Home Coronavirus Outbreak ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର କରୋନାରେ ମୃତ୍ୟୁ ଖବର – AIIMS ହୋଇଥିଲା ଭର୍ତ୍ତି

ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର କରୋନାରେ ମୃତ୍ୟୁ ଖବର – AIIMS ହୋଇଥିଲା ଭର୍ତ୍ତି

72

ନୂଆଦିଲ୍ଲୀ ୭-୫ (ଓଡ଼ିଆ ପୁଅ) କରୋନା ଜୀବାଣୁ ସଂକ୍ରମଣ ହେତୁ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କର ମୃତ୍ୟୁ ଘଟିଛି। ଛୋଟା ରାଜନକୁ କୋଭିଡ ସଂକ୍ରମଣର ଚିକିତ୍ସା ପାଇଁ ନିକଟରେ ଦିଲ୍ଲୀ AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଛୋଟା ରାଜନ ତିହାର ଜେଲରେ ରହିବା ସମୟରେ କରୋନା ସଂକ୍ରମିତ ହୋଇଥିଲା। ତା’ ରିପୋର୍ଟ ପଜିଟିଭ୍ ଆସିବା ପରେ ତାକୁ ଏପ୍ରିଲ୍ ଶେଷ ସପ୍ତାହରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ ସ୍ଵାସ୍ଥ୍ୟ ଅବସ୍ଥା ଅନେକ ଦିନ ପର୍ଯ୍ୟନ୍ତ ସ୍ଥିର ରହିଥିଲା, କିନ୍ତୁ ଜାତୀୟ ଗଣମାଧ୍ୟମ ଖବର ଅନୁସାରେ ଶୁକ୍ରବାର ଦିନ ତା’ର ମୃତ୍ୟୁ ହୋଇଛି। ଛୋଟା ରାଜନ ବିରୁଦ୍ଧରେ ୭୦ ରୁ ଅଧିକ ଅପରାଧ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ଅନେକ ଅପହରଣ ଓ ହତ୍ୟା ମାମଲା ରହିଥିଲା।

ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା, ମୁମ୍ବାଇର ବରିଷ୍ଠ ସାମ୍ବାଦିକ ଜ୍ୟୋତିର୍ମୟ ଦେଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ତେବେ ହନିଫ କଡାୱାଲା ହତ୍ୟା ମାମଲାରେ ସେ ନିକଟରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲା।

୧୯୯୩ ମସିହାରେ ମୁମ୍ବାଇରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଛୋଟା ରାଜନ ମଧ୍ୟ ଜଣେ ଅଭିଯୁକ୍ତ ଥିଲଲା। ଛୋଟା ରାଜନଙ୍କର ପ୍ରକୃତ ନାମ ଥିଲା ରାଜେନ୍ଦ୍ର ନିକାଲଜେ। ୨୦୧୫ ରେ ତାକୁ ଇଣ୍ଡୋନେସିଆରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା। ୨୬ ଏପ୍ରିଲରେ, ସେ କରୋନା ସଂକ୍ରମଣ ହୋଇ ଚିକିତ୍ସା ପାଇଁ AIIMS ରେ ଭର୍ତ୍ତି ହୋଇଥିଲା। ଏପ୍ରିଲ ୨୬ ରେ, ତିହାର ଜେଲର ଜଣେ ଅଧିକାରୀ ଏକ ମାମଲାର ଶୁଣାଣି ସମୟରେ କହିଥିଲେ ଯେ ଛୋଟା ରାଜନଙ୍କୁ ଭିଡିଓ କନଫରେନ୍ସିଂ ପାଇଁ ଅଣାଯାଇପାରିବ ନାହିଁ। ଏହାର କାରଣ ହେଉଛି ସେ କରୋନା ପଜିଟିଭ୍ ମିଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅପରପକ୍ଷରେ, ଏହି ମୃତ୍ୟୁ ଖବରକୁ ଦିଲ୍ଲୀ ପୋଲିସ ଏବଂ ଏମ୍ସ ପ୍ରଶାସନ ଖଣ୍ଡନ କରିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମ ଖବରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.