Home କେନ୍ଦ୍ରାପଡ଼ା କରୋନା ଭୂତାଣୁ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ବୈଠକ

କରୋନା ଭୂତାଣୁ ସମ୍ପର୍କୀତ ଜିଲ୍ଲା ସ୍ତରୀୟ ବୈଠକ

60

କେନ୍ଦ୍ରାପଡା ୧୮/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ବୁଧବାର ଅପରାହ୍ନରେ କରୋନା ଭୂତାଣୁ ସମ୍ପର୍କୀତ ଏକ ସଚେତନତା ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ମନ୍ଦିର ମସଜିଦ, ଗୁରୁଦ୍ୱାର, ଚର୍ଚ୍ଚର ପୂଜକ ଓ ପରିଚାଳନା କମିଟିର କର୍ମକର୍ତ୍ତା, ବିଭିନ୍ନ ବ୍ୟାଙ୍କର ପ୍ରତିନିଧି, ବଣିକ ସଙ୍ଘ ଓ ବସମାଲିକ ସଙ୍ଘର କର୍ମକର୍ତ୍ତା ଓ ସହରର ବୁଦ୍ଧିଜୀବିମାନେ ଯୋଗଦେଇଥିଲେ। ଜିଲ୍ଲାପାଳ ଶ୍ରୀ ବର୍ମା ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ଆହ୍ୱାନଦେଇ ଆବଶ୍ୟକ ନହେଲେ କିଛିଦିନ ପାଇଁ ଘରୁ ନବାହାରିବାକୁ ପରାମର୍ଶ ଦେଇଥିଲେ। ଆବଶ୍ୟକ ସ୍ଥଳେ ପରଷ୍ପର ମଧ୍ୟରେ ୧ମିଟର ଦ୍ୱରତ୍ୱ ରଖିବାକୁ ପରାମର୍ଶ ଦେଇଥିଲେ। ଛିଙ୍କ, କାଶ ଓ ଜ୍ୱର ହେଉଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବେ। କରୋନା ଭୂତାଣୁ ସଂକ୍ରମିତ ସନ୍ଦେହ ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୪ଦିନ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ ଗୃହରେ ରଖିବାର ବ୍ୟବସ୍ଥା କରାଯାଇଛି। ବିଶେଷ ଭାବେ ଏହି ଜିଲ୍ଲାକୁ ବିଦେଶରୁ ଫେରୁଥିବା ବ୍ୟକ୍ତିମାନେ ନିଜର ନାମ ପଞ୍ଜିକରଣ କରି ୧୪ଦିନ ଡାକ୍ତରଙ୍କ ତତ୍ୱାବଧାନରେ ଡାକ୍ତରଖାନାରେ କିମ୍ବା ନିଜ ଘରେ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିବେ। ଏହି ସମୟରେ ସେ ଅନ୍ୟମାନଙ୍କ ସହ ନମିଶିବାକୁ ପରାମର୍ଶ ଦିଆଯାଇଛି। ବିଦେଶରୁ ଆସୁୁଥିବା ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣ ଗୃହରେ ରଖିବା ସହ ସେମାନଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ୧୫ହଜାର ଟଙ୍କା ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମିଶ୍ର ଏହା ଏକ ଭୂତାଣୁ ଜନିତ ରୋଗ ଏହା ବାୟୁ ମଣ୍ଡଳରେ ଉଡେନାହିଁ କେବଳ ସ୍ପର୍ଶରେ ଏହା ବ୍ୟାପେ। ତେଣୁ ମୁହଁକୁ ଘୋଡାଇ ରଖିବାକୁ ଓ ହାତ ପରିସ୍କାର ନକରି ମୁହଁରେ ନମାରିବାକୁ ପରାମର୍ଶ ଦେଇଥିଲେ। ବିଶେଷ ଭାବରେ ହାତ ଧୋଇବାକୁ ଜନସାଧାରଣଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଘରୋଇ ନର୍ସିଂହୋମ ଗୁଡିକ କରୋନା ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରିବେ ଏବଂ ଚିକିତ୍ସା ଓ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗର ସହାୟତା ନେବେ। ଏଥିସହିତ ସେମାନେ ନର୍ସିଂହୋମ ପରିସରକୁ ପରିସ୍କାର ପରିଛନ୍ନ ରଖିବା ସହ ସେଠାକୁ ଆସୁଥିବା ରୋଗୀମାନଙ୍କ ହାତଧୁଆର ବ୍ୟବସ୍ଥା କରିବେ। ବିଶେଷ ଭାବରେ ବ୍ୟାଙ୍କ, ହାଟ, ଦୋକାନ, ବଜାର ପ୍ରଭୃତି ପରିଷ୍କାର ପରିଛନ୍ନ ରଖିବା ସହ ହାତ ଧୋଇବାର ବ୍ୟବସ୍ଥା କରିବେ। ଗୁଜବ ସୃଷ୍ଟି ଓ ପ୍ରଚାରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ଯେଉଁ ଔଷଧ ଦୋକାନୀମାନେ ମାସ୍କ ଓ ସାନିଟାଇଜର ବିକ୍ରୀ ନକରି ଗଛିତ ରଖୁଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଏଟିଏମ କାଉଁଟରକୁ ପରିଷ୍କାର ପରିଛନ୍ନ ରଖିବା ଉପରେ ଗୁରୁତ୍ୱାରୋପ କରିବା ସହ କିଛିଦିନ ପାଇଁ ଭକ୍ତମାନେ ମନ୍ଦିର ଓ ମସଜିଦରେ ଗହଳି ନକରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବିଦେଶ ଫେରନ୍ତାଙ୍କ ପାଇଁ ୧୦୪ନମ୍ବରରେ ପଞ୍ଜିକରଣ କରିବାକୁ ଥିବା ବେଳେ ଜିଲ୍ଲା ହେଲପ ଲାଇନ ପାଇଁ ୧୦୭୭ ରହିଛି। ଆବଶ୍ୟକ ସ୍ଥଳେ ଏହାର ଉପଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସହରର ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.