Home ଓଡ଼ିଶା ନର୍ସିଂହୋମ ଟିମ୍ ନିଷ୍ପତ୍ତି କିରାଣୀ ସଭାପତିଙ୍କୁ ହର୍ଟ କରିଛି …

ନର୍ସିଂହୋମ ଟିମ୍ ନିଷ୍ପତ୍ତି କିରାଣୀ ସଭାପତିଙ୍କୁ ହର୍ଟ କରିଛି …

86

ଭୁବନେଶ୍ୱର: କିରାଣୀ ସଭାପତି ବନାମ୍ ନର୍ସିଂ ହୋମ ଟିମ୍ ମଧ୍ୟରେ ଚାଲିଛି ଲଢ଼େଇ। ଓଡ଼ିଶା ବିଜେପିର ଏକ ନିର୍ଦ୍ଦିଷ୍ଟ ଜିଲ୍ଲା ସଭାପତି ଦଳ ଭିତରେ ନିଜକୁ କୁଆଡ଼େ କିରାଣୀ ସଦୃଶ୍ୟ ମନେ କରନ୍ତି। ଜିଲ୍ଲା ନେତୃତ୍ୱ ମାନଙ୍କ ମଧ୍ୟରେ ଚାଲିଥିବା ପ୍ରଭାବ ବିସ୍ତାର ନୀତି ଭିତରେ ବିଚରା ସଭାପତି ଜଣଙ୍କ ନିଜକୁ ଅସହାୟ ଅନୁଭବ କରନ୍ତି। କୌଣସି ନିଷ୍ପତ୍ତି ନେବାରେ ତାଙ୍କର କୌଣସି ଭୂମିକା ନଥାଏ। ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ନିଜକୁ ବିଧାନସଭା ନେତା ବୋଲାଉଥିବା ନେତୃତ୍ୱ ମାନଙ୍କର ନିର୍ଦ୍ଦେଶକୁ ସେ କେବଳ ଏକ କିରାଣୀ ସଦୃଶ୍ୟ ପାଳନ କରିଥାଆନ୍ତି। ଏବେ କିନ୍ତୁ ସେହି କିରାଣୀ ସଭାପତିଙ୍କ ଇଗୋ ହର୍ଟ କରିଛି। ଆଉ ଏହା କରାଇଛନ୍ତି ସଂପୃକ୍ତ ଜିଲ୍ଲାର ହେଡକ୍ୱାଟରର ତଥାକଥିତ ବିଧାନସଭା ନେତା ଆଉ ତାଙ୍କ ଟିମ୍। ସଂପୃକ୍ତ ନେତାଙ୍କ ଏକାନ୍ତ ଅନୁଗତ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ତାଙ୍କ ମୋର୍ଚ୍ଚା ଟିମ୍ ଘୋଷଣା କରିବା ପରେ ସୃଷ୍ଟି ହୋଇଛି ବିବାଦ। ନିଜକୁ କିରାଣୀ ସଦୃଶ୍ୟ ଅନୁଭବ କରୁଥିବା ଜିଲ୍ଲା ସଭାପତିଙ୍କ ବିନା ସହମତିରେ ବିବାଦୀୟ ଭାବରେ ତଥା ଏକ ଭିନ୍ନ ଢଙ୍ଗରେ ସେ ଟିମ୍ ଘୋଷଣା କରିଥିବାରୁ ଏହି ବିବାଦ ଉପୁଜିଛି। ସୋମବାର ବିଳମ୍ବିତ ରାତିରେ ହଠାତ୍ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜିଲ୍ଲା ଯୁବ ମୋର୍ଚ୍ଚା ଟିମ୍ ଘୋଷଣା କରିବା ପରେ ପରଦିନ ସକାଳୁ ଆରମ୍ଭ ହୋଇଯାଇଥିଲା ବିବାଦ। ସମସ୍ତଙ୍କ ସହମତି ନନେଇ ଜିଲ୍ଲାର ସେହି ଜଣେ ନିର୍ଦ୍ଦିଷ୍ଟ ନେତୃତ୍ୱଙ୍କ ପ୍ରରୋଚନାରେ ସେ ତରବରିଆ ଭାବରେ ଏବଂ ଏକ ବିବାଦୀୟ ଢଙ୍ଗରେ ଟିମ୍ ଘୋଷଣା କରିଥିବା କୁହାଯାଉଛି। ସେହିପରି ପୂର୍ଣ୍ଣାଙ୍ଗ ଟିମ୍ ଘୋଷଣା କରାଯାଇ ନଥିବା ବେଳେ ଅନେକ ଯୋଗ୍ୟ ଯୁବ ନେତୃତ୍ୱଙ୍କୁ ଅଣଦେଖା କରି ଟିମ୍ ଗଠନ କରାଯାଇଥିବା କୁହାଯାଉଛି। ଏପରିକି ବିଜେପିର ତୀବ୍ର ବିରୋଧୀ, ଚାଷୀ ନେତା ରାକେଶ ଟିକାୟତଙ୍କ କିଛି ଦିନ ତଳେ ସମର୍ଥକ ସାଜିଥିବା ଜଣେ ଯୁବକଙ୍କୁ ମଧ୍ୟ ଟିମରେ ନିଆଯାଇଥିବା କୁହାଯାଉଛି। ବାସ୍ତବରେ ସଂପୃକ୍ତ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଜିଲ୍ଲାର ହେଡକ୍ୱାଟରର ତଥାକଥିତ ବିଧାନସଭା ନେତାଙ୍କ ପ୍ରରୋଚନାରେ ତରବରିଆ ଏବଂ ଏକପାଖିଆ ହୋଇ ଟିମ୍ ଘୋଷଣା କରିଥିବା କୁହାଯାଉଛି। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସଂପୃକ୍ତ ନେତାଙ୍କ ନର୍ସିଂହୋମ ସହିତ ସମ୍ପର୍କରେ ରହିଥିବା ବେଳେ ଜିଲ୍ଲା ସୋସିଆଲ୍ ମିଡିଆ ସଂଯୋଜକ ମଧ୍ୟ ନେତାଙ୍କ ନର୍ସିଂ ହୋମ ସହିତ ଜଡ଼ିତ ରହିଛନ୍ତି। ଏବେ ପୁଣି ସେହି ନେତାଙ୍କ ନର୍ସିଂହୋମ ସହିତ ଜଡ଼ିତ ଆଉ ଜଣେ ଯୁବକଙ୍କୁ ଯୁବ ମୋର୍ଚ୍ଚା ଟିମରେ ନିଆଯାଇଥିବାରୁ ଜିଲ୍ଲା ବିଜେପି ଟିମକୁ ନର୍ସିଂହୋମ ଟିମ୍ ବୋଲି କୁହାଯାଉଛି। ଯାହାକୁ ନେଇ ଜିଲ୍ଲା ବିଜେପିରେ ପ୍ରବଳ ଅସନ୍ତୋଷ ରହିଥିବା ବେଳେ ନିଜକୁ କିରାଣୀ ଭଳି ଅନୁଭବ କରୁଥିବା ଜିଲ୍ଲା ସଭାପତିଙ୍କୁ ମଧ୍ୟ ହର୍ଟ କରିଛି। ଯାହାକୁ ନେଇ ବିବାଦ ଅଧିକ ତୀବ୍ର ହୋଇଛି। ସୋସିଆଲ୍ ମିଡିଆରେ ଦଳ ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଛି। ଏସବୁ ପରେ ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବ୍ୟାକଫୁଟକୁ ଚାଲି ଆସିଛନ୍ତି। ଟିମ୍ ଘୋଷଣା ନେଇ ତାଙ୍କ ସୋସିଆଲ୍ ମିଡିଆରେ କରିଥିବା ପୋଷ୍ଟ ଏବେ ଗାଏବ୍ ହୋଇଯାଇଛି। ତଥାପି ଏବେ ବି ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହାପରେ ଯୁବ ମୋର୍ଚ୍ଚା ଟିମ୍ ପୁନଃ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଉଛି।
-@DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.