Home Coronavirus Outbreak ଆଜି ୨୩୭ ପୁରୀରୁ ଚିହ୍ନଟ

ଆଜି ୨୩୭ ପୁରୀରୁ ଚିହ୍ନଟ

89

ପୁରୀ, ୧୨ା୯(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲାରେ ଆଜି ପୁଣି ୨୩୭ ନୂତନ ଚିହ୍ନଟ ହୋଇଛନ୍ତି। ଫଳରେ ପୁରୀ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୫ରେ ପହଞ୍ଚିଛି। ଅଦ୍ୟାବଧି ଜିଲ୍ଲାରେ ୬୦୩୮ଜଣ ପଜିଟିଭି ଚିହ୍ନଟ ହୋଇଥିବାବେଳେ ୪୨୮୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୬୫ରହିଛି। ଆଜି ୨୩୭ ଜଣ ନୂତନ କରୋନା ପଜିଟିଭିଙ୍କୁ ଚିହ୍ନଟ କରାଯାଇଥିବାବେଳେ କେବଳ ପୁରୀ ପୌରାଞ୍ଚଳରେ ୬୮ ଜଣ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ କୋଣାର୍କ ଏନ୍ଏସିର ଚିହ୍ନଟ ୪ଜଣ ପଜିଟିଭ, ପିପିଲି ଏନ୍ଏସିର ଚିହ୍ନଟ ୬ ଜଣ ପଜିଟିଭ୍ ଓ ନିମାପଡ଼ା ଏନ୍ଏସିର ଚିହ୍ନଟ ୨୪ କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଇତି ମଧ୍ୟରେ ପୁରୀ ଜିଲ୍ଲାରେ ୨୨ ଜଣ କରୋନା ଆକ୍ରାAନ୍ତ ମୃତ୍ୟୁବରଣ କରିଥିବାବେଳେ ଜିଲ୍ଲାରେ ଆଜି ସୁଦ୍ଧା ୨୬ ଟି କଣ୍ଟେନମେ ଜୋନ୍ ରହିଛି। କେବଳ ପୁରୀ ମ୍ୟୁନିସପାଲିଟିରେ ୨୦୮୪ଜଣ ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ୫୯୬ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। ଗତକାଲି ସୁଦ୍ଧା ପୁରୀ ଜିଲ୍ଲାର ପିପିଲି ବ୍ଲକରେ ୩୩୨ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୦୯ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। ସେହିପରି ପୁରୀସଦର ବ୍ଲକରୁ ଚିହ୍ନଟ ୬୨୫ପଜିଟିଭ ମଧ୍ୟରୁ ୧୭୨ ସକ୍ରିୟ ସଂକ୍ରମିତ ଓ ଗୋପ ବ୍ଲକରେ ୨୯୫ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୯୫ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। କାକଟପୁର ବ୍ଲକର ଚିହ୍ନଟ ୨୮୮ପଜିଟିଭଙ୍କ ମଧ୍ୟରୁ ୭୧ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଥିବାବେଳେ ନିମାପଡ଼ା ବ୍ଳକରେ ଚିହ୍ନଟ ୪୪୧ପଜିଟିଭଙ୍କ ମଧ୍ୟରୁ ୧୪୧ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। ଅସ୍ତରଙ୍ଗ ବ୍ଲକରେ ଚିହ୍ନଟ ୨୫୦ଜଣ ପଜିଟିଭଙ୍କ ମଧ୍ୟରୁ ୯୫ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। ସେହିପରି ସତ୍ୟବାଦୀ ବ୍ଲକରେ ୩୪୧ଟି ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧୦ଜଣ, ଡେଲାଙ୍ଗ ବ୍ଲକରେ ୧୫୬ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। କଣାସ ବ୍ଲକରେ ୩୫୨ଟି ପଜିଟିଭ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୩ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। ସେହିପରି ବ୍ରହ୍ମଗିରିର ଚିହ୍ନଟ୪୪୦ପଜିଟିଭଙ୍କ ମଧ୍ୟରୁ ୧୦୦ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। କୃଷ୍ଣପ୍ରସାଦ ବ୍ଲକରେ ୨୨୮ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୨ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। ମୋଟାମୋଟିଭାବେ ଗତ କିଛିଦିନ ଧରି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.