Home Top News ମନ୍ତ୍ରୀଙ୍କ ଖାସ୍ ଲୋକ, ପ୍ରଭାବ ଥିଲା ଜୋର୍: ଏବେ ମାନ ମହତ ସବୁ ଗଲା ..

ମନ୍ତ୍ରୀଙ୍କ ଖାସ୍ ଲୋକ, ପ୍ରଭାବ ଥିଲା ଜୋର୍: ଏବେ ମାନ ମହତ ସବୁ ଗଲା ..

155

ଭୁବନେଶ୍ୱର: ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ଏବଂ ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର ହେଲେ ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଲୋକ। ତେଣୁ ଉଭୟଙ୍କର ଜିଲ୍ଲା ବିଜେପିରେ ରହିଥିଲା ଜୋରଦାର ପ୍ରଭାବ। ମନ୍ତ୍ରୀ ଭୁବନେଶ୍ୱର ଆସିଲେ ଅଭିଷେକ ଆଚାର୍ଯ୍ୟଙ୍କ ଖୁବ୍ ସକ୍ରିୟ ଭୂମିକା ଦେଖିବାକୁ ମିଳେ। ମନ୍ତ୍ରୀ ମଧ୍ୟ ତାଙ୍କୁ ଚିହ୍ନନ୍ତି, ଗୁରୁତ୍ୱ ଦିଅନ୍ତି। ଆଉ ମନ୍ଦାକିନୀ ପାତ୍ରଙ୍କର ତ’ ମନ୍ତ୍ରୀଙ୍କ ପତ୍ନୀ ମୃଦଳା ଠାକୂରଙ୍କ ଯାଏଁ ସଂପର୍କ। ଭାଉଜ – ନଣନ୍ଦ ସଂପର୍କ, ତାହା ସଭିଏଁ ଜାଣନ୍ତି। ଅପରାଜିତାଙ୍କ ରାଜ୍ ପରେ ଭୁବନେଶ୍ୱରରେ ମନ୍ତ୍ରୀଙ୍କର ସବୁଠାରୁ ଖାସ୍ ଲୋକ ବୋଲାଉଥିବା ପୂର୍ବତନ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ପ୍ରଭାବ କମି ଯାଇଥିଲେ ମଧ୍ୟ ଅଭିଷେକ ଆଉ ମନ୍ଦାକିନୀଙ୍କର କିନ୍ତୁ ରହିଥିଲା ଜୋରଦାର ପ୍ରଭାବ। ଏବେକାର ଜିଲ୍ଲା ସଭାପତି ବାବୁ ସିଂ ମଧ୍ୟ ଉଭୟଙ୍କୁ ଦିଅନ୍ତି ଗୁରୁତ୍ୱ।ପ୍ରାୟ ବର୍ଷେ ତଳେ ଏହି ଗୋଷ୍ଠୀ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କୁ ଏକ ବିବାଦୀୟ ଢଙ୍ଗରେ ହଟାଇ ରଶ୍ମିରଞ୍ଜନ ମୁଦୁଲିଙ୍କୁ କରିଥିଲେ ଯୁବ ମୋର୍ଚ୍ଚା ସଭାପତି। ଏବେ ହଠାତ୍ ପୁଣି ଗତ ୧୭ ତାରିଖ ଦିନ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂଙ୍କ ପ୍ୟାଡରେ ତଥା ଜଣେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ସୋସିଆଲ୍ ମିଡିଆରେ ଘୁରି ବୁଲିଲା। ଯେଉଁଥିରେ ଲେଖାଥିଲା, “ଭାରତୀୟ ଜନତା ପାର୍ଟି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ସଭାପତି ବାବୁ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲିଙ୍କୁ ଆଜି ଠାରୁ ସଭାପତି ପଦରୁ ଦାୟିତ୍ୱ ମୁକ୍ତ କରାଯାଇ ସ୍ୱୟଂସେବକ ରାୟଙ୍କୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଭାବରେ ଦାୟିତ୍ୱ ପ୍ରଦାନ କରାଗଲା।” ଏହାକୁ ନେଇ ତାଙ୍କ ଉପରେ ଆସ୍ଥା ଭରସା ରଖି ଭାରତୀୟ ଜନତା ଯୁବ ମୋର୍ଚ୍ଚା ଭୁବନେଶ୍ୱର ଜିଲ୍ଲାର ସଭାପତି ଦାୟିତ୍ଵ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଜିଲ୍ଲା ସଭାପତି ବାବୁ ସିଂଙ୍କୁ ଧନ୍ୟବାଦ ଦେଇ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ ନବ ନିଯୁକ୍ତ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ।ତେବେ, ଏହାର କିଛି ସମୟ ପରେ ଆଉ ଜଣେ ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ ତାଙ୍କ ପ୍ୟାଡରେ ଏକ ବିଜ୍ଞପ୍ତି ପ୍ରକାଶ କଲେ ଯେ, ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି ରଶ୍ମି ରଞ୍ଜନ ମୁଦୁଲିଙ୍କ ଅଦଳବଦଳର କୌଣସି ନିଷ୍ପତ୍ତି ହୋଇ ନାହିଁ। ଗଣମାଧ୍ୟମରେ ପ୍ରକାଶ ପାଉଥିବା ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି ପରିବର୍ତ୍ତନର ଖବର ସମ୍ପୂର୍ଣ ମିଥ୍ୟା ଅଟେ। ଆଜି ବି ରଶ୍ମି ରଞ୍ଜନ ମୁଦୁଲୀ ଭାରତୀୟ ଜନତା ଯୁବମୋର୍ଚ୍ଚା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତିର କାର୍ଯ୍ୟ ତୁଲାଉଛନ୍ତି ଏବଂ ଆଗକୁ ମଧ୍ୟ ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚାର କାର୍ଯ୍ୟକ୍ରମ ଜାରି ରହିବ। ଏହି ସମାନ କଥାକୁ ସମର୍ଥନ ଜଣାଇ ଅଭିଷେକ ଆଚାର୍ଯ୍ୟଙ୍କ ପ୍ୟାଡରେ ଲିଖିତ କଥାକୁ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କଲେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନ୍ଦାକିନୀ ପାତ୍ର।ମନ୍ତ୍ରୀଙ୍କ ଖାସ୍ ଲୋକ ହିସାବରେ ହୁଏତ ସେଇ ଦମ୍ଭରେ ଏମାନେ ଏମିତି କହିଦେଲେ। କିନ୍ତୁ, ଏମାନଙ୍କ କଥାର କିଛି ମୂଲ୍ୟ ରହିଲା ନାହିଁ। ଆଜି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ୱାଗତ ପାଇଁ ଯାଇଥିବା ଗୋଷ୍ଠୀ ଭିତରେ ଜିଲ୍ଲା ସଭାପତି ବାବୁ ସିଂ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ସହିତ ଥିଲେ ସ୍ୱୟଂ ସେବକ ରାୟ। ସାଙ୍ଗରେ ଥିଲେ ତାଙ୍କର ଏକ ବଡ଼ ଯୁବା ଗ୍ରୁପ୍। ମନ୍ତ୍ରୀଙ୍କୁ ଏମାନେ ସ୍ୱାଗତ କଲେ, ମନ୍ତ୍ରୀ ମଧ୍ୟ ସ୍ୱୟଂ ସେବକଙ୍କୁ ବଡ଼ ଆଦର କଲେ। ଅଭିଷେକ ଏବଂ ମନ୍ଦାକିନୀଙ୍କ କାଇଁ ଦେଖା ମିଳିଲାନି। ଯାହା ଜଣାପଡ଼ିଲା, ସ୍ୱୟଂ ସେବକ ରାୟ ହିଁ ନବ ନିଯୁକ୍ତ ଯୁବ ମୋର୍ଚ୍ଚା ସଭାପତି। ଅଭିଷେକ ଏବଂ ମନ୍ଦାକିନୀଙ୍କ କଥା ରହିଲା ନାହିଁ। ମାନ ମହତ ସବୁ ଗଲା। ଏଠାରେ ସୂଚନାଯୋଗ୍ୟ ଯେ ଏଇ କିଛି ଦିନ ତଳେ ସଭାନେତ୍ରୀ ମନ୍ଦାକିନୀ ପାତ୍ର ରାତି ଅଧରେ ନିଜ ପଦବୀରୁ ଇସ୍ତଫା ଦେଲେ ବୋଲି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ। ତେବେ, ନାଟକୀୟ ଢଙ୍ଗରେ ପରଦିନ ନିଜ ଇସ୍ତଫା ପୁଣି ଫେରାଇ ନେଇଥିଲେ। ଏହାକୁ ନେଇ ସେବେ ଖୁବ୍ ହାସ୍ୟାସ୍ପଦ ହୋଇଥିଲେ ମନ୍ଦାକିନୀ। ଏବେ ପୁଣି ମାନ ମହତ ସବୁ ଗଲା।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.