Home ଓଡ଼ିଶା କରୋନା ସଂକଟ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୭୭, ୨୬, ୩୮୭ ଗ୍ୟାସ ସିଲିଣ୍ଡର...

କରୋନା ସଂକଟ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୭୭, ୨୬, ୩୮୭ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି

295

– ଏ ବାବଦରେ ଗ୍ୟାସ୍‌ ଉଦ୍ୟୋଗର ବ୍ୟୟ ୫୭୧.୭୨ କୋଟି ଟଙ୍କା

ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ୨୦୧୬ ଏପ୍ରିଲ ୧ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗରିବ ପରିବାରର ମହିଳାମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଥିଲା। ୨୦୧୯ ସେପ୍ଟେମ୍ବର ୭ରେ ଏହି ଲକ୍ଷ୍ୟ ପୂରଣ ହୋଇଥିଲା। ଏହା ସତ୍ତ୍ୱେ କରୋନା ମହାମାରୀ ସଂକଟ ସମୟରେ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ୱତନ୍ତ୍ରଭାବେ ଗରିବ ପରିବାରର ମହିଳାମାନଙ୍କୁ ଏହି ଯୋଜନାରେ ଗ୍ୟାସ୍‌ ଯୋଗାଇ ଦିଆଯାଇଛି। ଆଜି ରାଜ୍ୟସଭାରେ ଏ ସଂପର୍କରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୧୬-୧୭ ବର୍ଷରେ ୨୦୦.୩ ଲକ୍ଷ, ୨୦୧୭-୧୮ରେ ୧୫୫.୭ ଲକ୍ଷ, ୨୦୧୮-୧୯ରେ ୩୬୨.୯ ଲକ୍ଷ ଏବଂ ୨୦୧୯-୨୦ରେ ୮୨.୬୪ ଲକ୍ଷ ଗରିବ ମହିଳାଙ୍କୁ ଏହି ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି।

ବର୍ଷ ୨୦୧୬-୧୭ ୨୦୧୭-୧୮ ୨୦୧୮-୧୯ ୨୦୧୯-୨୦

ଗ୍ୟାସ ସଂଯୋଗ ସଂଖ୍ୟା ୨୦୦.୩ ଲକ୍ଷ ୧୫୫.୭ ଲକ୍ଷ ୩୬୨.୯ ଲକ୍ଷ ୮୨.୬୪ ଲକ୍ଷ

ଶ୍ରୀ ମହେଶ ପୋଦ୍ଦାରଙ୍କ ଦ୍ୱାରା ପଚରା ଯାଇଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ କୋଭିଡ୍‌ ମହାମାରୀ ସମୟରେ କେତେ ପରିବାରକୁ ଉଜ୍ଜ୍ୱଳା ଯୋଜନାରେ ସିଲିଣ୍ଡର ଯୋଗାଇ ଦିଆଯାଇଛି ତାହାର ମଧ୍ୟ ଉତ୍ତର ମନ୍ତ୍ରୀ ଶ୍ରୀ ପ୍ରଧାନ ସବିଶେଷ ରଖିଛନ୍ତି। ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗ୍ୟାସ ସିଲିଣ୍ଡର (ରିଫିଲ୍‌) ବାବଦରେ ହିତାଧିକାରୀମାନଙ୍କୁ ଅଗ୍ରୀମ ଆକାରରେ ମୋଟ ୧୩, ୦୬, ୮୭, ୮୦୭ ସିଲିଣ୍ଡର ପ୍ରଦାନ କରାଯାଇଛି। ସେହିଭଳି ଏହି ସମୟ ମଧ୍ୟରେ ମାଗଣା ସିଲିଣ୍ଡର ଯୋଗାଣ ବାବଦରେ ଉଦ୍ୟୋଗଗୁଡିକ ଦ୍ୱାରା ମୋଟ ୯୬୭୦.୪୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.