Home ଓଡ଼ିଶା ନିର୍ଭୟା ଦୋଷୀ ବିନୟର ଯାଚିକା ଖାରଜ

ନିର୍ଭୟା ଦୋଷୀ ବିନୟର ଯାଚିକା ଖାରଜ

150

ନୂଆ ଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ) ଦିଲ୍ଲୀ କୋର୍ଟ, ନିର୍ଭୟା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପାଶୀ ଦଣ୍ଡ ପାଇଥିବା ଚାରି ଦୋଷୀମାନଙ୍କ ମଧ୍ୟରୁ ବିନୟ ଶର୍ମାର ଯାଚିକା ଖାରଜ କରିଛନ୍ତି। ଏହି ଯାଚିକାରେ କୁହାଯାଇଥିଲାଯେ, ବିନୟ ମାନସିକ ରୋଗରେ ପୀଡି଼ତ ଏବଂ ତାକୁ ଚିକିତ୍ସାର ଆବଶ୍ୟକତା ଅଛି।

ବିଚାର ପତି ଧର୍ମେନ୍ଦ୍ର ରାଣା ଏହି ସମ୍ବନ୍ଧରେ ଦୋଷୀ ବିନୟ କୁମାର ଶର୍ମାର ଏହି ଯାଚିକାକୁ ଖାରଜ କରିଦେଇଛନ୍ତି। ଏହି ଯାଚିକାରେ ଦୃଢ଼ୋକ୍ତି କରାଯାଇଥିଲା କି ବିନୟର ମୁଣ୍ଡରେ ଗମ୍ଭୀର ଆଘାତ ଆସିଛି ଏବଂ ତା’ର ଡାହାଣ ହାତର ହାଡ଼ ମଧ୍ୟ ଭାଙ୍ଗି ଯାଇଛି ଏବଂ ସେ ମାନସିକ ରୋଗ ତଥା ସିଜୋଫ୍ରେନିଆରେ ପୀଡି଼ତ ଅଛି।

ତିହାର ଜେଲ ପ୍ରଶାସନ ତା’ର ଏହି ଦାବିକୁ ଖାରଜ କରିଛନ୍ତି ଏବଂ କୋର୍ଟ କହିଛନ୍ତି, ସିସିଟିଭି ଫୁଟେଜରେ ଏହା ପୁଷ୍ଟି ହୋଇଛି କି ତାକୁ ମାମୁଲି ଆଘାତ ହୋଇଛି ଏବଂ ତାର କୌଣସି ମାନସିକ ରୋଗ ନାହିଁ।

ଜେଲ ପ୍ରଶାସନ ତରଫରୁ ମନୋରୋଗ ବିଶେଷଜ୍ଞ କହିଛନ୍ତି କି ସମସ୍ତ ଦୋଷୀଙ୍କର ପ୍ରତିଦିନ ଜାଞ୍ଚ କରାଯାଉଛି ଏବଂ ସେମାନେ ସ୍ୱସ୍ଥ ଅଛନ୍ତି।

ପୁନଶ୍ଚ ସୂଚନାଯୋଗ୍ୟଯେ, ୩ ମାର୍ଚ୍ଚରେ ପାଶୀ ଦଣ୍ଡ ପାଇଁ ଚାରି ନିର୍ଭୟା ଦୋଷୀଙ୍କ ବିରୁଦ୍ଧରେ ବ୍ଲାକ ୱାରେଣ୍ଟ ଜାରୀ କରାଯାଇଛି। କିନ୍ତୁ ଏହା ପୂର୍ବରୁ ମଧ୍ୟ ଦୁଇ ଦୁଇଥର ଡେଥ ୱାରେଣ୍ଟ ଅର୍ଥାତ୍ ବ୍ଲାକ୍ ୱାରେଣ୍ଟ ମଧ୍ୟ ଜାରୀ କରାଯାଇଥିଲା। କିନ୍ତୁ ବିଭିନ୍ନ ଆଇନ ଅନୁଯାୟୀ ବିକଳ୍ପ ବାକୀଥିବା ଯୋଗୁ ଦୋଷୀମାନଙ୍କୁ ଫାଶୀଖୁଣ୍ଟରେ ଝୁଲା ଯାଇପାରିନାହିଁ। ଇତି ମଧ୍ୟରେ ତୃତୀୟଥରପାଇଁ ବ୍ଲାକ୍ ୱାରେଣ୍ଟ ଜାରୀ କରାଯାଇଛି। ବ୍ଲାକ୍ ୱାରେଣ୍ଟ ଅନୁଯାୟୀ ଆସନ୍ତା ମାର୍ଚ୍ଚମାସ ତିନି ତାରିଖ ସକାଳ ଛଅଟାରେ ସେମାନଙ୍କୁ ଫାଶୀ ଏକା ସାଙ୍ଗରେ ଦିଆଯିବ। କିନ୍ତୁ ଜଣେ ଦୋଷୀ ବିନୟ ଶର୍ମା, ଦିଲ୍ଲୀର ତିହାଡ଼ ଜେଲରେ ନିଜ ସେଲର କାନ୍ଥରେ ନିଜର ମୁଣ୍ଡ ପିଟି ଆହତ ହୋଇଥିଲା। ଏ ନେଇ ସେ ଉଚ୍ଚ ସ୍ତରୀୟ ଚିକିତ୍ସା ପାଇଁ କୋର୍ଟରେ ଓକିଲ ଏପି ସିଂଙ୍କ ମାଧ୍ୟମରେ ପିଟିସନ ଦାଖଲ କରିଥିଲେ। ଏହି ପିଟିସନରରେ କୁହାଯାଇଛି କି ସେ ବର୍ତ୍ତମାନ ମାନସିକ ସ୍ତରରେ ଅସୁସ୍ଥ ଏବଂ ତାକୁ ସ୍କିଜୋଫ୍ରେନିଆ ହୋଇଛି। କିନ୍ତୁ ଏହି ପିଟିସନ କୋର୍ଟରେ ଖାରଜ ହୋଇଯାଇଛି। ତା’ର ଓକିଲ କହିଛନ୍ତିଯେ, ସେ ନିଜର ମା’ କୁ ମଧ୍ୟ ଚିହ୍ନି ପାରୁନାହିଁ। ବିନୟ ଶର୍ମାକୁ ଇଂଷ୍ଟିଚ୍ୟୁଟ ଅଫ ହ୍ୟୁମାନ ବିହେବିୟର ଆଣ୍ଡ ଆଲାଏଡ ସାଇନ୍ସେଜ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ନିର୍ଭୟାର ଓକିଲ ଏହାକୁ ବିରୋଧ କରିଥିଲେ। ଏହି ମାମଲାରେ ପାଟିଆଲା ହାଉସ୍ କୋର୍ଟ ତିହାଡ଼ ଜେଲର ଅଧିକାରୀଙ୍କର ଜବାବ ମାଗିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.