ଭୁବନେଶ୍ୱର ୧-୩ (ଓଡ଼ିଆ ପୁଅ) : ସଂଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ନୂଆ ଦାୟିତ୍ୱ ଦିଆଯାଇଛି। ବିଜେଡ଼ି ସାଧାରଣ ସଂପାଦକ ଦାୟିତ୍ୱ ସହ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ସଂଜୟ। ସଞ୍ଜୟ ଦାସବର୍ମାଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା। ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦାଇତ୍ଵ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଏଭଳି ଗୁରୁ ଦାୟିତ୍ୱ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହି ଦାୟିତ୍ୱ ସଠିକ ଭାବେ ନିର୍ବାହ କରିବେ ବୋଲି କହିଛନ୍ତି।
ସଞ୍ଜୟଙ୍କ ପୂର୍ବରୁ ଉପାଧ୍ୟକ୍ଷ ଭାବେ ବିଷ୍ଣୁ ଦାସ ଦାୟିତ୍ୱ ନିର୍ବାହ କରିଥିଲେ।