Home ଓଡ଼ିଶା ଆତ୍ମୋତ୍ସର୍ଗ ଦିବସରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଆତ୍ମୋତ୍ସର୍ଗ ଦିବସରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

484

କୋଲାବିରା, ୨୦।୧୨ (ଓଡ଼ିଆ ପୁଅ/ନିଶିତ କୁମାର ବହିଦାର) ଝାରସୁଗୁଡା ଜିଲ୍ଲା କୋଲାବିରା ଅଂଚଳମୁହାଁ ହେଉଛନ୍ତି ସମସ୍ତ ବର୍ଗର ଜନସାଧାରଣ। ଆସନ୍ତା ୨୧, ୨୨ ଏବଂ ୨୩ ତାରିଖ ତିନି ଦିବସ ବ୍ୟାପି ପାଳନ ହେବାକୁ ଯାଉଛି କୋଲାବିରା ତୃତୀୟ ଜମିଦାର ସହିଦ କରୁଣାକର ସିଂହ ନାଏକଙ୍କ ଆତ୍ମୋତ୍ସର୍ଗ ଦିବସ। ଏହାକୁ ଉଦ୍ ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମରେ ଅଂଚଳବାସୀଙ୍କୁ ସମ୍ବୋଧିତ କରିବେ।

ସୂଚନାଯୋଗ୍ୟ ଯେ ଏକଦା ସୁରେନ୍ଦ୍ର ସାଏଙ୍କ ପ୍ରମୁଖ ସହଯୋଗି ଭାବରେ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିବା ଜୟପୁର ଇଷ୍ଟେଟ କୋଲାବିରାର ଜମିଦାରିର ତୃତୀୟ ଜମିଦାର ସହିତ କରୁଣାକରଙ୍କୁ ଇଂରେଜ ସରକାର ଧୋଖାରେ ଫାଶିଖୁଂଟରେ ଝୁଲେଇଦେଇଥିଲେ। ଏହି କ୍ରମରେ ଫାଶି ପାଇଥିବା ଅନ୍ୟାନ୍ୟ ଜମିଦାର ମାନଙ୍କ ମଧ୍ୟରୁ କେତେକଙ୍କୁ ସହୀଦ ମାନ୍ୟତା ମିଳିସାରିଥିବା ବେଳେ କୋଲାବିରା ଜମିଦାର କରୁଣାକରଙ୍କୁ ଏ ପର୍ଯ୍ୟନ୍ତ ସହୀଦ ମାନ୍ୟତା ମିଳିପାରିନାହିଁ କି ଦୁର୍ଗର ସୁରକ୍ଷା ନିମନ୍ତେ ସରକାରୀ ସ୍ତରରେ କୈାଣସି ପ୍ରକାର ଉଦ୍ୟମ କରାଯାଇପାରିନାହିଁ। କୋଲାବିରା ଜମିଦାର ସହିଦ କରୁଣାକର ସିଂହ ନାଏକ, ତାଙ୍କ ଭାଇ ଖଗ ନାଏକ ଓ ପୁତୁରା କହ୍ନେଇ ନାଏକଙ୍କ ୧୫୮ ତମ ଫାଶୀ ଦିବସକୁ ସହିଦ କରୁଣାକର ସିଂହ ନାଏକ ସ୍ମୃତି ଟ୍ରଷ୍ଟ, ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଏବଂ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ମିଳିତ ଭାବରେ ଆତ୍ମୋତ୍ସର୍ଗ ଦିବସ ପାଳନ କରାଯାଉଅଛି।

ଆଦିବାସି ଜରିଜନ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର କୁମାର ମହାନ୍ତି, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶକ୍ତି, ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂହ, ସାଂସଦ ପ୍ରଭାସ ସିଂହ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଲ, ବୀଦାୟୀକା ରାଧାରାଣୀ ପଣ୍ଡା, ବିଧାୟକ ରବିନାରାୟନ ନାଏକ, ବିଧାୟକ ନବ କିଶୋର ଦାସ୍, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ପୁର୍ବତନ ବିଧାୟକ ଅନୁପ ସାଏ, ପୁର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ସ୍ମୃତି କମିଟିର ସଭାପତି ବୀର ଅମରେନ୍ଦ୍ର ପ୍ରତାପ ସିଂହ, ଗୋଁଣ୍ଡୱାନା ଗୋଁଣ୍ଡ ମହାସଭାର ସଭାପତି ମହେନ୍ଦ୍ର ନାଏକ, ସମ୍ମିଲିତ ଆଦିବାସୀ ସମାଜର ସମ୍ପାଦ ପ୍ରଭାକର ଓରାମ ପ୍ରମୁଖ ସୂଚନା ଦେଇଛନ୍ତି। ଅଞ୍ଚଳବାସୀଙ୍କ ପକ୍ଷରୁ ଚଳିତ ବର୍ଷ ପ୍ରଥମକରି ବିରାଟ ଆକାରରେ ମହୋତ୍ସବର ଆୟୋଜନ କରାଯାଉଥିବା ବେଳେ ମହୋତ୍ସବରେ ଝାରସୁଗୁଡା, ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ କଳା ଏବଂ ସାଂସ୍କୃତିକ ଦଳ ଯୋଗଦେବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ୨୧, ୨୨ ଏବଂ ୨୩ ତାରିଖ ତିନିଦିନ ଧରି ଏହି ମହୋତ୍ସବ ହେବବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.