମାନେ ଯେଉଁ ଆବଶ୍ୟକତା ଉପସ୍ଥାପନ କରିଛନ୍ତି ତାହା ପୂରଣ କରାଯାଉଛି। କେଉଁ ବର୍ଗର ସ୍ୱାସ୍ଥ୍ୟ କର୍ମୀ/ ପ୍ରଫେସନାଲ କେଉଁ କିଷମର ପିପିଇ ପିନ୍ଧିବେ ତାହାର ବିସ୍ତୃତ ଗାଇଡ଼ଲାଇନ ମନ୍ତ୍ରଣାଳୟର ୱେବସାଇଟ୍(www.mohfw.gov.in)ରେ ଉପଲବ୍ଧ ରହିଛି। ରାଜ୍ୟମାନେ ସେସବୁ ସଂସାଧନର ଉପଯୁକ୍ତ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ପୋଷଣ କରିଥିଲେ। ସେ କହିଲେ ଯେ ମୁହଁକୁ ଘୋଡ଼ାଇ ରଖିବା ନିମନ୍ତେ ଯେଉଁ ଗାଇଡ଼ଲାଇନ ରହିଛି ତାହା ମନ୍ତ୍ରଣାଳୟର ୱେବସାଇଟରେ ଉପଲବ୍ଧ ଓ ତାହାକୁ ଗୋଷ୍ଠୀମାନଙ୍କରେ ସଫଳତାର ସହ ଉପଯୋଗ କରାଯିବା ଆବଶ୍ୟକ। ପୁନଶ୍ଚ, ରାଜ୍ୟମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ସଫଳ କାର୍ଯ୍ୟାନୁଷ୍ଠାନ ସଂପର୍କରେ ନିଜର ମତ ରଖି ଡକ୍ଟର ହର୍ଷବଦ୍ଧନ କହିଲେ ଯେ ପ୍ରତ୍ୟେକ ରାଜ୍ୟ ଅନ୍ୟ ରାଜ୍ୟର ଶ୍ରେଷ୍ଠ କାର୍ଯ୍ୟାନ୍ୱୟନକୁ ଅନୁସରଣ କରିବା ଉଚିତ।

‘ଆରୋଗ୍ୟ ସେତୁ’ ଆପକୁ ସମସ୍ତେ ଡାଉନଲୋଡ଼ କରି ଉପଯୋଗ କରିବା ଉଚିତ। କାରଣ ଏହାଦ୍ୱାରା ଲୋକମାନେ କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରୁ କେତେ ରିସ୍କରେ ଅଛନ୍ତି ତାହା ଜାଣି ପାରିବେ। ଥରେ ତାହା ସ୍ମାର୍ଟ ଫୋନରେ ସ୍ଥାପନ ହୋଇଯିବା ପରେ ଏହି ଆପ୍ସଂକ୍ରମଣର ରିସ୍କକୁ ଆକଳନ କରିବ ଯାହାକି ଅତ୍ୟାଧୁନିକ ପାରାମିଟରରେ ପ୍ରସ୍ତୁତ କରାଯାଇଛି।

ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ସୁଶ୍ରୀ ପ୍ରୀତି ସୁଦନ, ସ୍ୱତନ୍ତ୍ର ସଚିବ ଶ୍ରୀ ସଞ୍ଜୀବ କୁମାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.