Home ଆନ୍ତର୍ଜାତୀୟ ଆପଣଙ୍କ ଡେଟିଙ୍ଗ ଆପ୍ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ – ଉଲଗ୍ନ ଫଟୋ, ଚାଟ୍,...

ଆପଣଙ୍କ ଡେଟିଙ୍ଗ ଆପ୍ ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ – ଉଲଗ୍ନ ଫଟୋ, ଚାଟ୍, ଭିଡିଓ କିମ୍ବା ବ୍ୟକ୍ତିଗତ ସୂଚନା ଡେଟିଂ ଆପରେ ସୁରକ୍ଷିତ ନୁହେଁ, ଏବେ ବଜାରରେ ମିଳୁଛି

93

ନୂଆ ଦିଲ୍ଲୀ ୬-୧୧ (ଓଡ଼ିଆ ପୁଅ) ଆଜିର ଯୁଗରେ ଅନଲାଇନ୍ ଡାଟା ଲିକ୍ ଏକ ପ୍ରମୁଖ ବିପଦ ଭାବରେ ଉଭା ହୋଇଛି। ବିଶେଷ କରି ଯେତେବେଳେ ଏକ ଡେଟିଂ ଆପ୍ କିମ୍ବା ଏକ ନିର୍ଦ୍ଦିଷ୍ଟ ଆପ୍ ଗ୍ରୁପ୍ ରୁ ଏହିପରି ଲିକ୍ ହୁଏ, ଏହା ଅଧିକ ବିପଜ୍ଜନକ ହୋଇଯାଏ। କାରଣ ଏଥିରେ ଅନେକ ବ୍ୟକ୍ତିଗତ ସୂଚନା ଏବଂ ଫଟୋ ରହିଥାଏ।

ଏହିପରି ଏକ ଘଟଣାରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ୱେବସାଇଟ୍ ୱେୟାର୍ଡ ଅନୁଯାୟୀ, ସୁକ୍ୟୁରିଟି ରିସର୍ଚ୍ଚର ନୋଏମ୍ ରୋଟେମ୍ ଏବଂ ରନ୍ ଲୋକାରଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଘଟଣା ଥିଲାଯେ, ଯେତେବେଳେ ସେମାନେ ଆମାଜନ ୱେବ୍ ସର୍ଭିସେସ୍ ବକେଟ ଗୁଡିକରେ ଅନେକ ଆପରୁ ଫଟୋ ଏବଂ ବ୍ୟକ୍ତିଗତ ସୂଚନା ପାଇଥିଲେ। 3somes, Cougary, Gay Daddy Bear, Xpal, BBW Dating, Casualx, SugarD, Herpes Dating ଏବଂ GHunt ରୁ ସର୍ବସାଧାରଣ ତଥ୍ୟ ଉପଲବ୍ଧ ଥିଲା। ରିସର୍ଚ୍ଚର ମାନେ ଏଥିରେ ୮୪୫ ଗିଗାବାଇଟ୍ ଏବଂ ୨.୫ ମିଲିୟନ୍ ରେକର୍ଡ ପାଇଛନ୍ତି। ବୋଧହୁଏ ଏଥିରେ ଲକ୍ଷଲକ୍ଷ ଉପଭୋକ୍ତାଙ୍କର ତଥ୍ୟ ରହିଛି। ଏହିପରି ଏହି ଡାଟା ଗୁଡ଼ିକ ମଧ୍ୟରେ ବିଶେଷ ସମ୍ବେଦନଶୀଳ ତଥ୍ୟ ରହିଛି। ବିଶେଷ କରି ଯୌନ ସମ୍ବନ୍ଧୀୟ ଫଟୋ ଏବଂ ଅଡିଓ ରେକର୍ଡିଂ ଇତ୍ୟାଦି ଅନ୍ତର୍ଭୂକ୍ତ। ବ୍ୟକ୍ତିଗତ ଚାଟ୍ ର ସ୍କ୍ରିନସଟ୍ ମଧ୍ୟ ମିଳିଛି।

କେବଳ ଏତିକି ନୁହେଁ, ଆପ ପାଇଁ ଦେୟ ଦେଇଥିବା ରସିଦ ମଧ୍ୟ ସେମାନଙ୍କୁ ମିଳିଛି। ମିଳିଥିବା ତଥ୍ୟରେ ବ୍ୟକ୍ତିଗତ ପରିଚୟ ଯୋଗ୍ୟ ସୂଚନା ଯେପରିକି ପ୍ରକୃତ ନାମ, ଜନ୍ମଦିନ, କିମ୍ବା ଇମେଲ ଠିକଣା ଇତ୍ୟାଦି ଅନ୍ତର୍ଭୁକ୍ତ। ଏଭଳି ପରିସ୍ଥିତିରେ, ହ୍ୟାକର୍ ଏହି ଉପଭୋକ୍ତାମାନଙ୍କୁ ଚିହ୍ନଟ କରିବା ସହିତ ଉପଲବ୍ଧ ଫଟୋଗ୍ରାଫ୍ ଏବଂ ଅନ୍ୟାନ୍ୟ ବିବିଧ ସୂଚନା ବ୍ୟବହାର କରି ବ୍ଲାକମେଲ କରିବାର ସମ୍ଭାବନାକୁ ଏଡ଼ାଇ ଜିଆଯାଇପାରିବ ନାହିଁ। ଯଦିଓ ତଥ୍ୟର ଅପବ୍ୟବହାର ହୋଇନାହିଁ, ଏହା କହିହେବନାହିଁ ଯେ, ଏପରି ଅପବ୍ୟବହାର କରାଯାଇପାରିବ ନାହିଁ ବୋଲି।

ଲୋକର କହିଛନ୍ତି, ଉପଲବ୍ଧ ସମ୍ବେଦନଶୀଳ ତଥ୍ୟର ପରିମାଣ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। ଏହି ପ୍ରକାର ଜିନିଷ ସହିତ ଉପସ୍ଥିତ ତଥ୍ୟର ବିପଦ ବହୁତ ଅଧିକ। ଏଥିରେ ଚୋରୀ ଠାରୁ ଆରମ୍ଭ କରି ମାନସିକ ନିର୍ଯାତନା ପର୍ଯ୍ୟନ୍ତ ସବୁକିଛି ସାମ୍ନା କରାଯାଇପାରେ। ଯଦି ଆପଣ ଏହିପରି ଏକ ଆପ୍ ର ଉପଭୋକ୍ତା ଅଟନ୍ତି, ତେବେ ଆପଣ ଆଶା କରନ୍ତି ନାହିଁ ଯେ ଆପ୍ ବାହାରେ ଥିବା ଅନ୍ୟ ଲୋକମାନେ ଏହିପରି ତଥ୍ୟ ଦେଖିବା ଏବଂ ଡାଉନଲୋଡ୍ କରିବାକୁ ସମର୍ଥ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.