Home ଓଡ଼ିଶା ସ୍ୱାସ୍ଥ୍ୟ ଓ ଭେଷଜ ବିଜ୍ଞାନ କ୍ଷେତ୍ରରେ ସହଯୋଗ ନେଇ ଭାରତ-କାମ୍ବୋଡିଆ ମଧ୍ୟରେ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର...

ସ୍ୱାସ୍ଥ୍ୟ ଓ ଭେଷଜ ବିଜ୍ଞାନ କ୍ଷେତ୍ରରେ ସହଯୋଗ ନେଇ ଭାରତ-କାମ୍ବୋଡିଆ ମଧ୍ୟରେ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

30

ନୂଆଦିଲ୍ଲୀ ୩୦-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-କାମ୍ବୋଡିଆ ମଧ୍ୟରେ ସ୍ୱାସ୍ଥ୍ୟ ଓ ଭେଷଜ ବିଜ୍ଞାନ କ୍ଷେତ୍ରରେ ବୁଝାମଣାପତ୍ର ସ୍ଵାକ୍ଷରକୁ ଅନୁମୋଦନ ମିଳିଛି। ଏହି ଦ୍ଵିପାକ୍ଷିକ ବୁଝାମଣାପତ୍ର ସ୍ଵାକ୍ଷରିତ ହେଲେ ଦୁଇ ଦେଶ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବିକାଶ ହୋଇପାରିବ। ଏହି ଦ୍ଵିପାକ୍ଷିକ ରାଜିନାମା ଭାରତ ଓ କାମ୍ବୋଡିଆର ସଂପର୍କକୁ ମଜବୁତ କରିବ। ଯେଉଁଦିନ ଏହା ସ୍ଵାକ୍ଷରିତ ହେବ ସେହିଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଦୁଇ ଦେଶମଧ୍ୟରେ ଏହି ସହଯୋଗ ନିମ୍ନୋକ୍ତ କ୍ଷେତ୍ରରେ ଲାଗୁ ହେବ।

୧) ମାତୃ ଓ ଶିଶୁ ସ୍ୱାସ୍ଥ୍ୟ

୨) ପରିବାର ନିୟନ୍ତ୍ରଣ

୩) ଏଚଆଇଭି/ଏଡସ ଏବଂ ଟିବି

୪) ଡ୍ରଗ ଏବଂ ଫାର୍ମାସ୍ୟୁଟିକାଲ

୫) ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର

୬) ଜନସ୍ୱାସ୍ଥ୍ୟ ଏବଂ ସଂକ୍ରାମକ ବ୍ୟାଧି

୭) ରୋଗ ନିୟନ୍ତ୍ରଣ (ସଂକ୍ରାମକ ଓ ଅଣସଂକ୍ରାମକ)

୮) ଭେଷଜ ଗବେଷଣା ଓ ବିକାଶ, ତେବେ ଏହା କାମ୍ବୋଡିଆର ନ୍ୟାସନାଲ ଏଥିକ୍ସ କମିଟି ଏବଂ ଭାରତର ଏଥି ସଂକ୍ରାନ୍ତ ବିଭାଗ ଓ ମନ୍ତ୍ରଣାଳୟର ଅନୁମୋଦନକ୍ରମେ କରାଯିବ

୯) ଡାକ୍ତରୀ ଶିକ୍ଷା

୧୦) ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ୱାସ୍ଥ୍ୟ ମାନବ ସମ୍ବଳ ବିକାଶ

୧୧) କ୍ଲିନିକାଲ ଅର୍ଦ୍ଧକ୍ଲିନିକାଲ ଓ କୌଶଳ ବିକାଶ ତାଲିମ ଏବଂ

୧୨) ପାରସ୍ପରିକ ସହଯୋଗ ଭିତ୍ତିରେ ଅନ୍ୟ ଯେକୌଣସି ବିଷୟ ବା କ୍ଷେତ୍ର

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.