Home Coronavirus Outbreak ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ: ନିଆଯିବ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ: ନିଆଯିବ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି

80

ଭୁବନେଶ୍ୱର ୨୧-୫ (ଓଡ଼ିଆ ପୁଅ) ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ ବୋଲି ଜଣାପଡ଼ିଛି। ଏହି ବୈଠକରେ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସୂତ୍ରରୁ ପ୍ରକାଶ।

ତେବେ ଆଜି ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି କ୍ୟାବିନେଟ ବୈଠକ। ଭର୍ଚୁଆଲ୍‌ ମୋଡ଼ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। କିଛି ମନ୍ତ୍ରୀ ମଧ୍ୟ ଭିସିରେ ଯୋଡି ହେବେ। କିଛି ମନ୍ତ୍ରୀ ଲୋକସେବା ଭବନରେ ବସିବେ।

ଆଶା କରାଯାଉଛିଯେ, କୋଭିଡ ସମ୍ପର୍କିତ ଲୋକ କଲ୍ୟାଣ ଯୋଜନାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ସୂଚନାଯୋଗ୍ୟଯେ କରୋନାର ଦ୍ୱିତୀୟ ଲହର ପରେ କେତେକ ରାଜ୍ୟ ବିଭିନ୍ନ ଜନ କଲ୍ୟାଣ ସମ୍ବନ୍ଧିତ କିଛି ସହାୟତା ଘୋଷଣା କରିସାରିଲେଣି। ଓଡ଼ିଶା ମଧ୍ୟ ଏହିପରି କରୋନା ଜନିତ ପୀଡ଼ିତ ପରିବାରକୁ ସହାୟତା ଘୋଷଣା କରିସାରିଛି। ତେବେ ସମୟାନୁଯାୟୀ ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଏହି ସମ୍ବନ୍ଧିତ ଆଉକିଛି ଗୁରୁତ୍ତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.