Home ଓଡ଼ିଶା ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସୁବିଧା ପାଇବାର ସମୟ ମିଆଦ ଆଉ...

ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସୁବିଧା ପାଇବାର ସମୟ ମିଆଦ ଆଉ ୩ ମାସ ବୃଦ୍ଧି

380

ନୂଆ ଦିଲ୍ଲୀ ୮-୭ (ଓଡ଼ିଆ ପୁଅ) ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସୁବିଧା ଯୋଗାଇ ଦେବା ସଂକ୍ରାନ୍ତ ସମୟ ସୀମା ୩ ମାସ ବଢିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଏକ ପ୍ରସ୍ତାବ ଦିଆଯାଇଥିଲା। ତଦନୁସାରେ ୧ ଜୁଲାଇ ୨୦୨୦ ଠାରୁ ୩ ମାସ ପାଇଁ ଏହ ସମୟ ମିଆଦ ବୃଦ୍ଧି ପାଇଛି।

ସାଂପ୍ରତିକ କରୋନା ମହାମାରୀ ଯୋଗୁଁ ଦେଶର ଯେଉଁ ଅତି ଦରିଦ୍ର ପରିବାର ବିଶେଷଭାବେ ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ୟାକେଜ ଘୋଷଣା କରାଯାଇଛି। ଏହି ପ୍ୟାକେଜ ମଧ୍ୟ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଏଲ୍ପିଜି ସଂଯୋଗ ନେଇଥିବା ଗରିବ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଉଜ୍ଜ୍ୱଳା ହିତାଧିକାରୀମାନଙ୍କୁ ଗତ ଏପ୍ରିଲ ୧ ତାରିଖଠାରୁ ୩ ମାସ ଲାଗି ମାଗଣାରେ ଏଲ୍ପିଜି ରିଫିଲ୍ସୁବିଧା ମିଳିଛି।

ଏହି ଯୋଜନାରେ ୯୭୦୯-୮୬ କୋଟି ଟଙ୍କା ଉଜ୍ଜ୍ୱଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏପ୍ରିଲ, ମେ, ଜୁନ ୩ ମାସ ପାଇଁ ପ୍ରେରଣ କରାଯାଇଛି। ଏହାଛଡା ଏହି ସମୟ ମଧ୍ୟରେ ହିତାଧିକାରୀ ୧୧-୯୭ କୋଟି ଗ୍ୟାସ ସିଲିଣ୍ଡର ପାଇଛନ୍ତି। ଏହି ମହାମାରୀ କାଳରେ ସଂପୃକ୍ତ ଯୋଜନା ଏହି ଗରିବବର୍ଗର ଲୋକଙ୍କ ଦୁଃଖଦୁର୍ଦ୍ଦଶା ଦୂର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଯୋଜନାର ସମୀକ୍ଷାରୁ ଜଣାପଡିଛି ଯେ ଉଜ୍ଜ୍ୱଳା ଯୋଜନାର କେତେକ ହିତାଧିକାରୀଙ୍କ ଖାତାକୁ ସରକାର ଯେଉଁ ଅଗ୍ରୀମ ଅର୍ଥ ପଠାଇଥିଲେ ତାହାକୁ ସେମାନେ ନିର୍ଦ୍ଧାରିତ ସମୟରେ ଗ୍ୟାସ୍ସିଲିଣ୍ଡର କିଣିବାରେ ବ୍ୟୟ କରିପାରିନାହାନ୍ତି। ତେଣୁ ସେମାନଙ୍କୁ ସୁଯୋଗ ଦେବା ପାଇଁ ମନ୍ତ୍ରିପରିଷଦ ବୈଠକରେ ଏହି ସମୟସୀମା ବୃଦ୍ଧି କରାଯାଇଛି। ମନ୍ତ୍ରିପରିଷଦର ବୈଠକରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ଏ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହେବା ପରେ ସଂପୃକ୍ତ ହିତାଧିକାରୀମାନେ ଯେଉଁ ଅଗ୍ରୀମ ଅର୍ଥ ସରକାରଙ୍କଠାରୁ ଇତିମଧ୍ୟରେ ପାଇସାରିଛନ୍ତି ସେମାନେ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମାଗଣା ଗ୍ୟାସ୍ସିଲିଣ୍ଡର ନେଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.