Home Top News ବାତ୍ୟାର ସଦ୍ୟତମ ସୂଚନା: ଧାମରାରୁ ପ୍ରାୟ ୮୫ କିଲୋମିଟର ଅଛି ୟାସ୍‌, ୧୨ କିଲୋମିଟର ବେଗ...

ବାତ୍ୟାର ସଦ୍ୟତମ ସୂଚନା: ଧାମରାରୁ ପ୍ରାୟ ୮୫ କିଲୋମିଟର ଅଛି ୟାସ୍‌, ୧୨ କିଲୋମିଟର ବେଗ ଆସୁଛି – ୨୬ ତାରିଖ ବୁଧବାର ମଧ୍ୟାହ୍ନରେ, ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣ ମଧ୍ୟରେ,ଅତି ଭୟଙ୍କର ବାତ୍ୟାଭାବରେ ଅତିକ୍ରମ କରିବ

177

ଅତ୍ୟଧିକ ଭୟଙ୍କର ବାତ୍ୟା ୟାସ୍ ୨୬ ତାରିଖ ବୁଧବାର ମଧ୍ୟାହ୍ନରେ ଧାମରା ଏବଂ ବାଲେଶ୍ୱର ମଧ୍ୟରେ ଓଡିଶା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଭାରତ ପାଣିପାଗ ବିଭାଗ ଆକଳନ କରିଛି।

୨୬-୦୫-୨୦୨୧ (୦୨୩୦ ଘଣ୍ଟା) ସ୍ୟାଟେଲାଇଟ୍ ଫଟୋ ଉପରେ ଆଧାର କରି ଏହି ଆକଳନ ପାଣିପାଗ ବିବାଗ କରିଛି।
୧୩୦-୧୪୦ କିଲୋମିଟର ବେଗରେ ପବନ ବେଗ ସହିତ ହୋଇପାରେ।

ଅତି ଭୟଙ୍କର ବାତ୍ୟା ୟାସ୍ ୨୬ ମଇର ୦୨୩୦ ଘଣ୍ଟା ମଧ୍ୟରେ ଧାମରାରୁ ପ୍ରାୟ ୮୫ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ, ପାରାଦୀପର ୯୦ କିଲୋମିଟର ପୂର୍ବରେ, ବାଲେଶ୍ୱରଠାରୁ ୧୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଏବଂ ଦିଘାଠାରୁ ୧୩୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ।

ବର୍ତ୍ତମାନ ସମୁଦ୍ରରେ ୧୩୦-୧୪୦ କିଲୋମିଟର ବେଗରେ ପବନ ବହୁଛି ପବନର ଝଟକା ୧୫୫ କିଲୋମିଟର ପର୍ଯ୍ୟନ୍ତ ଗତି କରୁଛି।
ଗତ ୦୬ ଘଣ୍ଟା ମଧ୍ୟରେ ପ୍ରାୟ ୧୨ କିଲୋମିଟର ବେଗ ସହିତ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।
ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ଏବଂ ବୁଧବାର ସକାଳ ସୁଦ୍ଧା ଧାମରା ବନ୍ଦର ନିକଟରେ ଉତ୍ତର ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ଅଛି।

୨୬ ତାରିଖ ପାରାଦୀପ ଏବଂ ସାଗର ଦ୍ୱୀପ ମଧ୍ୟରେ ଧାମରାର ଉତ୍ତର ଏବଂ ବାଲେଶ୍ୱରର ଦକ୍ଷିଣ ମଧ୍ୟରେ ଉତ୍ତର ଓଡିଶା-ପଶ୍ଚିମ ବଙ୍ଗଳା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଧିକ।

୨୬ ତାରିଖ ବୁଧବାର ମଧ୍ୟାହ୍ନରେ, ଅତି ଭୟଙ୍କର ବାତ୍ୟାଭାବରେ ଅତିକ୍ରମ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.