Home ଅପରାଧ ନୃଶଂସତା: ଷଣ୍ଢ ଦେହରେ ଲୁହାରର୍ଡ – ଉଦ୍ଧାର କଲେ ଗୋସେବକ – ହିନ୍ଦୁ ମହାସଭାର ଚେତାବନୀ...

ନୃଶଂସତା: ଷଣ୍ଢ ଦେହରେ ଲୁହାରର୍ଡ – ଉଦ୍ଧାର କଲେ ଗୋସେବକ – ହିନ୍ଦୁ ମହାସଭାର ଚେତାବନୀ ..

59

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା, ନିରାକାରପୁର ଥାନା ଅନ୍ତର୍ଗତ ଭଗବତୀପଡ଼ା ନିକଟରେ କେହି ଜଣେ ଦୁର୍ବୁତ୍ତ ଏକ ଷଣ୍ଢ ଦେହରେ (ପଛ ପାଖରେ) ଏକ ଲୁହାରର୍ଡ ଭୂଷି ଦେଇଥିଲା। ଷଣ୍ଢ ଦେହରେ ଲୁହାରର୍ଡଟି ସେମିତି ଲାଗି ରହିଥିଲା। ଏ’ ସଂକ୍ରାନ୍ତରେ ଖବର ପାଇ ନିରାକାରପୁର ଅଞ୍ଚଳର ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା ଏବଂ ଗୋସେବକ ସଂପୃକ୍ତ ଅଞ୍ଚଳରେ ପହଞ୍ଚି ଷଣ୍ଢଟିକୁ ପ୍ରଥମେ ଆୟତ କରି ତା’ ଦେହରୁ ଲୁହାରର୍ଡ କାଢ଼ିବା ସହ ତା’ର ଚିକିତ୍ସା କରାଇଥିଲେ। ଷଣ୍ଢଟି ଏବେ ସୁସ୍ଥ ରହିଥିବା ଜଣାପଡ଼ିଛି। ଫସଲ ଖାଉଥିବା ଯୋଗୁଁ କେହି ଦୁର୍ବୁତ୍ତ ନୃଶଂସ ହୋଇ ଷଣ୍ଢ ଦେହରେ ଲୁହାରର୍ଡଟି ଭୂଷି ଦେଇଥିବା । ପଶୁ ନିଷ୍ଠୁରତା ନିବାରଣ ଆଇନ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। ଏପରି ନୃଶଂସ ଆଚରଣ ପ୍ରଦର୍ଶନ କରୁଥିବା ଦୁର୍ବୁତ୍ତଙ୍କୁ ଠାବ କରି ପୋଲିସ୍ ପ୍ରଶାସନ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନଚେତ୍ ଆମେ ଦଣ୍ଡ ଦେବାକୁ ପଛେଇବୁ ନାହିଁ ବୋଲି ହିନ୍ଦୁ ମହାସଭା ପକ୍ଷରୁ ଚେତାବନୀ ଦିଆଯାଇଛି।
( ଫଟୋରେ ହିନ୍ଦୁ ସଙ୍ଗଠନର ଜଣେ କାର୍ଯ୍ୟକର୍ତ୍ତା ଷଣ୍ଢ ଦେହରୁ ବାହାର କରାଯାଇଥିବା ଲୁହାରର୍ଡଟି ହାତରେ ଧରିଛନ୍ତି)
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.