ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖରେ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ବାର୍ଷିକୀ ଅବସରରେ ବିଶାଳ ସାଇକେଲ ରାଲି କରିବ ବିଜେଡି। ବିଜୁ ପଟ୍ଟନାୟକଙ୍କ କଟକ ସ୍ଥିତ ବାସଭବନ ଆନନ୍ଦ ଭାବନଠାରୁ ଏକ ସାଇକେଲ ଶୋଭାଯାତ୍ରା ଭୁବନେଶ୍ୱର ବିମାନ ବନ୍ଦର ବିଜୁ ପଟ୍ଟନାୟକ ପ୍ରର୍ତିମୂର୍ତ୍ତି ନିକଟକୁ ଆସିବ। ଏ’ ନେଇ ସୂଚନା ଦେଇଛି ବିଜୁ ଜନତା ଦଳ। ସାଇକେଲ ରାଲିରେ ହଜାର ହଜାର ଯୁବ ଛାତ୍ର ଯୋଗ ଦେବା ସହ ସାଇକେଲ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ଆହ୍ୱାନ କରିଛନ୍ତି ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ। ଏହା ସହ ମାର୍ଚ୍ଚ ୫ ଜନ୍ମ ଜୟନ୍ତୀ ଠାରୁ ଏପ୍ରିଲ ୧୭ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନ ମଣ୍ଡଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏ’ ସବୁ କାର୍ଯ୍ୟକ୍ରମ ଛାତ୍ର ଜନତା ସଭାପତି ଦେବୀ ପ୍ରସାଦ ତ୍ରିପାଠୀଙ୍କ ସମେତ ମୁଖ୍ୟତଃ ସଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାଶଙ୍କ ତତ୍ୱାବଧାନରେ ହେବ ବୋଲି ଜଣାପଡ଼ିଛି।
/- ଦେବଦତ୍ତ ରଥ