Home ଆନ୍ତର୍ଜାତୀୟ କୋରୋନା ଭାଇରସ୍ : ଜାପାନର ଜାହାଜରେ ୬୪ କରୋନା ସଂକ୍ରମିତ, ୨୦୦ ରୁ ଅଧିକ ଭାରତୀୟ...

କୋରୋନା ଭାଇରସ୍ : ଜାପାନର ଜାହାଜରେ ୬୪ କରୋନା ସଂକ୍ରମିତ, ୨୦୦ ରୁ ଅଧିକ ଭାରତୀୟ ଫସିଛନ୍ତି ଏହି କ୍ରୁଜ୍ ରେ

1276

ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) ଚୀନରେ କୋରୋନା ଭାଇରସ୍ (Coronavirus) ରେ ଆଜିପର୍ଯ୍ୟନ୍ତ ୭୨୨ ଲୋକମାନଙ୍କର ମୃତ୍ୟୁ ହୋଇସାରିଲାଣି। କୋରୋନା ଭାଇରସ୍ ଯୋଗୁଁ ବିଶ୍ୱର ଅନ୍ୟ ସମସ୍ତ ପ୍ରାୟ ଦେଶ ଚୀନରେ ଫସିରହିଥିବା ନିଜର ନାଗରିକମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ଲାଗିପଡ଼ିଛନ୍ତି। ଭାରତ ମଧ୍ୟ ଚୀନରେ ଫସିଥିବା ସମସ୍ତ ଛାତ୍ରଙ୍କୁ ଏୟାର ଇଣ୍ଡିଆର ବିଶେଷ ବିମାନରେ ଫେରାଇଆଣିଛି। ଇତି ମଧ୍ୟରେ ଜାପାନର ୟୋକୋହାମା ପୋର୍ଟରେ ଏକ ଲକ୍ଜୁରୀ କ୍ରୁଜରେ କୋରୋନା ଭାଇରସ୍ ର ୬୪ଜଣ ରୋଗୀଙ୍କର ପୁଷ୍ଟି ହୋଇଛି। ଏହି କ୍ରୁଜରେ ଯାତ୍ରୀ ଏବଂ ସଦସ୍ୟଙ୍କୁ ମିଶାଇ ସର୍ବମୋଟ ୩୭୦୦ ରୁ ଅଧିକ ଲୋକ ଯାତ୍ରାକରୁଥିଲେ। ଏମାନଙ୍କ ମଧ୍ୟରେ ଭାରତୀୟଙ୍କର ସଂଖ୍ୟା ୨୦୦ ରୁ ଅଧିକ ବୋଲି କୁହାଯାଉଛି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାରଦିନ କହିଛନ୍ତି କି କୋରୋନା ଭାଇରସ୍ ଯୋଗୁଁ ଜାପାନ ଉପକୂଳରେ ପୃଥକ ଭାବରେ ରଖାଯାଇଥିବା କ୍ରୁଜରେ ଚାଳକ ଦଳରେ ଅନେକ ଭାରତୀୟ ସଦସ୍ୟ ଏବଂ ଭାରତୀୟ ଯାତ୍ରୀ ମଧ୍ୟ ଅଛନ୍ତି। ସେ କହିଛନ୍ତି କି ଏମାନଙ୍କ ମଧ୍ୟରେ କୌଣସି ଭାରତୀୟ କୋରୋନାଭାଇରସ୍ ରେ ସଂକ୍ରମିତ ହୋଇନାହାଁନ୍ତି ଏବଂ ଭାରତ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିଛି।

କ୍ରୁଜରେ ତିନିଜଣ ଲୋକ ଭାଇରସ୍ ରେ ସଂକ୍ରମିତ ଥିଲେ ଏବେ ୬୪

ଜାପାନରେ ପୃଥକ କରି ରଖାଯାଇଥିବା କ୍ରୁଜ ଜାହାଜରେ ତିନି ଜଣ ଲୋକଙ୍କୁ କୋରୋନା ଭାଇରସ୍ ରେ ସଂକ୍ରମିତ ମିଳିଥିଲେ ଏବଂ ତାଙ୍କ ସହିତ ଜହାଜରେ ଏହି ସଂକ୍ରମିତ ସର୍ବମୋଟ ଲୋକମାନଙ୍କର ସଂଖ୍ୟା ବଢ଼ି ୬୪ ହୋଇଛି। ଏହାର ଗୋଟିଏ ଦିନ ପୂର୍ବରୁ ଜାପାନ ନିଜର ଏହି ବେସରକାରୀ କ୍ରୁଜରେ ଶୁକ୍ରବାରଦିନ କୋରୋନା ଭାଇରସ୍ ର ୪୧ ନୂଆ କେସ୍ ରେକର୍ଡ କରିଥିଲା। ଲଗ୍ଜୁରୀ ଜହାଜକୁ ଜାପାନ ଡକାଇ ଅାଣିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.