Home Top News Covid19 ଯୋଗୁଁ ମୃତ୍ୟୁବରଣ କରିଥିବା ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇବା...

Covid19 ଯୋଗୁଁ ମୃତ୍ୟୁବରଣ କରିଥିବା ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇବା ପାଇଁ ଛତିଶଗଡ ସରକାରଙ୍କ ଘୋଷଣା

85

ନୂଆ ଦିଲ୍ଲୀ ମଇ ୩୧ (ଓଡ଼ିଆ ପୁଅ) Covid୧୯ ଯୋଗୁଁ ମୃତ୍ୟୁବରଣ କରିଥିବା ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ଉପରେ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇବା ପାଇଁ ଛତିଶଗଡ ସରକାର ଘୋଷଣା କରିଛନ୍ତି। ମିଡିଆ ପ୍ରତିନିଧୀ କଲ୍ୟାଣ ସହାୟତା ନିୟମ ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ।

ସୂଚନାଯୋଗ୍ୟଯେ,ଏହିପରି ଘୋଷଣା ମଧ୍ୟ ଆମ ରାଜ୍ୟ ପୂର୍ବରୁ କରିସାରିଛି। ଏପରିକି ଅନେକ ସାମ୍ବାଦିକଙ୍କ ପରିବାରକୁ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଛି।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକରଙ୍କ ତତ୍ତ୍ଵାବଧାନରେ ମନ୍ତ୍ରଣାଳୟ ନିଜ ପକ୍ଷରୁ ୨୦୨୦ ଓ ୨୦୨୧ରେ କୋଭିଡ-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକ ମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ କରି ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସେମାନଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଯୋଜନା କରିଛନ୍ତି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅମିତ ଖାରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାମ୍ବାଦିକ କଲ୍ୟାଣ ଯୋଜନା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପ୍ରସ୍ତାବରେ ୨୦୨୦-୨୧ ଆର୍ଥିକ ବର୍ଷରେ କୋଭିଡ-୧୯ ଯୋଗୁଁ ପ୍ରାଣ ହରାଇଥିବା ୨୬ଜଣ ସାମ୍ବାଦିକଙ୍କ ପ୍ରତ୍ୟେକ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ମୃତ ସାମ୍ବାଦିକମାନଙ୍କ ୪୧ଟି ପରିବାରକୁ ଦେଉଥିବା ଆର୍ଥିକ ସହାୟତା ମିଶାଇବା ପରେ କୋଭିଡ ସହ ପ୍ରାଣତ୍ୟାଗ କରିଥିବା ସାମ୍ବାଦିକଙ୍କ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.