Home ଓଡ଼ିଶା କଟକ ଜିଲ୍ଲା ବିଜେପି ଟିମ୍ ଗଠିତ: ୬ ଉପସଭାପତି, ୨ ସାଧାରଣ ସମ୍ପାଦକ, ୭ ସମ୍ପାଦକ

କଟକ ଜିଲ୍ଲା ବିଜେପି ଟିମ୍ ଗଠିତ: ୬ ଉପସଭାପତି, ୨ ସାଧାରଣ ସମ୍ପାଦକ, ୭ ସମ୍ପାଦକ

122

କଟକ: ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ କଟକ ସଦର ସାଙ୍ଗଠନିକ ଜିଲ୍ଲା ବିଜେପି ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ କମିଟି ଘୋଷଣା କରିଛନ୍ତି ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା। ଜିଲ୍ଲା ଉପସଭାପତି ଭାବେ ଗୋକୁଳ ଚନ୍ଦ୍ର ପ୍ରଧାନ, ମନୋରଞ୍ଜନ ନାୟକ, ପ୍ରଶାନ୍ତ ହୋତା, ସୀତାକାନ୍ତ ମିଶ୍ର, ସତ୍ୟବାଦୀ ଚଇନି ଓ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ରୂପେ ରାମ ନାରାୟଣ ମହାନ୍ତି ଏବଂ ଅରବିନ୍ଦ ବିଶ୍ବାଳଙ୍କୁ ମନୋନୀତ କରାଯାଇଅଛି। ସମ୍ପାଦକ ଭାବେ ଆଲୋକ ମହାନ୍ତି, ବିବେକାନନ୍ଦ ବେହେରା, ପ୍ରକାଶ ସେଠୀ, ବୈରାଗୀ ଚରଣ ପ୍ରଧାନ, ରାଜକିଶୋର ସ୍ୱାଇଁ, ସମିତା ବେହେରା ଓ ମମତା ମହାପାତ୍ରଙ୍କ ନାମ ମନୋନୀତ ହୋଇଅଛି। ଜିଲ୍ଲା କୋଷାଧ୍ୟକ୍ଷ ଭାବେ ବିଶ୍ୱରଞ୍ଜନ ଦାଶଙ୍କୁ ମନୋନୀତ କରାଯାଇଥିବା ବେଳେ ବିଭିନ୍ନ ମୋର୍ଚ୍ଚା ପାଇଁ ଯଥା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଯାଜ୍ଞସେନୀ ଜେନା, ଯୁବ ମୋର୍ଚ୍ଚା ସଭାପତି ରଞ୍ଜିତ ସାହୁ, କୃଷକ ମୋର୍ଚ୍ଚା ସଭାପତି ସଂକର୍ଷଣ ମହାନ୍ତି, ଓବିସି ମୋର୍ଚ୍ଚା ସଭାପତି ଚିନ୍ତାମଣି ମହାଳିକ, ଏସ.ସି ମୋର୍ଚ୍ଚା ସଭାପତି ସରୋଜ କୁମାର ସେଠୀ ଓ ସଂଖ୍ୟାଲଘୁ ସଭାପତି ଶେଖ ମହମ୍ମଦ ଅସଲମଙ୍କୁ ମନୋନୀତ କରଯାଇଅଛି।

ଜିଲ୍ଲା କାର୍ଯ୍ୟକାରିଣୀ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରୂପେ ବୈଜୟନ୍ତ ପଣ୍ଡା, ପ୍ରକାଶ ମିଶ୍ର, ବିଭୁ ପ୍ରସାଦ ତରାଇ ନୟନ କିଶୋର ମହାନ୍ତି, ଦିଲ୍ଲୀପ ମଲ୍ଲିକ, ଶାରଦା ପ୍ରଧାନ, ଶୁଭ୍ରାଂଶୁ ମୋହନ ପାଢ଼ୀ, ବିଜୟ ଦଳବେହେରା, ଛବି ମଲ୍ଲିକ, ବ୍ରଜେନ୍ଦ୍ର ରାୟ, ଚୌଧାରୀ ହେମନ୍ତ ସାହୁ, ସତ୍ୟ ଜେନା, ପ୍ରତିଭା ଶତପଥୀ, ସୁକାନ୍ତ ବିଶ୍ବାଳ, ମନ୍ମଥ ମିଶ୍ର ଓ ପ୍ରଫେସର ଏ. ସଲାମଙ୍କୁ ମନୋନୀତ କରାଯାଇଅଛି। ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ତୁଷାର ଚକ୍ରବର୍ତ୍ତୀ, ସୁଶାନ୍ତ ମଲ୍ଲିକ, ହୃଷୀକେଷ ଜେନା, ଅଜୟ ସ୍ୱାଇଁ, ଦେବୀ ପ୍ରସାଦ ମହାନ୍ତି, ବେଣୁଧର ବେହେରା ଓ ସରୋଜ ରଣା ପ୍ରମୁଖ ୨୬ ଜଣଙ୍କୁ ନିଆଯାଇଥିବା ବେଳେ ଜିଲ୍ଲା କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଭାବେ ଅଜୟ କୁମାର ବେହେରା, ଅଜିତ ସୁବୁଦ୍ଧି ରାୟ, ବିବେକ ଜେନା, କମଳାକାନ୍ତ ପ୍ରହରାଜ, ମେହେରବାନ ଖାନ, ମୃତ୍ୟୁଞ୍ଜୟ ଦାସ, ସତ୍ୟଜିତ ମଲ୍ଲିକ, ମମତା ରାଉତ, କମଳା ବସ୍ତିଆ, କ୍ଷୀରୋଦ ଦଳାଇ ଏବଂ ପ୍ରମୋଦ କୁମାର ରାୟ ପ୍ରମୁଖ ୬୪ ଜଣଙ୍କୁ ନିଆଯାଇଅଛି। ଆଗାମୀ ୨୧ ତାରିଖ ଦିନ ଜିଲ୍ଲା କାର୍ଯ୍ୟକାରିଣୀର ଏକ ପୂର୍ଣ୍ଣାଙ୍ଗ ବୈଠକ ବସିବା ପାଇଁ ସ୍ଥିର କରାଯାଇ ଥିବା ବେଳେ ବିଧାନସଭା ସ୍ତରୀୟ ବିଭିନ୍ନ ସମସ୍ୟା ଉପରେ ବିବଦ୍ଧ ଆଲୋଚନା କରାଯାଇ ଏକ ସୁଚିନ୍ତିତ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସ୍ଥିର କରାଯାଇଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.