Home ଓଡ଼ିଶା ବିହାରର ଦରଭଙ୍ଗା ଠାରେ ନୂତନ ଏମ୍ସ ସ୍ଥାପନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

ବିହାରର ଦରଭଙ୍ଗା ଠାରେ ନୂତନ ଏମ୍ସ ସ୍ଥାପନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

71

ନୂଆ ଦିଲ୍ଲୀ ୧୫-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବିହାରର ଦରଭଙ୍ଗା ଠାରେ ଏକ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସ୍ଥାପନ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ) ଅଧୀନରେ ଏହି ନୂତନ ଏମ୍ସ ସ୍ଥାପନ କରାଯିବ। ଏହି ନୂତନ ଏମ୍ସ ନିମନ୍ତେ କ୍ୟାବିନେଟ ୨, ୨୫, ୦୦୦ ଟଙ୍କା (ଫିକ୍ସଡ଼୍) ମୌଳିକ ବେତନ ତଥା ଏନପିଏ (ତେବେ ବେତନ + ଏନପିଏର ମୋଟ ପରିମାଣ ୨, ୩୭, ୫୦୦ ଟଙ୍କାରୁ ଅଧିକ ହେବନାହିଁ)ରେ ଏକ ନିର୍ଦ୍ଦେଶକ ପଦବୀ ସୃଷ୍ଟିକୁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି।

ଏହି ନୂତନ ଏମ୍ସ ପ୍ରତିଷ୍ଠା ନିମନ୍ତେ ମୋଟ ୧୨୬୪ କୋଟି ଟଙ୍କା ବ୍ୟୟ କରାଯିବ। ଭାରତ ସରକାରଙ୍କ ମଞ୍ଜୁରି ପ୍ରାପ୍ତ ହେବାର ମାତ୍ର ୪୮ ମାସ ମଧ୍ୟରେ ଏହାର ନିର୍ମାଣ ସଂପୂର୍ଣ୍ଣ କରାଯିବାକୁ ସ୍ଥିର ହୋଇଛି।

ସାଧାରଣ ଲୋକଙ୍କ ସୁବିଧା/ ଉଲ୍ଲେଖନୀୟ ବୈଶିଷ୍ଟ୍ୟ:

-ଏହି ନୂତନ ଏମ୍ସରେ ୧୦୦ଟି ୟୁଜି (ଏମବିବିଏସ) ସିଟ୍ ଏବଂ ୬୦ଟି ବିଏସସି (ନର୍ସିଂ) ସିଟ୍ ରହିବ

– ନୂତନ ଏମ୍ସରେ ୧୫-୨୦ଟି ସୁପର ସ୍ପେସିଆଲିଟି ବିଭାଗ କାର୍ଯ୍ୟ କରିବ

-ନୂତନ ଏମ୍ସ ୭୫୦ ଶଯ୍ୟାବିଶିଷ୍ଟ ହସପିଟାଲ ଭାବେ କାର୍ଯ୍ୟ କରିବ

-ବର୍ତ୍ତମାନର ଏମ୍ସ କାର୍ଯ୍ୟଧାରା ଅନୁସାରେ ଆଶା କରାଯାଉଛି ଯେ ପ୍ରତ୍ୟେକ ନୂତନ ଏମ୍ସ ପ୍ରତିଦିନ ପ୍ରାୟ ୨୦୦୦ ଓପିଡ଼ି ରୋଗୀଙ୍କ ଚିକିତ୍ସା ଆବଶ୍ୟକତା ତୁଲାଇବେ ଏବଂ ପ୍ରାୟ ୧୦୦୦ ଆଇପିଡ଼ି ରୋଗୀ ସେଠାରେ ପ୍ରତି ମାସରେ ଚିକିତ୍ସା ସୁବିଧା ପାଇପାରିବେ।

-ପିଜି ଏବଂ ଡିଏମ/ ଏମ ସିଏଚ ସୁପର ସ୍ପେସିଆଲିଟି କୋର୍ସ ମଧ୍ୟ ସମୟ କ୍ରମେ ଏହି ଚିକିତ୍ସାନୁଷ୍ଠାନମାନଙ୍କରେ ଖୋଲାଯିବ।

ପ୍ରକଳ୍ପ ସଂପର୍କୀତ ବିସ୍ତୃତ ବିବରଣୀ:

ଏକ ନୂତନ ଏମ୍ସ ପ୍ରତିଷ୍ଠା କରାଯିବା କାର୍ଯ୍ୟରେ ଏକ ହସପିଟାଲ, ମେଡ଼ିକାଲ ଏବଂ ନର୍ସି କୋର୍ସ ସକାଶେ ଏକ ଟିଚଂ ବ୍ଲକ୍, ଆବାସିକ ପରିସର ଏବଂ ଅନ୍ୟାନ୍ୟ ତତସଂପର୍କୀତ ସୁବିଧା/ ସେବା, ମୋଟାମୋଟି ଭାବେ ନୂଆ ଦିଲ୍ଲୀର ଏମ୍ସ ତଥା ଅନ୍ୟ ଛଅଟି ଏମ୍ସ ଯାହାକି ପିଏମଏସଏସୱାଇର ପ୍ରଥମ ପର୍ଯ୍ୟାୟରେ ସ୍ଥାପନ କରାଯାଇଛି, ସେହି ଢ଼ାଂଚାରେ ହିଁ ସମ୍ପାଦନ କରାଯାଇଥାଏ। ଏକ ନୂତନ ଏମ୍ସ ସ୍ଥାପନର ଉଦ୍ଦେଶ୍ୟ ହେଲା ଏହା ଏକ ଜାତୀୟ ଗୁରୁତ୍ୱ ବହନକାରୀ ଚିକିତ୍ସାନୁଷ୍ଠାନ ଯାହାକି ସେହି କ୍ଷେତ୍ରକୁ ଗୁଣାତ୍ମକ ଟର୍ସିଆରୀ ସ୍ୱାସ୍ଥ୍ୟସେବା, ମେଡ଼ିକାଲ ଶିକ୍ଷା, ନର୍ସିଂ ଶିକ୍ଷା ଏବଂ ଗବେଷଣା ସୁବିଧା ଯୋଗାଇଥାଏ।

ପ୍ରସ୍ତାବିତ ଏମ୍ସ ଅନୁଷ୍ଠାନରେ ଗୋଟିଏ ୭୫୦ ଶଯ୍ୟାଯୁକ୍ତ ହସପିଟାଲ ରହିବ ଏବଂ ସେଥିରେ ଏମର୍ଜେନ୍ସି/ ଟ୍ରମା ବେଡ଼, ଆଇସିୟୁ ବେଡ଼, ଆୟୁଷ ବେଡ଼, ଘରୋଇ ବେଡ଼ ଏବଂ ସ୍ପେସିଆଲିଟି ତଥା ସୁପର ସ୍ପେସିଆଲିଟି ବେଡ଼ ଆଦି ରହିବ। ଏହାତିରିକ୍ତ, ସେଠାରେ ଗୋଟିଏ ମେଡ଼ିକାଲ କଲେଜ, ଆୟୁଷ ବ୍ଲକ୍, ଅଡ଼ିଟୋରିଅମ୍, ନାଇଟ୍ ସେଲ୍ଟର, ଅତିଥି ଗୃହ, ହଷ୍ଟେଲ ଏବଂ ଆବାସିକ ସୁବିଧା ମଧ୍ୟ ରହିବ। ନୂତନ ଏମ୍ସ ସ୍ଥାପନ ଦ୍ୱାରା କ୍ୟାପିଟାଲ ଆସେଟ ସୃଷ୍ଟି କରାଯିବ ଯେଉଁଥିପାଇଁ ଆବଶ୍ୟକ ବିଶେଷଜ୍ଞ ମାନବ ସମ୍ବଳ ସୃଷ୍ଟି କରାଯିବ ଯାହାକି ନୂତନ ଭାବେ ନିର୍ମିତ ଛଅଟି ଏମ୍ସ ଢ଼ାଂଚାରେ ସେଗୁଡ଼ିକର କାର୍ଯ୍ୟ ତଥା ରକ୍ଷଣାବେକ୍ଷଣ ଆଦି କରାଯିବ। ଏହିସବୁ ଅନୁଷ୍ଠାନମାନଙ୍କର ପୁନଃପୌନିକ ବ୍ୟୟ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପିଏମଏସଏସୱାଇ ଶୀର୍ଷରେ ଥିବା ଯୋଜନାବଦ୍ଧ ବଜେଟରୁ ଗ୍ରାଣ୍ଟ ଇନ୍ ଏଡ଼ ମାଧ୍ୟମରେ ଯୋଗାଇ ଦିଆଯିବ।

ପ୍ରଭାବ:

ଏକ ନୂତନ ଏମ୍ସ ସ୍ଥାପନ ଦ୍ୱାରା ଏହି କ୍ଷେତ୍ରର ସ୍ୱାସ୍ଥ୍ୟ ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ନୁହେଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ଦୁର୍ବଳତାକୁ ମଧ୍ୟ ଯଥେଷ୍ଟ ମାତ୍ରାରେ ମେଣ୍ଟାଯାଇ ପାରିବ। ନୂତନ ଭାବେ ପ୍ରତିଷ୍ଠିତ ହେବାକୁ ଥିବା ଏମ୍ସ ଲୋକମାନଙ୍କୁ ସୁପର ସ୍ପେସିଆଲିଟି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହିତ ଏହି କ୍ଷେତ୍ରରେ ଅନେକ ଡାକ୍ତର ତଥା ଅନ୍ୟନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୃଷ୍ଟି କରିବ। ସେମାନେ ପ୍ରାଥବିକ ତଥା ସେକେଣ୍ଡାରୀ ସ୍ତରୀୟ ଚିକିତ୍ସାନୁଷ୍ଠାନ/ ଫାସିଲିଟିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ପାଇଁ ଉପଲବ୍ଧ ହୋଇପାରିବେ। ନୂତନ ଏମ୍ସ ସଂପୂର୍ଣ୍ଣ ରୂପେ କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପାଣ୍ଠିରେ ନିର୍ମାଣ କରାଯିବ। ଏହି ନୂତନ ଏମ୍ସର କାର୍ଯ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ଅର୍ଥ ମଧ୍ୟ କେନ୍ଦ୍ର ସରକାର ସଂପୂର୍ଣ୍ଣ ରୂପେ ବହନ କରିବେ।

ନିଯୁକ୍ତି ସୁଯୋଗ ସୃଷ୍ଟି:

ରାଜ୍ୟରେ ନୂତନ ଏମ୍ସ ସ୍ଥାପନ ଦ୍ୱାରା ପ୍ରାୟ ୩୦୦୦ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷକ ଏବଂ ଅଣ ଶିକ୍ଷକସ୍ତରୀୟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅଧିକନ୍ତୁ, ଅପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ମଧ୍ୟ ଘଟିବ ଯଦ୍ୱାରା ସେଠାରେ ଅନ୍ୟାନ୍ୟ ସୁବିଧା ଯଥା ସପିଂ ସେଣ୍ଟର, କ୍ୟାଣ୍ଟିନ ଭଳି ସେବା ଏମ୍ସ ନିକଟବର୍ତ୍ତୀ ସ୍ଥାନରେ ଉପଲବ୍ଧ ହୋଇପାରିବ।

ଦରଭଙ୍ଗା ଏମ୍ସ ନିର୍ମାଣ କାର୍ଯ୍ୟରେ ଭୌତିକ ସଂସାଧନ ସୃଷ୍ଟିର ଆବଶ୍ୟକ ପଡ଼ିବ ଯାହା ଏହି ସଂସ୍ଥା ନିର୍ମାଣ ପର୍ଯ୍ୟାୟରେ ସେଠାରେ ପର୍ଯ୍ୟାପ୍ତ ମାତ୍ରାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଏହା ସେଠାରେ ଟର୍ସିଆରୀ ସ୍ୱାସ୍ଥ୍ୟ ସେବା ସଂସାଧନ କ୍ଷେତ୍ରରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରିପାରିବ। ଏମ୍ସ ସଂସ୍ଥା କେବଳ ଦୀର୍ଘ ଦିନରୁ ଆବଶ୍ୟକ ଥିବା ସ୍ପେସିଆଲିଟି / ଟର୍ସିଆରୀ ସ୍ୱାସ୍ଥ୍ୟ ସେବା ସୁଲଭ ମୂଲ୍ୟରେ ଲୋକମାନଙ୍କୁ ପ୍ରଦାନ କରିବ ନାହିଁ, ଅପରନ୍ତୁ ଗରିବ ତଥା ଦୁସ୍ଥ ଲୋକମାନଙ୍କ ପାଇଁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ମିଶନ/ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ତାଲିମପ୍ରାନ୍ତ ମେଡ଼ିକାଲ ମାନବ ସମ୍ବଳ ଉପଲବ୍ଧ କରାଇବ। ଏହି ଚିକିତ୍ସାନୁଷ୍ଠାନ ମେଡ଼ିକାଲ ଶିକ୍ଷକ ସଂମ୍ବଳ/ ଫାକଲଟିର ଏକ ଭଣ୍ଡାର ଭାବେ କାର୍ଯ୍ୟ କରିବା ସହ ଗୁଣାତ୍ମକ ମେଡ଼ିକାଲ ଶିକ୍ଷା ପ୍ରଦାନରେ ସହାୟକ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.