ନୂଆଦିଲ୍ଲୀ: ସାବରକରଙ୍କ ପ୍ରଶଂସା କରିଛନ୍ତି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ।ବିନାୟକ ଦାମୋଦର ସାବରକରଙ୍କୁ ଭାରତ ରତ୍ନ ଦେବା ପାଇଁ ହିନ୍ଦୁ ମହାସଭା, ଶିବସେନା ଏବଂ ମହାରାଷ୍ଟ୍ର ବିଜେପି ଦାବି କରୁଥିବା ବେଳେ କଂଗ୍ରେସ କିନ୍ତୁ ଏହାକୁ ବିରୋଧ କରୁଛି।ସ୍ୱାଧୀନତା ସଂଗ୍ରାମରେ ସାବରକରଙ୍କର କୌଣସି ଭୂମିକା ନଥିଲା ବରଂ ସେ ଇଂରେଜଙ୍କ ଜାସୁସ୍ ଥିଲେ ବୋଲି କଂଗ୍ରେସ ନେତାମାନେ କହୁଛନ୍ତି।କିନ୍ତୁ, କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭୀ ସାବରକରଙ୍କର ପ୍ରଶଂସା କରିଛନ୍ତି।ସିଂଘବୀ କହିଛନ୍ତି, ବ୍ୟକ୍ତିଗତ ଭାବରେ ସେ ସାବରକରଙ୍କର ବିଚାରଧାରାକୁ ସମର୍ଥନ କରନ୍ତି ନାହିଁ।କିନ୍ତୁ, ଏହା ସ୍ୱୀକାର କରିବାକୁ ପଡ଼ିବ ଯେ, ସାବରକର ସ୍ୱତନ୍ତ୍ରତା ସଂଗ୍ରାମରେ ପ୍ରମୁଖତାର ସହ ଅଂଶ ଗ୍ରହଣ କରିଥିଲେ, ଦେଶ ପାଇଁ ଜେଲ ମଧ୍ୟ ଯାଇଥିଲେ ଏବଂ ଦଳିତଙ୍କ ଅଧିକାର ପାଇଁ ଲଢ଼ିଥିଲେ।ସୂଚନାଯୋଗ୍ୟ କିଛି ଦିନ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ ଯେ ସାବରକରଙ୍କର ନୁହେଁ,ସେ ସାବରକରଙ୍କ ହିନ୍ଦୁତ୍ୱ ବିଚାରଧାରାର ବିରୋଧୀ।//ଦେବଦତ୍ତ ରଥ









