Home Top News ଛତ୍ରପୁର ଏନଏସିକୁ ମୁନସିପାଲଟି ଘୋଷଣା କରିବା ପାଇଁ ଦାବି

ଛତ୍ରପୁର ଏନଏସିକୁ ମୁନସିପାଲଟି ଘୋଷଣା କରିବା ପାଇଁ ଦାବି

18

ଭୁବନେଶ୍ୱର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସିକୁ ମୁନସିପାଲଟି ଘୋଷଣା କରିବା ପାଇଁ ଦାବି କରିଛନ୍ତି ଭାରତୀୟ ଜନତା ପାର୍ଟିର ଏସସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା କୃଷ୍ଣ ଚନ୍ଦ୍ର ନାୟକ। କୃଷ୍ଣଚନ୍ଦ୍ର କହିଛନ୍ତି, ୧୯୫୫ମସିହାରେ ଅବସ୍ଥାପିତ ଛତ୍ରପୁର ଏନଏସି ସମସ୍ତ ମାପଦଣ୍ଡ ଥାଇ ମଧ୍ୟ ୬୫ ବର୍ଷ ବିତିଯାଇଥିଲେ ସୁଦ୍ଧା ଏ’ ପର୍ଯ୍ୟନ୍ତ ମ୍ୟୁନିସିପାଲଟି ଘୋଷଣା କରାଯାଇ ନାହିଁ। ୧୯୯୧ ମସିହାରେ ଓଡ଼ିଶାର ତତ୍କାଳିନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ରିକାପଲ୍ଲୀ ଠାରେ କୋପେରେଟ୍ ବ୍ୟାଙ୍କ୍ ଉଦଘାଟନ ଉତ୍ସବରେ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲଟି ଘୋଷଣା କରିବା କଥା କରିଥିଲେ ସୁଦ୍ଧା ୩୨ ବର୍ଷ ବିତିଗଲାଣି ସିନା ତାଙ୍କ ପୁତ୍ର ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କାର୍ଯ୍ୟକାରୀ କରୁନାହାଁନ୍ତି। ୧୯୮୯ ମସିହାରେ ହିଞ୍ଜିଳି ଏନଏସି ପ୍ରତିଷ୍ଠା ହୋଇ କୈାଣସି ମାପଦଣ୍ଡ କରାଯାଇ ମ୍ୟୁନିସିପାଲଟି ଘୋଷାଣ କରାଯାଇଛି। ମାତ୍ର ଛତ୍ରପୁର ଏନଏସିକୁ ଏପର୍ଯ୍ୟନ୍ତ କାରଯାଇନାହିଁ। ଏହା ପାତରଅନ୍ତର ଭଳି କାର୍ଯ୍ୟ କରାଯାଉଛି ବୋଲି ଶ୍ରୀ ନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତି। ତୁରନ୍ତ ଛତ୍ରପୁର ଏନଏସିକୁ ମ୍ୟୁନିସିପାଲଟି ଘୋଷଣା କରାଯାଉ, ନଚେତ ଦଳ ପକ୍ଷରୁ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି କୃଷ୍ଣ ଚନ୍ଦ୍ର ନାୟକ।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.