Home ଓଡ଼ିଶା ବ୍ୟାଙ୍କ ଚେକ୍ କ୍ଲିୟରିଙ୍ଗ ପ୍ରକ୍ରିୟା ଶିଘ୍ର ହେବ – ସମ୍ପୂର୍ଣ୍ଣ ଭାରତରେ ଚେକ ଟ୍ରଙ୍କେସନ ସିଷ୍ଟମ...

ବ୍ୟାଙ୍କ ଚେକ୍ କ୍ଲିୟରିଙ୍ଗ ପ୍ରକ୍ରିୟା ଶିଘ୍ର ହେବ – ସମ୍ପୂର୍ଣ୍ଣ ଭାରତରେ ଚେକ ଟ୍ରଙ୍କେସନ ସିଷ୍ଟମ ଲାଗୁହେବ

379

ନୂଆ ଦିଲ୍ଲୀ ୬-୨ (ଓଡ଼ିଆ ପୁଅ) ରିଜର୍ଭ ବ୍ୟାଙ୍କ ଆଜି କହିଛି କି ଚେକ ଟ୍ରଙ୍କେସନ ସିଷ୍ଟମ (ସିଟିଏସ) ଯାହାକି ବର୍ତ୍ତମାନ ଦେଶର ପ୍ରମୁଖ କ୍ଲିୟରିଂ ହାଉସ୍ ରେ ଲାଗୁ ଅଛି, ତାହା ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାରତରେ ଲାଗୁ ହେବ।

ସୂଚନାଯୋଗ୍ୟଯେ, ପୂର୍ବରୁ ଡ୍ରୟର ଚେକ ଡ୍ର କରିବା ପରେ ପେୟୀ ନିଜ ବ୍ୟାଙ୍କରେ ଜମା କରୁଥିଲା ଏବଂ ସେହି ଫିଜିକାଲ ଚେକ୍ ଡ୍ରୟର ବ୍ୟାଙ୍କ ପାଖକୁ ଆସୁଥିଲା ଏବଂ ଟଙ୍କା ଡ୍ରୟର ଆକାଉଣ୍ଟରୁ କଟି ପେୟୀ ଆକାଉଣ୍ଟରେ ଜମା ହେଉଥିଲା।

କିନ୍ତୁ ସିଟିଏସ୍ ପ୍ରକ୍ରୀୟା ଫଳପ୍ରଦ ହେବା ପରେ ଏବେ ଆଉ ଫିଜିକାଲ ଚେକ୍ ର ମୁଭମେଣ୍ଟ ରହିବ ନାହିଁ। କେବଳ ଡିଜିଟାଲୀ ସ୍କାନ୍ଡ ଚେକ୍ ମାଧ୍ୟମରେ ଡ୍ରୟର ବ୍ୟାଙ୍କରୁ ଟଙ୍କା ପେୟୀ ଆକାଉଣ୍ଟକୁ ଟ୍ରାନ୍ସଫର ହେବ। ଏହାଫଳରେ ଚେକ ମୁଭମେଣ୍ଟ ଖର୍ଚ୍ଚ ବଞ୍ଚିବା ସହିତ ଟ୍ରାନଜାକ୍ସନ ଶୀଘ୍ର ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.