Home ଓଡ଼ିଶା ବ୍ରହ୍ମପୁରରେ ସି.ପି.ଆଇ.ଏମ. ଓଡିଶା ରାଜ୍ୟ ସମ୍ମିଳନୀ

ବ୍ରହ୍ମପୁରରେ ସି.ପି.ଆଇ.ଏମ. ଓଡିଶା ରାଜ୍ୟ ସମ୍ମିଳନୀ

141

ବ୍ରହ୍ମପୁର: ୭/୦୧/୨୦୧୮ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ ) ଓଡିଶା ଶାଖା ପକ୍ଷରୁ ଆଜି ବ୍ରହ୍ମପୁର ଠାରେ ତିନି ଦିନିଆ ୨୧ଶ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି। ସ୍ଥାନୀୟ ରାମଲିଙ୍ଗମ ପୋଖରୀ ରାସ୍ତାରେ ଆୟୋଜିତ ସାଧାରଣ ସଭାରେ ପାର୍ଟିର ଜାତୀୟ ସମ୍ପାଦକ ଶ୍ରୀ ସୀତାରାମ ୟେଚୁରୀ କେନ୍ଦ୍ରରେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ପ୍ରଦାୟିକ ନୀତି ଏବଂ ଓଡ଼ିଶାରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ବାମପନ୍ଥୀ ଦଳ ସଂଗ୍ରାମ ଅବ୍ୟାହତ ରଖିବା ସୂଚାଇ ଦେଶର ସ୍ୱାର୍ଥ, ଶ୍ରମିକଙ୍କୁ ଉପଯୁକ୍ତ ମଜୁରୀ ଓ ଦୁର୍ନୀତି ବିରୋଧରେ ସାଲିସ ବିହୀନ ସଂଗ୍ରାମ ଜୋରଦାର କରିବାକୁ ସେ ଆହ୍ୱାନ ଦେଇଥିଲେ। ପାର୍ଟିର ବରିଷ୍ଠ ନେତା ଶ୍ରୀ ଶିବାଜୀ ପଟ୍ଟନାୟକ, ଜନାର୍ଦ୍ଦନ ପତି ପ୍ରମୁଖ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ସରକାର ନିଜ ନିୟନ୍ତ୍ରଣରେ ରଖିବା, ଶ୍ରମିକଙ୍କ ଦୈନିକ ମଜୁରୀ ୬ଶହ ଟଙ୍କା କରିବା, ସରକାରୀ ସଂସ୍ଥା ଓ ଖଣି, ଲାଭକାରୀ ପ୍ରତିଷ୍ଠାନ ଗୁଡିକୁ ବିକ୍ରୀ କରାଯିବା ତଥା ଘରୋଇ କରଣ ବନ୍ଦ କରିବା ଦାବୀ କରିଥିଲେ। ସରକାରୀ ସମ୍ପତ୍ତିର ବିକ୍ରିରୁ ଦୁର୍ନୀତି ବୃଦ୍ଧି ହେଉଥିବା ସେମାନେ ଦର୍ଶାଇବା ବେଳେ ସେପରି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି।

ସି.ପି.ଆଇ.ଏମ. ଓଡିଶା ଶାଖା ସମ୍ପାଦକ ଶ୍ରୀ ଅଳି କିଶୋର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ପାର୍ଟିର ପ୍ରମୁଖ ନେତାମାନେ ମଧ୍ୟ ଉଦବୋଧନ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟକ କର୍ମୀ, ନେତା, ସମର୍ଥକ ଏହି ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁରର ବିଭିନ୍ନ ତିନିଟି ଦିଗରୁ ବର୍ଣ୍ଣାଢ୍ୟ ପଟୁଆରରେ ଆସି ସେମାନେ ସଭା ସ୍ଥଳୀରେ ସମବେତ ହୋଇଥିଲେ।

ପାର୍ଟିର ବ୍ରହ୍ମପୁର କାର୍ଯ୍ୟାଳୟରୁ ପ୍ରମୁଖ ନେତାମାନେ ଶୋଭାଯାତ୍ରା ଯାଇଥିଲେ। ଟାଉନ ହଲ ପରିସରରେ ଶ୍ରୀ ଶିବାଜୀ ପଟ୍ଟନାୟକ ପାର୍ଟିର ପତାକା ଉତ୍ତୋଳନ କରିବା ପରେ ନେତୃଗଣ ଶହୀଦ ମଣ୍ଡପ ଠାରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ରାଜ୍ୟର ସମସ୍ତ ପ୍ରାନ୍ତରୁ ଆସିଥିବା ନେତା ଓ କର୍ମୀ ମାନଙ୍କୁ ଆଜି ଓ ଆସନ୍ତା କାଲି ଦେଶର ସ୍ଥିତି, ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ପାର୍ଟିର ରାଜ୍ୟ ଓ କେନ୍ଦ୍ରୀୟ ନେତାମାନେ ଆଗାମୀ ଦିନର କାର୍ଯ୍ୟକ୍ରମ ପାଇଁ ଆହ୍ୱାନ ଓ ପରାମର୍ଶ ଦେବା ସ୍ଥିର ହୋଇଛି। ଏହି ରାଜ୍ୟ ସ୍ତରୀୟ ସମ୍ମିଳନୀ ପାଇଁ ଲାଲ ପତାକାରେ ବ୍ରହ୍ମପୁର ଛାଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.