Home Coronavirus Outbreak ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଭିଡିଓ...

ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ଭିଡିଓ କନଫରେନ୍ସ ସମ୍ମିଳନୀ

472

ନୂଆ ଦିଲ୍ଲୀ ୧-୪ (ଓଡ଼ିଆ ପୁଅ) ତାବ୍ଲିଗ ଜମାତ ଅଂଶଗ୍ରହଣକାରୀଙ୍କ ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକ ଏହାର ଅଂଶଗ୍ରହଣକାରୀମାନଙ୍କୁ ଚିହ୍ନଟ କରିବା ଲାଗି କୁହାଯାଇଛି। ଯୁଦ୍ଧକାଳୀନ ଭିତିରେ ଏହି ଚିହ୍ନଟକ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ତାବ୍ଲିଗ ଜମାତ ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀ ପ୍ରତିନିଧିମାନେ ଭିସା କଟକଣା ଉଲଂଘନ କରିଥିବା ଦୃଷ୍ଟିକୁ ଆସିଛି। ଭିସା କଟକଣାକୁ ଉଲଂଘନ କରିଥିବା ବିଦେଶୀ ଆୟୋଜକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟମାନଙ୍କୁ କୁହାଯାଇଛି। ଏହାଛଡା ରାଜ୍ୟଗୁଡିକ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ସପ୍ତାହକ ମଧ୍ୟରେ ଲାଗୁ କରିବାକୁ କୁହାଯାଇଛି। ଏହାଦ୍ୱାରା ହିତାଧିକାରୀମାନଙ୍କ ହାତକୁ ପର୍ଯ୍ୟାପ୍ତ ନଗଦ ପଇସା ଆସିପାରିବ। ତେବେ ସାମାଜିକ ଦୂରତ୍ୱ ରକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବାକୁ ପଡିବ। ସମଗ୍ର ଦେଶରେ ଲକଡାଉନକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି। ଆନ୍ତଃରାଜ୍ୟ ମାଲ ପରିବହନକୁ ସୁନିଶ୍ଚିତ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖିବା ସହ ସେଗୁଡିକର ସୁଚାରୁ ବଂଟନ ସୁନିଶ୍ଚିତ କରିବାକୁ ମଧ୍ୟ ରାଜ୍ୟଗୁଡିକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.