Home ଓଡ଼ିଶା ଏନବିଏଫସି-ଏଚଏଫସିମାନଙ୍କୁ ଲିକ୍ୟୁଡ଼ିଟି ଜନିତ କ୍ଷତି ମୁକାବିଲା ସକାଶେ ସ୍ୱତନ୍ତ୍ର ଲିକ୍ୟୁଡ଼ିଟି ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ଏନବିଏଫସି-ଏଚଏଫସିମାନଙ୍କୁ ଲିକ୍ୟୁଡ଼ିଟି ଜନିତ କ୍ଷତି ମୁକାବିଲା ସକାଶେ ସ୍ୱତନ୍ତ୍ର ଲିକ୍ୟୁଡ଼ିଟି ଯୋଜନାକୁ କ୍ୟାବିନେଟ ମଞ୍ଜୁରି

83

ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅଣ ବ୍ୟାଙ୍କିଙ୍ଗ୍ଆର୍ଥିକ ଅନୁଷ୍ଠାନ (ଏନବିଏଫସି)/ ଗୃହନିର୍ମାଣ ଆର୍ଥିକ କମ୍ପାନୀ (ଏଚଏଫସି)ମାନଙ୍କୁ ଲିକ୍ୟୁଡିଟି ଜନିତ କ୍ଷତି ମୁକାବିଲା ସକାଶେ ସ୍ୱତନ୍ତ୍ର ଲିକ୍ୟୁଡିଟି ଯୋଜନାକୁ ମଂଜୁରୀ ପ୍ରଦାନ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଏକ ସ୍ୱତନ୍ତ୍ର ଲିକ୍ୟୁଡିଟି ଯୋଜନା କାର୍ଯ୍ୟକାରୀ କରିବା ସକାଶେ ପ୍ରସ୍ତାବ ଦିଆଯାଇଥିଲା। ଏହା ଦ୍ୱାରା ଏହିସବୁ ସଂସ୍ଥା ତଥା କମ୍ପାନୀମାନେ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ।

ଆର୍ଥିକ ପରିଣାମ:

ଏହା ଦ୍ୱାରା ସରକାରଙ୍କ ଉପରେ ୫ କୋଟି ଟଙ୍କାର ଆର୍ଥିକ ପ୍ରଭାବ ପଡ଼ିବ ଯାହାକି ଏଭଳି ସ୍ୱତନ୍ତ୍ର ଉଦ୍ଦେଶ୍ୟ ବ୍ୟବସ୍ଥା (ଏପସିଭି) ପାଇଁ ଇକ୍ୟୁଟି ବାବଦକୁ ଦେବାକୁ ପଡ଼ିବ। ଏହା ବ୍ୟତୀତ, ସରକାରଙ୍କ ଉପରେ ଆଉ ଅଧିକ କିଛି ଆର୍ଥିକ ବୋଝ ପଡ଼ିବନାହିଁ। ବିଶେଷ କରି ଏଥି ସକାଶେ ଜାରି କରାଯାଇଥିବା ଗ୍ୟାରେଣ୍ଟି ବଳବତ୍ତର ଥିବା ପର୍ଯ୍ୟନ୍ତ। କିନ୍ତୁ ଏହା ଜାରି ହେବା ମାତ୍ରେ, ସରକାରୀ ଲିକ୍ୟୁଡିଟି ଖିଲାଫ ପରିମାଣ ସହ ସମାନ ହେବ ଯାହାକି ଗ୍ୟାରେଣ୍ଟି ସିଲିଂ ସ୍ଥଳେ ଅନୁଭୂତ ହେବ। ମୋଟ ଗ୍ୟାରେଣ୍ଟି ସିଂଲିଂ ୩୦, ୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହାକି ବର୍ତ୍ତମାନର ଆବ୍ୟଶ୍ୟକତାକୁ ହିସାବକୁ ନେଇ ଅନୁମାନ କରାଯାଇଛି।

ଯୋଜନାର ବିସ୍ତୃତ ବିବରଣୀ:

ଅଣ ବ୍ୟାଙ୍କିଙ୍ଗ୍ଆର୍ଥିକ କମ୍ପାନୀ (ଏନବିଏଫସି) ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ (ଏଚଏଫସି)ମାନେ ଏଭଳି ସ୍ୱତନ୍ତ୍ର ଲିକ୍ୟୁଡିଟି ଯୋଜନା ମାଧ୍ୟମରେ ସେମାନଙ୍କ ଉପରେ ପଡ଼ୁଥିବା ଲିକ୍ୟୁଡିଟି ବୋଝର ମୁକାବିଲା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏଭଳି ଯୋଜନା ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ଏକ ଏସପିଭି ଗଠନ କରାଯିବ ଯାହାକି ଚାପଗ୍ରସ୍ତ ସଂପଦ ପାଣ୍ଠି (ଏସଏଏଫ)କୁ ପରିଚାଳନା କରିବ। ଏହାର ସ୍ୱତନ୍ତ୍ର ସିକ୍ୟୁରିଟିକୁ ଭାରତ ସରକାରଙ୍କ ଦ୍ୱାରା ଗ୍ୟାରେଣ୍ଟି ପ୍ରଦାନ କରାଯିବ ଓ ଏହାକୁ କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ୍କ୍ରୟ କରିବେ। ଏଭଳି ସିକ୍ୟୁରିଟିଗୁଡ଼ିକୁ ବିକ୍ରୟ କରି ଯେଉଁ ଅର୍ଥ ଉପାର୍ଜନ କରାଯିବ ତାହା ଏସପିଭି ଦ୍ୱାରା ସ୍ୱଳ୍ପକାଳୀଳ ଋଣ ଭାବେ ଏନବିଏଫସି/ ଏଚଏଫସିମାନଙ୍କ ଦ୍ୱାରା ଅଧିଗ୍ରହଣ କରାଯିବ। କେନ୍ଦ୍ର ସରକାରଙ୍କ ଅର୍ଥ ବିଭାଗ ଅଧୀନସ୍ଥ ଆର୍ଥିକ ସେବା ବିଭାଗ ଏହାକୁ ପରିଚାଳନା କରିବ ଏବଂ ଏ ସଂପର୍କୀତ ବିସ୍ତୃତ ଗାଇଡ଼ ଲାଇନ୍ଜାରି କରିବ।

ପ୍ରବର୍ତ୍ତନ କାର୍ଯ୍ୟସୂଚୀ:

ଗୋଟିଏ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ଏକ ଏସପିଭି ଗଠନ କରିବ ଏବଂ ତାହା ଚାପଗ୍ରସ୍ତ ସଂପଦ ପାଣ୍ଠି ପରିଚାଳନା କରିବାସହ ଭାରତ ସରକାରଙ୍କ ଦ୍ୱାରା ସୁଧ ଗ୍ରହଣକାରୀ ସ୍ୱତନ୍ତ୍ର ସିକ୍ୟୁରିଟି ଜାରି କରାଯିବ। ଏହାକୁ କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ୍ହିଁ କ୍ରୟ କରିପାରିବେ। ଆବଶ୍ୟକତା ଅନୁସାରେ ଏସପିଭି ତାଙ୍କର ସିକ୍ୟୁରିଟି ଜାରି କରିବେ। ତେବେ ଏହି ସିକ୍ୟୁରିଟିର ପରିମାଣ କୌଣସି ସ୍ଥଳେ ୩୦, ୦୦୦ ଟଙ୍କାରୁ ଅଧିକ ହେବନାହିଁ। ତେବେ ଆବଶ୍ୟକତା ଅନୁସାରେ ଏହି ପରିମାଣର ଅବଧିକୁ ବୃଦ୍ଧି କରାଯିବ। ଏସପିଭି ଦ୍ୱାରା ଜାରି ସିକ୍ୟୁରିଟିକୁ ଆରବିଆଇ କ୍ରୟ କରିବ ଏବଂ ସେଥିରୁ ଲବ୍ଧ ରାଶି ଏସପିଭି ଦ୍ୱାରା ବ୍ୟବହାର କରାଯିବ ଯାହା ମାଧ୍ୟମରେ ଏନବିଏଫସି/ ଏଚଏଫସିମାନେ ଋଣ ଅନ୍ୟୁନ ପକ୍ଷେ ନିବେଶ ଗ୍ରେଡ଼ର ସ୍ୱଳ୍ପକାଳନୀ ରାଶି (୩ ମାସ ପର୍ଯ୍ୟନ୍ତ ରିଜିଡ଼ୁଆରୀ ମାଚ୍ୟୁରିଟି) ଅଧିଗ୍ରହଣ କରିପାରିବେ।

ପ୍ରଭାବ:

ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନାରେ ଯେଭଳି ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଏନବିଏଫସିମାନଙ୍କ ସହ ବିବିଧ ଦ୍ୱିପାକ୍ଷିକ କାରବାର ହୋଇଥାଏ ତାହା ପରିବର୍ତ୍ତେ ଏଥିପାଇଁ ଏନବିଏଫସିମାନେ ସେମାନଙ୍କର ଚଳନ୍ତି ସଂପତ୍ତି ପୋର୍ଟଫୋଲିଓକୁ ଲିକ୍ୟୁଡ଼େଟ କରି ଏପସିଭିମାନଙ୍କ ସହ ୱାନ-ଷ୍ଟପ୍ବ୍ୟବସ୍ଥା କରିପାରିବେ। ଏହାଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କରୁ ସେମାନଙ୍କ ନିକଟକୁ ଆବଶ୍ୟକ ପାଣ୍ଠି ଆସିପାରିବ। ପ୍ରସ୍ତାବିତ ଯୋଜନା ଏସପିଭି ତଥା ଏନବିଏଫସିମାନଙ୍କ ସହ ଏକ ୱାନ-ଷ୍ଟପ୍ବ୍ୟବସ୍ଥା। ସେଥିରେ ସେମାନଙ୍କର କୌଣସି ଚଳନ୍ତି ସମ୍ପତ୍ତି ପୋର୍ଟଫୋଲିଓକୁ ଲିକ୍ୟୁଡ଼େଟ୍କରିବାକୁ ପଡ଼ିବନାହିଁ। ଏନବିଏଫସିମାନଙ୍କ ପାଇଁ ଏହି ଯୋଜନା ଏକ ସକ୍ରିୟ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ ଯାହା ଦ୍ୱାରା ସେମାନେ ନିବେଶ ଗ୍ରେଡ଼ କିମ୍ପା ତା’ଠାରୁ ଉତ୍ତର ରେଟିଂଯୁକ୍ତ ବଣ୍ଡ ଜାରି କରିପାରିବେ। ଏହି ଯୋଜନା ପରିଚାଳନା କରିବା ସହଜସାଧ୍ୟ ଏବଂ ଅଣ ବ୍ୟାଙ୍କ ସେକ୍ଟରରୁ ଏହା ପୁଞ୍ଜି ପ୍ରବାହକୁ ସହଜ ଓ ତ୍ୱରାନ୍ୱିତ କରିବ।

ଉପକାର:

୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅଭିଭାଷଣରେ ଏହା ଘୋଷଣା କରାଯାଇଥିଲା ଯେ ଏନବିଏଫସି/ ଏଚଏଫସିମାନଙ୍କୁ ଅତିରିକ୍ତ ଲିକ୍ୟୁଡିଟି ସୁବିଧା ଯୋଗାଇ ଦେବା ନିମନ୍ତେ ଗୋଟିଏ ବ୍ୟବସ୍ଥା ଲାଗୁ କରାଯିବ। ପିସିଜିଏସ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଅର୍ଥ ଅତିରିକ୍ତ ଏହି ବ୍ୟବସ୍ଥା କାର୍ଯ୍ୟ କରିବ। ଭାରତ ସରକାର ଏବଂ ଆରବିଆଇ ଦ୍ୱାରା ଏବେ ଯୋଗାଇ ଦିଆଯାଉଥବବା ଲିକ୍ୟୁଡିଟି ବ୍ୟବସ୍ଥା ସହ ଏହା ଅତିରିକ୍ତ ବ୍ୟବସ୍ଥା ଭାବେ ପରିଗଣିତ ହେବ। ଏହି ଯୋଜନା ବାସ୍ତବ ଅର୍ଥନୀତି ପାଇଁ ଉପକାରସିଦ୍ଧ ହେବ ଏବଂ ଏନବିଏଫସି/ ଏଚଏଫସି/ ଏମଏଫଆଇମାନଙ୍କୁ ତାହା ଋଣ ସଂପଦ ଯୋଗାଣ ବୃଦ୍ଧି କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.