Home ଆନ୍ତର୍ଜାତୀୟ ଚୀନ୍ ରେ ଏଚ୫ଏନ୧ ବାର୍ଡ୍ ଫ୍ଲୁ ବ୍ୟାପିବା ଖବର

ଚୀନ୍ ରେ ଏଚ୫ଏନ୧ ବାର୍ଡ୍ ଫ୍ଲୁ ବ୍ୟାପିବା ଖବର

218

ଚୀନ୍/ବେଜିଙ୍ଗ ୩-୨ (ଓଡ଼ିଆ ପୁଅ) ଚୀନର ହୁନାନରେ ଏଚ୫ଏନ୧ ବାର୍ଡ୍ ଫ୍ଲୁ ବ୍ୟାପିବାର ଖବର ଆସିଛି।

ଚୀନର କୃଷି ଏବଂ ଗ୍ରାମୀଣ ବ୍ୟାପାର ମନ୍ତ୍ରଣାଳୟ କହିଛି, ‘‘ସଂକ୍ରମଣର ଘଟଣା ଶୁଂଆଙ୍ଗକ୍ବୀଙ୍ଗ ଜିଲ୍ଲାର ଶାୟୋଙ୍ଗ ସହରରେ ସାମନାକୁ ଆସିଛି। ସେଠାକାର କୁକୁଡ଼ା ପାଳନ କେନ୍ଦ୍ରରେ ୭,୮୫୦ ଛୁଆ ଥିଲା। ଯେଉଁଥିରୁ ୪,୫୦୦ କୁକୁଡ଼ା ଫ୍ଲୁ କାରଣରୁ ମରାଯାଇଛି। ସ୍ଥାନୀୟ ପ୍ରଶାସନ ଦ୍ୱାରା ୧୭,୮୨୮କୁକୁଡ଼ାଙ୍କୁ ମାରି ଦିଆଯାଇଛି।

ଅବଶ୍ୟ ଏପର୍ଯ୍ୟନ୍ତ ଏହି ଭାଇରସ୍ ରେ କୌଣସି ବ୍ୟକ୍ତିକୁ ସଂକ୍ରମଣ ହେବାର ଖବର ଆସିନାହିଁ। ଗତ ୧୫ ବର୍ଷରେ ସଂକ୍ରମଣ ହେବା ସ୍ଥିତିରେ ୫୦ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଥିଲା। କରୋନା ଭାଇରସ୍ ରୁ ନିପଟିବା ପାଇଁ ଚୀନ ୱୁହାନରେ ରେକର୍ଡ଼ ନଅ ଦିନରେ ଏକ ହଜାର ଶଯ୍ୟାବିଶିଷ୍ଟ ଅସ୍ଥାୟୀ ହସ୍ପିଟାଲ ବନାଇଛି। ସେହିପରି ୨,୩୦୦ ଶଯ୍ୟା ବିଶିଷ୍ଟ ଦ୍ୱିତୀୟ ହସ୍ପିଟାଲ କିଛି ଦିନରେ ପ୍ରସ୍ତୁତ ହେବ।

https://twitter.com/sotiridi/status/1224029260253401088

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.