Home Top News ଗାଜିଆବାଦରେ ବୃଦ୍ଧଙ୍କୁ ଆକ୍ରମଣ ଘଟଣା : ସ୍ୱରା ଭାସ୍କର ଏବଂ ଟୁଇଟର ସମେତ ୫ ଜଣଙ୍କ...

ଗାଜିଆବାଦରେ ବୃଦ୍ଧଙ୍କୁ ଆକ୍ରମଣ ଘଟଣା : ସ୍ୱରା ଭାସ୍କର ଏବଂ ଟୁଇଟର ସମେତ ୫ ଜଣଙ୍କ ବିରୋଧରେ ଅଭିଯୋଗ

81

ନୂଆଦିଲ୍ଲୀ, ଜୁନ୍ ୧୭ (ଓଡିଆ ପୁଅ) ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ମୁସଲମାନ ବୃଦ୍ଧଙ୍କ ଦାଢ଼ି କାଟିବା ଘଟଣାରେ ଦିଲ୍ଲୀ ପୋଲିସ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ବିରୋଧରେ ଅଭିଯୋଗ ହୋଇଥିବା ପ୍ରକାଶ କରିଛି। ଗାଜିଆବାଦରେ ବୃଦ୍ଧଙ୍କ ସହ ହୋଇଥିବା ଆକ୍ରମଣ ମାମଲାରେ ଟ୍ୱିଟ୍ କରି ସ୍ୱରା ଭାସ୍କରଙ୍କ ସମସ୍ୟା ବଢ଼ିପାରେ ବୋଲି ଆଶଂକା କରାଯାଉଛି।

ଏହି ଅଭିଯୋଗରେ ସ୍ୱରାଙ୍କ ବ୍ୟତୀତ ଅରଫା ଖାନୁମ ଶେରୱାନି, ଆସିଫ ଖାନ, ଟ୍ୱିଟର ଇଣ୍ଡିଆ ଏବଂ ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ୱରୀଙ୍କ ନାମ ମଧ୍ୟ ରହିଛି।

ଏହି ବ୍ୟକ୍ତିମାନେ ଏହି ପ୍ରସଙ୍ଗରେ ଉତ୍ତେଜନାମୂଳକ ଟ୍ୱିଟ୍ କରିଥିବା ଅଭିଯୋଗ ହୋଇଛି।

ଓକିଲ ଅମିତ ଆଚାର୍ଯ୍ୟ ଦିଲ୍ଲୀର ତିଲକ ମାର୍ଗ ପୋଲିସ ଷ୍ଟେସନରେ ସମସ୍ତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଯଦିଓ ଏଫ୍ଆଇଆର୍ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇନାହିଁ। ପୋଲିସ କହିଛି ଯେ, ଏହି ଘଟଣାର ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.