Home Top News ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ୍: ଆମ ନେତା ଅପରାଜିତା!

ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ୍: ଆମ ନେତା ଅପରାଜିତା!

219

ଭୁବନେଶ୍ୱର: ଦିନେ ବିନା ତାଙ୍କ ଅନୁମତିରେ ଦଳରେ ପତ୍ରଟିଏ ହଲୁନଥିବା ବେଳେ, ଏବେ କିନ୍ତୁ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ଦଳ ଭିତରେ ହୋଇଛି ଚ୍ୟାଲେଞ୍ଜ୍। ସିଧାସଳଖ ଚ୍ୟାଲେଞ୍ଜ୍! “ଆମ ନେତା ଅପରାଜିତା” ନାମରେ ଆରମ୍ଭ ହୋଇଛି ଅଭିଯାନ। ଦଳ ଭିତରେ ଅପରାଜିତଙ୍କ ସମର୍ଥନରେ ଥିବା କାର୍ଯ୍ୟକର୍ତ୍ତା “ଆମ ନେତା ଅପରାଜିତା” ନାମରେ ଭିଡିଓ କରୁଛନ୍ତି ଏବଂ ସେହି ଭିଡିଓ ଅପରାଜିତା ଫ୍ୟାନ୍ କ୍ଲବ୍ ଫେସବୁକ୍ ପେଜରେ ଅପଲୋଡ଼ କରାଯାଉଛି। ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ସିଧାସଳଖ ଚ୍ୟାଲେଞ୍ଜ୍ ବୋଲି କୁହାଯାଉଛି। ଗତ କାଲି ୨୦ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଛି ଏବଂ ଧୀରେ ଧୀରେ ତାହା ବଢୁଛି। ଏଣେ ମନ୍ତ୍ରୀଙ୍କ ପଖାଳ ଖିଆ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ ହେଲା ବେଳକୁ ତେଣେ “ଆମ ନେତା ଅପରାଜିତା” ଭିଡିଓ ଘୁରି ବୁଲିଲାଣି। ମନ୍ତ୍ରୀ ଏଣେ ପଖାଳ ଖିଆରେ ବ୍ୟସ୍ତ ଥିବା ବେଳେ, ତେଣେ ଅପରାଜିତାଙ୍କ ଝଟକା ଯୋଗୁଁ ମନ୍ତ୍ରୀଙ୍କ ପଖାଳ ଖିଆ ନିଶା ଛାଡ଼ି ଯାଇଥିବ ବୋଧ! ସିଏ ଯାହା ହେଉ ତାଙ୍କ ଦଳ ଭିତର କଥା, ଆମେ ଆଲୋଚନା କରିବୁ କିଆଁ? କିନ୍ତୁ, ଗୋଟେ କଥା ବିଜେପିରେ ଏ’ କଣ ଚାଲିଛି, ଜବାବ୍ ମାଗୁଛି ଜନତା!
-/Dev@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.