Home Coronavirus Outbreak ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁଣେର...

ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁଣେର ସେରମ୍‌ ପ୍ରତିଷ୍ଠାନରେ କରିବାକୁ ଡିସିଜିଆଇର ଅନୁମତି

188

– ଭାରତର ମୃତ୍ୟୁହାର (ସିଏଫ୍‌ଆର) ୨.୧୧ ପ୍ରତିଶତକୁ ଖସିଲା
– ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୧.୮ ଲକ୍ଷରୁ ଅଧିକ

ନୂଆ ଦିଲ୍ଲୀ ୩-୮ (ଓଡ଼ିଆ ପୁଅ) ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା କଂପାନୀର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା କୋଭିଡ୍‌-୧୯ ଟିକା କୋଭିସିଲ୍‌ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁଣେ ସ୍ଥିତ ଭାରତୀୟ ସେରମ୍‌ ପ୍ରତିଷ୍ଠାନରେ କରିବା ପାଇଁ ଭେଷଜ ନିୟନ୍ତ୍ରଣ ମହାନିର୍ଦେଶକ (ଡିସିଜିଆଇ) ଅନୁମତି ପ୍ରଦାନ କରିଛନ୍ତି।

ଅପରପକ୍ଷରେ ଆକ୍ରାନ୍ତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା କମିବା (ସିଏଫ୍‌ଆର) ଏବଂ ଅଧିକ ସୁସ୍ଥ ହେବା ଘଟଣାରେ ଭାରତ ସମଗ୍ର ବିଶ୍ୱରେ ତାହାର ସଫଳତା ବଜାୟ ରଖିଛି। ଏବେ ଭାରତରେ କୋଭିଡ୍‌ ରୋଗୀଙ୍କ ମୃତ୍ୟୁସଂଖ୍ୟା ଆକ୍ରାନ୍ତଙ୍କ ଅନୁପାତରେ ସର୍ବନିମ୍ନ ସ୍ତରରେ ରହିଛି। ଆଜିର ସର୍ବଶେଷ ତଥ୍ୟ ଅନୁସାରେ ଏହି ମୃତ୍ୟୁହାର ବା ସିଏଫ୍‌ଆର ଆହୁରି ହ୍ରାସ ପାଇ ୨.୧୧ ଶତାଂଶରେ ପହଞ୍ଚିଛି। ଭାରତ ସରକାର କୋଭିଡ୍‌ ପରିଚାଳନା ପାଇଁ ଯେଉଁ ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ପ୍ରଣୟନ କରିଛନ୍ତି ଏହି ଉପଲବ୍‌ଧି ତାହାର ସଫଳ କାର୍ଯ୍ୟକାରିତାର ପରିଣତି।

ଦେଶରେ ଏବେ କୋଭିଡ୍‌ ପରିଚାଳନା ପାଇଁ ଯେଉଁ ରଣନୀତି ଗ୍ରହଣ କରାଯାଇଛି ସେଥିରେ ସବୁଠୁ ବିପଦାପନ୍ନ ଥିବା ଜନସଂଖ୍ୟାକୁ ଚିକିତ୍ସା ଓ ଯତ୍ନରେ ଅଗ୍ରାଧିକାର ଦିଆଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୦ ହଜାର ୫୭୪ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧୧ଲକ୍ଷ ୮୬ ହଜାର ୨୦୩ ଜଣ କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ହାର କୋଭିଡ୍‌ ଆକ୍ରାନ୍ତଙ୍କ ମଧ୍ୟରେ ୬୫.୭୭ ପ୍ରତିଶତ।

ଦିନକୁ ଦିନ ଅଧିକରୁ ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହେଉଥିବାରୁ ଏବେ ଆରୋଗ୍ୟ ଲାଭ କରୁଥିବା ଓ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧିପାଇ ୬ ଲକ୍ଷରେ ପହଞ୍ଚିଛି। ଏବେ ଏହି ସଂଖ୍ୟା ୬ଲକ୍ଷ ୬ହଜାର ୮୪୬ ରହିଛି। ଏହାର ଅର୍ଥ ଏବେ ଭାରତରେ ସକ୍ରିୟ କୋଭିଡ୍‌ଙ୍କ ସଂଖ୍ୟା ୫ଲକ୍ଷ ୭୯ହଜାର ୩୫୭ ରହିଛି ଏବଂ ସେମାନେ ସମସ୍ତେ ଚିକିତ୍ସା ଓ ତଦାରଖ ବ୍ୟବସ୍ଥା ମଧ୍ୟରେ ରହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ ବାହାରୁ ଭାରତରେ ନାଗରିକ ପ୍ରବେଶ ସଂକ୍ରାନ୍ତ ୨୪ ମେ’ରେ ଯେଉଁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା ସେଥିରେ ଅଳ୍ପ କିଛି ପରିବର୍ତ୍ତନ କରାଯାଇଛି। ଏହା ଅଗଷ୍ଟ ୮ ତାରିଖ ରାତି ୧୨ଟା ପରେ କାର୍ଯ୍ୟକାରୀ ହେବ। ଏ ସଂକ୍ରାନ୍ତ ସବିଶେଷ ତଥ୍ୟ

https://www.mohfw.gov.in/pdf/RevisedguidelinesforInternationalArrivals୦୨୦୮୨୦୨୦.pdf

କୋଭିଡ୍‌ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA।

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid୧୯@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov୨୦୧୯@gov.in and @CovidIndiaSeva।

କୋଭଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ: +୯୧-୧୧୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍‌ଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.