ବୋଧେ,ଓଡ଼ିଶାରେ ଏବେ ଡବଲ ଇଞ୍ଜିନ ଲାଗିଯାଇଛି।କିନ୍ତୁ କମ୍ପାନୀ ଅଲଗା ଅଲଗା।ଗୋଟେ ବିଜେପି ଇଞ୍ଜିନ, ଗୋଟେ ବିଜେଡି ଇଞ୍ଜିନ!ଆପଣମାନେ ଖୁସି ତ’?
ଭୁବନେଶ୍ୱର: ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିଥିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ଓଡ଼ିଶାରେ ବିକାଶ ଗତି ଅତି ମନ୍ଥର।ଓଡ଼ିଶାରେ ଦ୍ରୁତ ବିକାଶ କରିବାକୁ ହେଲେ ଡବଲ ଇଞ୍ଜିନ ଦରକାର।ମୋଦୀ ଏପରି କହିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେହି କଥାଟିକୁ (ଡବଲ ଇଞ୍ଜିନ) ବାରମ୍ବାର ଦୋହରାଇଲେ।କିନ୍ତୁ ଓଡ଼ିଶା ଲୋକ ସେକେଣ୍ଡ ଇଞ୍ଜିନ ପାଇଁ ବିଜେପିକୁ ପ୍ରତ୍ୟାଖ୍ୟାନ କରିଦେଲେ।ମିଶନ ୧୨୦ ଫୁସ୍ ହୋଇଗଲା।
ଏବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ବଜେଟ ଆଗତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବକ୍ତବ୍ୟ ରଖିଥିଲେ।ବଜେଟକୁ ତ’ ମୋଦୀ ପ୍ରଶଂସା କଲେ।ଏତଦ୍ ବ୍ୟତୀତ ମୋଦୀ “ଏକ ଦେଶ, ଏକ ନିର୍ବାଚନ” ଉପରେ କହିବାକୁ ଯାଇ ଓଡ଼ିଶା ସନ୍ଦର୍ଭରେ କିଛି କହିଥିଲେ।ଯାହା ଡବଲ ଇଞ୍ଜିନ, କିନ୍ତୁ କମ୍ପାନୀ ଭିନ୍ନଭିନ୍ନ କଥାକୁ ବୁଝାଉଛି।ଗୋଟେ ବିଜେପି ଇଞ୍ଜିନ ଆଉଟେ ବିଜେଡି ଇଞ୍ଜିନ।ଏହାପରେ ଅନ୍ୟ ଏକ ଭାଷଣରେ ମୋଦୀ ଆଉ ଏକ କଥା କହିଥିଲେ।ମୋଦୀ କହିଥିଲେ, ରାଜ୍ୟ ସରକାରଙ୍କ ସହ ମିଶି ସେ କାମ କରିବାକୁ ଚାହୁଁଛନ୍ତି।ମିଶିକି କାମ କରିବା ଅର୍ଥ ମିଶିକି ସରକାର ଗଢ଼ିବା ନୁହେଁ, ବିକାଶ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ହୋଇ କାମ କରିବା।
କି’ଏ ହେବ ବିଜେପି ରାଜ୍ୟ ସଭାପତି? କସରତ ଆରମ୍ଭ: ମୂଳ କଣ୍ଟା ତ’ ହଟିଯାଇଛି!

ତେବେ, ଏହା ପୂର୍ବରୁ “ଏକ ଦେଶ, ଏକ ନିର୍ବାଚନ” ଉପରେ କହିଲା ବେଳେ ମୋଦୀ ଓଡ଼ିଶା ଉଦାହରଣ ଦେଇ କହିଥିଲେ, ଓଡ଼ିଶାର ଜନସାଧାରଣ ଲୋକସଭା ପାଇଁ ଗୋଟିକରେ ଏବଂ ବିଧାନସଭା ପାଇଁ ଗୋଟିକରେ ଭୋଟ ଦେଇ ପରିପକ୍ୱତାର ପରିଚୟ ଦେଇଛନ୍ତି।ମୋଦୀ କହିଥିଲେ, “ଏକ ଦେଶ, ଏକ ନିର୍ବାଚନ” କ୍ଷେତ୍ରରେ ଓଡ଼ିଶା ଏକ ଭଲ ଉଦାହରଣ।ଏଠି ଗ୍ରାମୀଣ କ୍ଷେତ୍ର ଅଧିକ।ଓଡ଼ିଶା ଏକ ବିକଶିତ ରାଜ୍ୟ ନୁହେଁ।କିନ୍ତୁ, “ଏକ ଦେଶ ଏକ ନିର୍ବାଚନ” କ୍ଷେତ୍ରରେ ଓଡ଼ିଶା ଏକ ରୋଲ ମଡେଲ।ବହୁ ରାଜନୈତିକ ଦଳ “ଏକ ଦେଶ ଏକ ନିର୍ବାଚନ”କୁ ବିରୋଧ କରୁଥିବା ବେଳେ ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକା ସମୟରେ ହୋଇଥିଲା।ଓଡ଼ିଶାର ଭୋଟର ଲୋକସଭା ପାଇଁ ବିଜେପିକୁ ଏବଂ ବିଧାନସଭା ପାଇଁ ବିଜେଡିକୁ ଭୋଟ ଦେଇ ପରିପକ୍ୱତାର ପରିଚୟ ଦେଇଛନ୍ତି।ଏକା ସମୟରେ ବିବେକ ଏବଂ ବୁଦ୍ଧିର ପୂରା ଜ୍ଞାନ ସେମାନଙ୍କ ନିକଟରେ ଅଛି।ଏପରିକି ଏପରି ସ୍ଥାନ ଅଛି, ଯେଉଁଠି ସମସ୍ତ ବିଧାନସଭା ଆସନ ବିଜେଡି ପାଇଥିବା ବେଳେ, ଲୋକସଭା ପାଇଁ ବିଜେପି ପାଇଛି।ଭୋଟରମାନେ ନିଜ ପସନ୍ଦର ଭୋଟ ଦେଇ ସରକାର ଗଢ଼ିଛନ୍ତି।ତେଣୁ, “ଏକ ଦେଶ ଏକ ନିର୍ବାଚନ” ଦ୍ୱାରା ଆଞ୍ଚଳିକ ଦଳ ଗୁଡ଼ିକ କ୍ଷତିଗ୍ରସ୍ତ ହେବାର ଯେଉଁ ଆଶଙ୍କା କରାଯାଉଛି, ତାହା ଅମୂଳକ।ଏବଂ ଏଠାରେ ଏକ ବଡ଼ କଥା ମୋଦୀ ଓଡ଼ିଶା ସନ୍ଦର୍ଭରେ ଏପରି କହିଲା ବେଳେ ପଛରେ ବସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଟେବୁଲ ବାଡେ଼ଇ ସମର୍ଥନ କରିଥିଲେ।
ଏ’ ଭିତରେ ବିଜେପି ପାର୍ଥି ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେଇ ରାଜ୍ୟସଭାକୁ ପଠାଇଛି।କେନ୍ଦ୍ର ସରକାରଙ୍କ ବଜେଟ ଆଗତ ପରେ ନବୀନ ପଟ୍ଟନାୟକ ବଜେଟକୁ ପ୍ରଶଂସା କରିଛନ୍ତି।ଲୋକସଭା ଉପବାଚସ୍ପତି ପଦ ବିଜେଡିକୁ ବିଜେପି ଯାଚିଛି।ଡଃ: ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁର (ହତ୍ୟା) ତଦନ୍ତ ପାଇଁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଦାବି ଉପସ୍ଥାପନ କରିଛନ୍ତି।ଆମେ ଯେଉଁ କଥା ଲେଖି ଆସୁଥିଲୁ, ଏବଂ ଓଡ଼ିଶାର ଏକମାତ୍ର ନେତା ଐର ଖାରବେଳ ସ୍ୱାଇଁ ଯେଉଁ କଥା କହୁଥିଲେ, ଯେ ବିଜେପି ଏବଂ ବିଜେଡି ଭିତରେ ଏକ ଅଦୃଶ୍ୟ ମେଣ୍ଟ ଅଛି।ସେହି ଅଦୃଶ୍ୟ ମେଣ୍ଟ ଏବେ ଧୀରେଧୀରେ ଦୃଶ୍ୟମାନ ହେବାକୁ ଯାଉଛି କି?ଏବଂ ଏଠି ଆଉ ଏକ ପ୍ରଶ୍ନ, ଏବେ ପାଟକୁରା ନିର୍ବାଚନ ଅଛି।ମୋଦୀଙ୍କ କହିବା ମୁତାବକ ତେବେ, ପାଟକୁରାବାସୀ କେଉଁ ପ୍ରକାର ପରିପକ୍ୱତା, ବିବେକ ଏବଂ ବୁଦ୍ଧିର ପରିଚୟ ଦେବେ?//ଦେବଦତ୍ତ ରଥ
“ତାଳି” ମାରିବା ମନା! କିନ୍ତୁ; କାହିଁକି? କାହିଁକି ତାଳି ମାରିବାକୁ ବାରଣ କଲେ ଅପରାଜିତା?

କେଉଁ ନାମ ଧରି ଡାକିବି ତୁମକୁ… ଆଗକୁ କେଉଁ ଭୂମିକା ନେବେ ଶ୍ରୀଖଣ୍ଡୀ?
