Home Top News CISCE ଦ୍ୱାଦଶ ପରୀକ୍ଷା ଫଳ ଘୋଷିତ: ୧୮ ଜଣ ପରୀକ୍ଷାର୍ଥୀ ପ୍ରଥମ ସ୍ଥାନରେ, ୫୮ ଦ୍ୱିତୀୟ...

CISCE ଦ୍ୱାଦଶ ପରୀକ୍ଷା ଫଳ ଘୋଷିତ: ୧୮ ଜଣ ପରୀକ୍ଷାର୍ଥୀ ପ୍ରଥମ ସ୍ଥାନରେ, ୫୮ ଦ୍ୱିତୀୟ ଏବଂ ୭୮ ତୃତୀୟ ସ୍ଥାନରେ

104
Representative Image

ନୂଆଦିଲ୍ଲୀ ୨୪-୭ (ଓଡ଼ିଆ ପୁଅ) CISCE ଦ୍ୱାଦଶ ପରୀକ୍ଷା ଫଳ ଘୋଷଣା ହୋଇଛି। ୧୮ ଜଣ ପରୀକ୍ଷାର୍ଥୀ ପ୍ରଥମ ସ୍ଥାନରେ, ୫୮ ଜଣ ଦ୍ୱିତୀୟ ସ୍ଥାନରେ ଏବଂ ୭୮ ଜଣ ତୃତୀୟ ସ୍ଥାନରେ ଥିବା ବେଳେ ପରୀକ୍ଷାରେ ପାସ୍ ପ୍ରତିଶତ ୯୯.୫୨ ପ୍ରତିଶତ ରହିଛି।

ତେବେ ପରୀକ୍ଷାର୍ଥୀ ଅଫିସିଆଲ୍ CISCE ୱେବସାଇଟ୍ ରେ ନିଜର ଫଳାଫଳ ଯାଞ୍ଚ କରିପାରିବେ।

୨୪ ଜୁଲାଇ ରବିବାର ଦିନ ଘୋଷିତ ଫଳାଫଳ ଅନୁଯାୟୀ ୧୮ ଜଣ ପରୀକ୍ଷାର୍ଥୀ CISCE ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୯.୭୫ ପ୍ରତିଶତ ସ୍କୋର ସହ ଶୀର୍ଷ ମାନ୍ୟତା ଅଧିକାର କରିଛନ୍ତି।

ଦ୍ୱିତୀୟ ରାଙ୍କରେ ୫୮ ଜଣ ପରୀକ୍ଷାର୍ଥୀ ଯେଉଁମାନେ ୯୯.୫୦ ପ୍ରତିଶତ ସ୍କୋର କରିଥିବା ବେଳେ ୭୮ ଜଣ ପରୀକ୍ଷାର୍ଥୀ ଯେଉଁମାନେ ୯୯.୨୫ ପ୍ରତିଶତ ରଖି ତୃତୀୟ ସ୍ଥାନରେ ଅଛନ୍ତି।

ପ୍ରଥମ ଥର ପାଇଁ ଏହି ବୋର୍ଡ ପରୀକ୍ଷା ଦୁଇଟି ଟର୍ମରେ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.