Home ଓଡ଼ିଶା ଆଷ୍ଟ୍ରେରେ ସିଗାରେଟ୍ ଟୁକୁଡ଼ା, ସିଗାରେଟ ପାନ ଅପେକ୍ଷା ଅଧିକ ବିପଜ୍ଜନକ : ରିପୋର୍ଟ

ଆଷ୍ଟ୍ରେରେ ସିଗାରେଟ୍ ଟୁକୁଡ଼ା, ସିଗାରେଟ ପାନ ଅପେକ୍ଷା ଅଧିକ ବିପଜ୍ଜନକ : ରିପୋର୍ଟ

255

ନୂଆ ଦିଲ୍ଲୀ ୬-୧୦ (ଓଡ଼ିଆ ପୁଅ) ଆପଣ କେତେଥର ସିଗାରେଟ୍ ଟାଣନ୍ତୁ ନା କାହିଁକି, ଯେକୌଣସି ରୂପରେ ତମାଖୁ ଆପଣଙ୍କ ଶରୀରର ବିପଦପୂର୍ଣ୍ଣ ଅଟେ। ନିକୋଟିନ୍ ଏବଂ କାର୍ବନ ମନୋକ୍ସାଇଡ୍ ପର୍ଯ୍ୟନ୍ତ ଶରୀର ପ୍ରତି କ୍ଷତିକାରକ। ଏହା କେବଳ ଆପଣଙ୍କ ଫୁସଫୁସକୁ ପ୍ରଭାବିତ କରେ ନାହିଁ ବରଂ ଆପଣଙ୍କ ସମଗ୍ର ଶରୀରକୁ ପ୍ରଭାବିତ କରିଥାଏ। ଧୂମପାନ ଶରୀରରେ ଲଗାତାର ଅସୁବିଧାର ସମ୍ମୁଖୀନ କରାଇଥାଏ।

ସିଗାରେଟ ପିଇ ସାରିବା ପରେ ଆଷ୍ଟ୍ରେରେ ଥିବା ସିଗାରେଟ୍ ଟୁକୁଡ଼ା (ସିଗେରେଟ୍ ବଟ୍ସ) ଶରୀର ପାଇଁ ମଧ୍ୟ ସେତିକି ଭୟଙ୍କର। ଏକ ଅନୁସନ୍ଧାନ ଅନୁଯାୟୀ, ଏଥିରେ ଥିବା ନିକୋଟିନ୍ ର ବିଷାକ୍ତ ଅଂଶ ବାୟୁରେ ବିସ୍ତାରିତ ହୋଇଥାଏ। ସିଗାରେଟ୍ କେବଳ ଉପଭୋକ୍ତାଙ୍କ ପାଇଁ ଭୟଙ୍କର ନୁହେଁ, ବରଂ ସେଥିରୁ ବାହାରୁଥିବା ଧୂଆଁ ଧୂମପାନକାରୀଙ୍କ ସମେତ ସାଥିରେ ଥିବା ଲୋକମାନଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଥାଏ।

ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଷ୍ଟାଣ୍ଡାର୍ଡ ଆଣ୍ଡ ଟେକ୍ନୋଲୋଜି (NIST) ର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତିଯେ, ପ୍ରତ୍ୟେକ ସିଗାରେଟ୍ ବଟରେ ପ୍ରାୟ ୧୫ ପ୍ରତିଶତ ନିକୋଟିନ୍ ଦେଇଥାଏ ଯାହା ଜଳିଥିବା ସିଗାରେଟ୍ ଦେଇଥାଏ। ଗବେଷକ ଡଷ୍ଟବିନ ପପେଣ୍ଡେକ୍ କହିଛନ୍ତି, ‘ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। ‘ଏହି ସଂଖ୍ୟା ମହତ୍ତ୍ୱପୂର୍ଣ୍ଣ ଏବଂ ଘର ଭିତରେ କିମ୍ବା କାରରେ ବଟ ପକାଯିବାବେଳେ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡିଥାଏ।

ସବୁଠାରୁ ଭୟାନକ ବିଷୟ ହେଉଛି ଗବେଷକମାନେ ଜାଣିବାକୁ ପାଇଲେ ଯେ ସିଗାରେଟ୍ ପାଉଁଶରେ ପକାଯିବା ପରେ ଧୂଆଁ ପ୍ରାୟ ସାତ ଦିନ ପର୍ଯ୍ୟନ୍ତ ରହିପାରେ। ପପ୍ପେଣ୍ଡିକ୍ କହିଛନ୍ତି, ‘ଏହାର ଅର୍ଥ ଯଦି ଆପଣ ଏକ ସପ୍ତାହ ପର୍ଯ୍ୟନ୍ତ ଆପଣଙ୍କ ଘରେ ଏକ ଆଷ୍ଟ୍ରେ ଖାଲି ନକରନ୍ତି, ତେବେ ଧୂମପାନକାରୀଙ୍କ ନିକଟରେ ନିକୋଟିନ୍ ଏକ୍ସପୋଜର ପରିମାଣ ଦ୍ୱିଗୁଣିତ ହୋଇଥାଏ।’

ସିଗାରେଟ ବଟ୍ସ ପରିବେଷକୁ ଦୂଷିତ କରିବା ସହିତ ଏଥିରେ ଥିବା ପ୍ଲାଷ୍ଟକ ଅଂଶ ପରିବେଶକୁ ଦୂଷିତ କରିଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.