Home ଓଡ଼ିଶା ଛାତ୍ରଛାତ୍ରମାନଙ୍କ ପାଇଁ ବଡ଼ ଖବର – CBSE କମାଇଲା ୩୦ ପ୍ରତିଶତ ସିଲାବସ୍

ଛାତ୍ରଛାତ୍ରମାନଙ୍କ ପାଇଁ ବଡ଼ ଖବର – CBSE କମାଇଲା ୩୦ ପ୍ରତିଶତ ସିଲାବସ୍

259

ନୂଆ ଦିଲ୍ଲୀ ୭-୭ (ଓଡ଼ିଆ ପୁଅ) ଦେଶରେ ତଥା ବିଶ୍ୱରେ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ତଥା କୋଭିଡ -19 ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକ ବନ୍ଦ ରହିଛି। ଏହି କାରଣରୁ ଶ୍ରେଣୀଗୃହ ଶିକ୍ଷାଦାନ ପ୍ରଭାବିତ ହୋଇଛି। ତେଣୁ CBSE ବୋର୍ଡ ଚଳିତ ଶିକ୍ଷା ବର୍ଷ ୨୦-୨୧ 2020-21 ପାଇଁ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପାଇଁ ସିଲାବସରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି। ପାଠ୍ୟକ୍ରମରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକ ପାଠ୍ୟକ୍ରମ କମିଟି ଏବଂ ବୋର୍ଡର ପରିଚାଳନା ପରିଷଦର ଅନୁମୋଦନ କ୍ରମେ ସମ୍ପୃକ୍ତ ପାଠ୍ୟକ୍ରମ କମିଟି ଦ୍ୱାରା ଚୂଡାନ୍ତ ହୋଇଛି।

ଶିକ୍ଷାର ସ୍ତର ହାସଲ କରିବାର ମହତ୍ତ୍ୱକୁ ବିଚାର କରି, ସିଲାବସ୍ ର ମୂଳ ଧାରଣାକୁ ବଜାୟ ରଖିବା ଦ୍ୱାରା ଯଥା ସମ୍ଭବ ଯୁକ୍ତିଯୁକ୍ତ ନିଷ୍ପତ୍ତି ନିଆଯାଇଛି।

ଏ ନେଇ CBSE ଏକ ବିଜ୍ଞପ୍ତି ପ୍ରକାଶ କରିଛି। CBSE ପ୍ରକାଶ କରିଛିଯେ, ହ୍ରାସ କରାଯାଇଥିବା ସିଲାବସ୍ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଏବଂ ବର୍ଷ ଶେଷ ବୋର୍ଡ ପରୀକ୍ଷା ପାଇଁ ବିଷୟଗୁଡିକର ଅଂଶ ହେବ ନାହିଁ।

ପ୍ରାଥମିକ ଶ୍ରେଣୀଗୁଡ଼ିକ ପାଇଁ (I-VIII) ବିଦ୍ୟାଳୟଗୁଡ଼ିକ NCERT ଦ୍ୱାରା ନିର୍ଦ୍ଦିଷ୍ଟ ବିକଳ୍ପ ଏକାଡେମିକ୍ କ୍ୟାଲେଣ୍ଡର ପାଇଁ
ସଂଶୋଧିତ ସିଲାବସ୍ ଲିଙ୍କରେ ଉପଲବ୍ଧ: http://cbseacademic.nic.in/Revisedcurriculum2021.html

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.