Home ଓଡ଼ିଶା ଫୋନ ପେ ମାଧ୍ୟମରେ ୧୫ହଜାର ହରିଲୁଟ ଅଭିଯୋଗ

ଫୋନ ପେ ମାଧ୍ୟମରେ ୧୫ହଜାର ହରିଲୁଟ ଅଭିଯୋଗ

28

କେନ୍ଦ୍ରାପଡା, ୧୪/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଫୋନ ପେ ମାଧ୍ୟମରେ ଜଣେ ବ୍ୟବସାୟୀଙ୍କ ଠାରୁ ୩ଥରରେ ୧୫ହଜାର ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଟାଉନ ଥାନା ଅନ୍ତର୍ଗତ ଫକିରାବାଦ ଗ୍ରାମର ଜନୈକ ମଞ୍ଜି ବ୍ୟବସାୟୀଙ୍କୁ ପଶ୍ଚିମବଙ୍ଗର ରାଧାରାଣୀ ନାମକ ସଂସ୍ଥା ଫୋନ ନମ୍ବର – ୯୮୮୩୮୪୭୨୩୬ ଦ୍ୱାରା ଫୋନ କରି ତାଙ୍କର ଫୋନ ପେ ରେ ପଇସା ଆସିଛି ବୋଲି କହି କ୍ଲିକ କରିବାକୁ ପରାମର୍ଶ ଦେଇଥିଲେ। ସଂପୃକ୍ତ ବ୍ୟବସାୟୀ ଜଣଙ୍କ ତାଙ୍କ କଥାରେ କ୍ଲିକ କରିଥିଲେ। ପୁନର୍ବାର ଆଉ ଦୁଇଥର କ୍ଲିକ କରିବାକୁ କହିବାରେ ବ୍ୟବସାୟୀ ଜଣଙ୍କ ମୋଟ ୩ଥର କ୍ଲିକ କରିବାରେ ତାଙ୍କ ଆକାଉଁଟରୁ ପ୍ରତିଥର ୫ହଜାର କରି ୩ଥରରେ ୧୫ହଜାର ଟଙ୍କା କଟିଯାଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.