Home Top News ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତ୍ୟୁ ଘଟଣା: ଗଣଶିକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବୀ କଲା...

ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତ୍ୟୁ ଘଟଣା: ଗଣଶିକ୍ଷା ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବୀ କଲା ବିଜେପି

34

ଭୁବନେଶ୍ୱର: ପୁରୀ ଜିଲ୍ଲା ୧୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ଗଣଶିକ୍ଷାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବୀ କଲା ବିଜେପି। ଏ’ ନେଇ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର- କଟକ ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶିନୀଙ୍କୁ ଭେଟି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ାଙ୍କ ସମେତ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଓମ ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଦିଲ୍ଲୀପ ନାୟକ, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱୟଂ ସେବକ ରାୟ, ନିମାପଡ଼ା ଗ୍ରାମୀଣ ମଣ୍ଡଳ ସଭାପତି ମାନସ ପ୍ରଧାନ ଏବଂ ନଗର ସଭାପତି ଦିଲୀପ ପାତ୍ର ପ୍ରମୂଖ ସାମିଲ୍ ଥିଲେ। ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଶିଶୁପାଳଗଡ଼ ଲକ୍ଷ୍ମୀ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘରୁ ବେକରେ ଗାମୁଛା ବନ୍ଧା ହୋଇ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା ଧର୍ମେନ୍ଦ୍ରଙ୍କ ମୃତଦେହ।ତେବେ, ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ, ଫେସବୁକରେ କରିଥିବା ଏକ ପୋଷ୍ଟ୍ “ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ” ନେଇ ଘଟଣା ବଡ଼ ରହସ୍ୟ ଘେରକୁ ଆସିଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ଅନେକ ଖୋଜାଖୋଜି ପରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ୧୨ ଘଣ୍ଟା ପରେ ପୋଲିସ ସନ୍ଧାନୀ କୁକୁର ସହାୟତାରେ ଘର ନିକଟ ଏକ ପ୍ଲଟରୁ ମୋବାଇଲ୍ ୨ଟିକୁ ପାଇ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ ଲ୍ୟାବକୁ ପଠାଯାଇଛି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.