Home ଓଡ଼ିଶା କ୍ରୀକେଟ ଖେଳୁଥିବା ବେଳେ କଲେଜଛାତ୍ରର ମୃତ୍ୟୁ

କ୍ରୀକେଟ ଖେଳୁଥିବା ବେଳେ କଲେଜଛାତ୍ରର ମୃତ୍ୟୁ

965

କେନ୍ଦ୍ରାପଡ଼ା ୧୦/୨ -(ଓଡ଼ିଆ ପୁଅ/ଚିତ୍ତରଞ୍ଜନଦାସ) କ୍ରୀକେଟ ଖେଳୁଥିବା ବେଳେ ସୋମବାର ଅପରାହ୍ନ ପ୍ରାୟ ସାଢେ ଚାରିଟା ସମୟରେ ଜନୈକ କଲେଜଛାତ୍ରର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଡେରାବିଶି ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ହିମାଂଶୁ ପ୍ରଧାନଙ୍କ କଲେଜ ପଢୁଆ ଏକମାତ୍ର ପୁଅ ସତ୍ୟବ୍ରତ ପ୍ରଧାନ(୧୮) ସୋମବାର ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଅନ୍ୟସାଥିମାନଙ୍କ ସହିତ କ୍ରୀକେଟ ଖେଳରେ ବ୍ୟାଟିଂ କରି ରନ ନେବାକୁ ପିଚରେ ଦୈାଡୁଥିବା ସମୟରେ ହଠାତ ତଳେ ମୁହଁମାଡି ପଡିଯିବା ସହ ବେହୋସ ହୋଇପଡିଥିଲେ।

୧୦୮ ଆମ୍ବୁଲାନ୍ସକୁ ଫୋନକରି ବିଫଳ ହେବା ପରେ ସତ୍ୟବ୍ରତଙ୍କୁ ସାଙ୍ଗମାନେ ଏକ ଗାଡିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସତ୍ୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ଥାନା ପୋଲିସ ଖବରପାଇ ଶବ ଜବତ କରିବା ସହିତ ଘଟଣାସ୍ଥଳ ପରିଦର୍ଶନକରି ତଦନ୍ତ କରୁଥିବା ଟାଉନ ଥାନା ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.