Home Top News ଅଢ଼େଇ ବର୍ଷ ଶିଶୁକୁ ଚାଚା କଲା ଦୁଷ୍କର୍ମ ପରେ ହତ୍ୟା ଏବେ ଫାଶୀଦଣ୍ଡ

ଅଢ଼େଇ ବର୍ଷ ଶିଶୁକୁ ଚାଚା କଲା ଦୁଷ୍କର୍ମ ପରେ ହତ୍ୟା ଏବେ ଫାଶୀଦଣ୍ଡ

112

ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ଅଢ଼େଇ ବର୍ଷର ନିରୀହକୁ ତା’ର ଚିହ୍ନା ‘ଚାଚା’ ମଦପିଇ, ଶିଶୁଟିକୁ ତା’ ପିତା ସହ ଭେଟ କରିବା ପାଇଁ ଡାକି ନେଇଥିଲା। କିନ୍ତୁ ବାଟରେ ସେ ତାଙ୍କୁ ଦୁଷ୍କର୍ମ କରିବା ସହ ତଣ୍ଟିଚିପି ହତ୍ୟା କରିଥିଲା। ଏବେ ପୋକ୍ସୋ କୋର୍ଟ ଦୋଷୀକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏହି ଘଟଣା ଘଟିଛି ୟୁପିର ଗାଜିଆବାଦ ଅଞ୍ଚଳରେ। ପୋକ୍ସୋ କୋର୍ଟ ଦୁଷ୍କର୍ମ ଏବଂ ଚଣ୍ଟିଚିପି ହତ୍ୟା କରିବା ମାମଲାରେ ଅପରାଧିକୁ ପାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟରେ ଶୁଣାଣି ହେବାର ମାତ୍ର ୨୯ ଦିନ ମଧ୍ୟରେ ଏହି ନିଷ୍ପତ୍ତି ଦିଆଯାଇଛି। ଏହି ମାମଲା କବିନଗର ପୋଲିସ ଷ୍ଟେସନ ଅଞ୍ଚଳର। ଅକ୍ଟୋବର ୧୯ ରେ, ଅଢ଼େଇ ବର୍ଷ ବୟସ୍କା ନିରୀହ ଶିଶୁକୁ ତା’ର ଡାକୁଥିବା ଚାଚା ମଦପାନ କରି ତା’ ପିତାଙ୍କୁ ଭେଟାଇବା ପାଇଁ ନେଇଥିଲା। କିନ୍ତୁ ବାଟରେ ସେ ତାକୁ ଦୁଷ୍କର୍ମ କରିବା ସହିତ ଗଳା ଚିପି ହତ୍ୟା କରିଥିଲା। ଏହା ପରେ ମୃତଦେହକୁ ନିକଟସ୍ଥ ନାଳରେ ଫିଙ୍ଗି ଦେଇଥିଲା।

ରାତିରେ ନାବାଳିକାଙ୍କ ପରିବାର ପୋଲିସକୁ ସୂଚନା ଦେଇଥିଲେ। ଏହି ମାମଲାରେ ସେ ଅଭିଯୁକ୍ତ ଚନ୍ଦନଙ୍କ ଉପରେ ସନ୍ଦେହ ହୋଇଥିଲା। କିଛି ଘଣ୍ଟା ପରେ ଚନ୍ଦନଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କ ମୃତଦେହକୁ ଡ୍ରେନରୁ ଉଦ୍ଧାର କରିଥିଲା। ଅନୁସନ୍ଧାନ ବେଳେ ଗାଜିଆବାଦ ପୋଲିସ ଜାଣିବାକୁ ପାଇଥିଲାଯେ ଶିଶୁକୁ କାନ୍ଧରେ ବୋହି ନେଉଥିବା ବେଳେ ସିସିଟିଭି କ୍ୟାମେରାରେ ମଧ୍ୟ ଧରାପଡିଥିଲା। ଯାହାକି ଏହି ମାମଲା ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ଥିଲା, ଯାହା ପରବର୍ତ୍ତୀ ସମୟରେ ପ୍ରମାଣ ଭାବରେ କୋର୍ଟରେ ଉପସ୍ଥାପିତ ହୋଇଥିଲା।

୨ ମାସ ମଧ୍ୟରେ ପୋଲିସ ଏହି ମାମଲା ସହ ଜଡିତ ଏକ ଚାର୍ଜସିଟ କୋର୍ଟରେ ଦାଖଲ କରିଥିଲା। ଜାନୁଆରୀ ୧୮ ରେ, ଚନ୍ଦନ ଗାଜିଆବାଦର ପୋକ୍ସୋ କୋର୍ଟର ପ୍ରଧାନ ବିଚାରପତି ମହେନ୍ଦ୍ର ଶ୍ରୀବାସ୍ତବଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲା। ମଙ୍ଗଳବାର (ଜାନୁୟାରୀ ୨୦) ରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ଏହା ସହ ୧.୫ ଲକ୍ଷ ଜରିମାନା ମଧ୍ୟ ଲାଗୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.