Home ଓଡ଼ିଶା ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବସ୍ତୁ ଓ...

୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବସ୍ତୁ ଓ ସେବା କର କ୍ଷତିପୂରଣ ବାବଦକୁ ପ୍ରଦାନ କରିଛନ୍ତି ୧, ୬୫, ୩୦୨ କୋଟି ଟଙ୍କା

96

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) କେନ୍ଦ୍ର ସରକାର ନିକଟରେ କେବଳ ମାର୍ଚ୍ଚ ମାସ ପାଇଁ ବସ୍ତୁ ଓ ସେବା କର କ୍ଷତିପୂରଣ ବାବଦକୁ ୧୩, ୮୦୬ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟଗୁଡିକୁ କ୍ଷତିପୂରଣ ବାବଦ ସମସ୍ତ ଅର୍ଥ ପଇଠ କରାଯାଇଛି। ଏହି ଅବଧି ମଧ୍ୟରେ ମୋଟ କ୍ଷତିପୂରଣ ବାବଦକୁ ୧, ୬୫, ୩୦୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ସମୟ ମଧ୍ୟରେ ୯୫, ୪୪୪ କୋଟି ଟଙ୍କା ସଂଗୃହିତ ହୋଇଛି।

୨୦୧୯-୨୦ ଆର୍ଥିକ ବର୍ଷର କ୍ଷତିପୂରଣ ପଇଠ କରିବା ବେଳେ ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷର ବଳକା ଥିବା ଅର୍ଥକୁ ମଧ୍ୟ ହିସାବକୁ ନିଆଯାଇଛି। ଏହାଛଡା କେନ୍ଦ୍ର ୩୩, ୪୧୨ କୋଟି ଟଙ୍କା ଦେଶର ଅନାବଦ୍ଧ ପାଣ୍ଠିରୁ ମଧ୍ୟ ପ୍ରଦାନ କରିଛି। ନିମ୍ନରେ ରାଜ୍ୟୱାରୀ ପ୍ରଦାନ କରାଯାଇଥିବା ବସ୍ତୁ ଓ ସେବା କର ବାବଦ କ୍ଷତିପୂରଣ ଅର୍ଥ ହିସାବ ଦିଆଯାଇଛି।

କ୍ର-ସଂ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ(କୋଟିରେ) 


୧ ଆନ୍ଧ୍ର ପ୍ରଦେଶ ୩୦୨୮ ୧୭ ମଣିପୁର ୦

୨ ଅରୁଣାଚଳ ପ୍ରଦେଶ ୦ ୧୮ ମେଘାଳୟ ୧୫୭

୩ ଆସାମ ୧୨୮୪ ୧୯ ମିଜୋରାମ ୦

୪ ବିହାର ୫୪୬୪ ୨୦ ନାଗାଲାଣ୍ଡ ୦

୫ ଛତିଶଗଡ ୪୫୨୧ ୨୧ ଓଡିଶା ୫୧୨୨

୬ ଦିଲ୍ଲୀ ୮୪୨୪ ୨୨ ପୁଡୁଚେରି ୧୦୫୭

୭ ଗୋଆ ୧୦୯୩ ୨୩ ପଞ୍ଜାବ ୧୨୧୮୭

୮ ଗୁଜରାଟ ୧୪୮୦୧ ୨୪ ରାଜସ୍ଥାନ ୬୭୧୦

୯ ହରିୟାଣା ୬୬୧୭ ୨୫ ସିକ୍କିମ ୦

୧୦ ହିମାଚଳ ପ୍ରଦେଶ ୨୪୭୭ ୨୬ ତାମିଲନାଡୁ ୧୨୩୦୫

୧୧ ଜମ୍ମୁ ଓ କଶ୍ମୀର ୩୨୮୧ ୨୭ ତେଲଙ୍ଗାନା ୩୦୫୪

୧୨ ଝାଡଖଣ୍ଡ ୨୨୧୯ ୨୮ ତ୍ରିପୁରା ୨୯୩

୧୩ କର୍ଣ୍ଣାଟକ ୧୮୬୨୮ ୨୯ ଉତ୍ତରପ୍ରଦେଶ ୯୧୨୩

୧୪ କେରଳ ୮୧୧୧ ୩୦ ଉତ୍ତରାଖଣ୍ଡ ୩୩୭୫

୧୫ ମଧ୍ୟ ପ୍ରଦେଶ ୬୫୩୮ ୩୧ ପଶ୍ଚିମବଙ୍ଗ ୬୨୦୦

୧୬ ମହାରାଷ୍ଟ୍ର ୧୯୨୩୩ ମୋଟ ୧୬୫୩୦୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.