Home Top News ଲେଉଟିଛି ଶୀତ; ଆହୁରୀ ୨ଦିନ ରହିବ ପ୍ରକୋପ: ୟେଲୋ ୱାର୍ଣ୍ଣିଂ ଜାରୀ ..

ଲେଉଟିଛି ଶୀତ; ଆହୁରୀ ୨ଦିନ ରହିବ ପ୍ରକୋପ: ୟେଲୋ ୱାର୍ଣ୍ଣିଂ ଜାରୀ ..

160

ଭୁବନେଶ୍ୱର: ଲେଉଟିଛି ଶୀତ। ରାଜ୍ୟରେ ୨/୩ଦିନ ହେଲା ପ୍ରବଳ ଶୀତ ଅନୁଭୁତ ହେଉଛି। କାଲୁଆ ପବନ ସାଙ୍ଗକୁ କୁହୁଡ଼ି ଥଣ୍ଡା ବଢାଇ ଦେଇଛି। ରାଜ୍ୟର ୧୫ଟି ସହରରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। କିଛି ଦିନ ହେଲା ଶୀତ ଗାଏବ ଥିବା ବେଳେ ହଠାତ ଶୀତ ଲେଉଟି ଥିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ସ୍ୱାଭାବିକ ଜନଜୀବନ। ଉତ୍ତରା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ବଢ଼ିଛି ଥଣ୍ଡାର ପ୍ରକୋପ। ଟ୍ୱିନ୍ ସିଟିରେ ଗତ ରାତିରେ ତାପମାତ୍ରା ପାଖପାଖି ୩ ଡିଗ୍ରୀ ତଳକୁ ଖସିଛି। ରାଜଧାନୀର ସର୍ବନିମ୍ନ ତାପମାତ୍ରା ୧୧ .୫ ଡିଗ୍ରୀ ଓ କଟକର ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଛି। ଆଗାମୀ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି। ଏଥିପାଇଁ ରାଜ୍ୟର ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୋଳ ଓ ଢେଙ୍କାନାଳରେ ଶୀତ ଲହରି ଜାରୀ ହୋଇପାରେ। ତେଣୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ରିଲିଫ କମିସନର କହିଛନ୍ତି। ଭୋର ସମୟରେ ଘରୁ ନବାହାରିବାକୁ, ସକାଳୁ ସକାଳୁ, ବାଇକ କିମ୍ବା ଖୋଲା କାରରେ ଯାତାୟତ ନକରିବାକୁ ପରାମର୍ଶ ଦିଆଯାଇଛି। ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ପରିଧାନ କରିବାକୁ, ଗୃହପାଳିତ ପଶୁଙ୍କୁ ଖୋଲା ସ୍ଥାନରେ ନରଖି ଛାତ ତଳେ ରଖିବାକୁ କୁହାଯାଇଛି।
/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.