Home ଓଡ଼ିଶା କାଳିଆ ସମାବେଶରେ ଶିଶୁ ଶ୍ରମିକ!📞:୧୦୯୮

କାଳିଆ ସମାବେଶରେ ଶିଶୁ ଶ୍ରମିକ!📞:୧୦୯୮

2305

ଭୁବନେଶ୍ୱର:୨୭ ତାରିଖ ଦିନ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ନିକଟସ୍ଥ ରଙ୍ଗେଇଲୁଣ୍ଡା ବିମାନଘାଟିରେ ଆୟୋଜିତ ହେଲା କାଳିଆ ଚାଷୀ ମହାସମାବେଶ।ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।କାଳିଆ ଯୋଜନାରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇଥିଲେ ନବୀନ।ଏହା ସହ କେତେକ ଉନ୍ନୟନ ମୂଳକ କାମର ଲୋକାର୍ପଣ,ଭିତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଚାଷୀ ସମାବେଶରେ ଯୋଗ ଦେଇଥିଲେ ଗଞ୍ଜାମ ଜିଲ୍ଲାର ହଜାର ହଜାର ଚାଷୀ।ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଯୋଡ଼ି ଶଙ୍ଖ ଏବଂ ବାଦ୍ୟଯନ୍ତ୍ର ଆଦି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରାଯାଇଥିଲା।ତେବେ ଏହି ଯୋଡ଼ି ଶଙ୍ଖ ଫୁଙ୍କାଳିଙ୍କ ଭିତରେ ଦେଖିବାକୁ ମିଳିଥିଲା ଅନେକ ଶୁଶୁଙ୍କୁ।ପରିବାରର କୌଳିକ ବୃତ୍ତି ଆଧାରରେ ଗଞ୍ଜାମ ଜିଲ୍ଲାର ସେହି ପରିବାରର ଶିଶୁମାନେ ମଧ୍ୟ ଗୁଜୁରାଣ ପାଇଁ ଶଙ୍ଖ ଫୁଙ୍କି ଥାଆନ୍ତି।କିନ୍ତୁ ଏହି ଯୋଡ଼ି ଶଙ୍ଖ ଫୁଙ୍କିବା ଦ୍ୱାରା ଫୁସଫୁସ ଉପରେ ଅତ୍ୟଧିକ ଚାପ ପଡ଼ିଥାଏ।ତେଣୁ ଶିଶୁମାନଙ୍କ ପାଇଁ ଏହା ମାରାତ୍ମକ।କିନ୍ତୁ ସେହି ପରିବାର ଶିଶୁମାନେ ଶ୍ରମିକ ଭାବରେ,ଭଡ଼ାରେ ଶଙ୍ଖ ଫୁଙ୍କିବା ପାଇଁ ବିବାହ ଆଦି ଉତ୍ସବରେ ଯାଇ ଥାଆନ୍ତି।ସେହିପରି ସେମାନେ ମଧ୍ୟ ଭଡ଼ାରେ ଆସିଥିଲେ କାଳିଆ ସମାବେଶରେ ନବୀନଙ୍କ ପାଇଁ ଶଙ୍ଖ ଫୁଙ୍କିବା ପାଇଁ।

ପ୍ରତ୍ୟେକ ଶିଶୁକୁ ଏକ ଉନ୍ନତ ଭବିଷ୍ୟତ ପ୍ରଦାନ ନିମିତ୍ତ ଶିଶୁର ଅଧିକାରକୁ ସମ୍ମାନ ଜଣାଇବା ଓ ସୁରକ୍ଷା ପ୍ରଦାନ କରିବା ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ।ସରକାର ଗରିବ ପିଲାଙ୍କ ପାଇଁ ମାଗଣା ଖାତା, ବହି, ସିଲଟ, ଖାଦ୍ୟ, ରହିବା ପାଇଁ ହଷ୍ଟେଲ୍‌ର ସୁବିଧା କରିଛନ୍ତି।ଶିଶୁ ଶ୍ରମିକ ଆଇନ ଅନୁଯାୟୀ,ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ହଷ୍ଟେଲରେ ରଖି ଶିକ୍ଷା ପ୍ରଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ଵାଡ୍‌ ମଧ୍ୟ ଗଠନ କରାଯାଇଛି।ପ୍ରତ୍ୟକ ଜିଲ୍ଲାରେ ସରକାରଙ୍କ ଦ୍ୱାରା ଶିଶୁ ଶ୍ରମିକ ଚିହ୍ନଟ ପ୍ରକ୍ରିୟା ଚାଲିଛି।ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏକ ଟୋଲ ଫ୍ରି ନମ୍ବର “୧୦୯୮” ମଧ୍ୟ ଜାରି କରାଯାଇଛି।ହେଲେ ଏସବୁ ବୋଧେ ଖାଲି ଯାହା କାଗଜ କଲମରେ ଚାଲିଛି।ଚାଷୀଙ୍କ ଉନ୍ନତି କଥା କହି ଚାଷୀ ସମାବେଶ ଚାଲିଥିବା ବେଳେ ରାଜ୍ୟର ମୁଖିଆ,ଖୋଦ ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ,ସାଂସଦ,ବିଧାୟକ ଜିଲ୍ଲାପାଳ,ଏସପି ଆଦି ଜିଲ୍ଲାର ପ୍ରାୟ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ନାକ ତଳେ ଶଙ୍ଖ ଫୁଙ୍କୁଥିବା ଏହି କୋମଳମତି ଶିଶୁ କ’ଣ ସେମାନଙ୍କୁ ଦେଖାଗଲା ନାହିଁ?୧୦୯୮ରେ ଫୋନ କରି ଜଣାଇବା ଅବା ଆଉ କାହାକୁ?/@ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.