ନୂଆ ଦିଲ୍ଲୀ ୧୦-୨ (ଓଡ଼ିଆ ପୁଅ) ଜାମିଆ ମିଲ୍ଲିୟା ଇସ୍ଲାମିଆର ଛାତ୍ରମାନେ ଏବଂ ଜାମିଆ ନଗରର ନିବାସୀମାନଙ୍କ ସମେତ ଶତାଧିକ ପ୍ରଦର୍ଶନକାରୀମାନଙ୍କୁ ସୋମବାରଦିନ ସକାଳେ ସଂସଦକୁ ମାର୍ଚ୍ଚ କରିବାରୁ ରୋକିବା ପାଇଁ ପୋଲିସ ସହିତ ପ୍ରଦର୍ଶନକାରୀମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହି ଠେଲାପେଲାରେ ୩୫ ଜଣ ଛାତ୍ର ଆହତ ହୋଇଥିବା ଖବର ଆସିଛି। ଯେଉଁଥିରେ ୨୫ଜଣଙ୍କର ଚିକିତ୍ସା ଏକ ପ୍ରାଇଭେଟ ହେଲ୍ଥ ସେଣ୍ଟରରେ ଚାଲୁଛି ବୋଲି ଜଣାପଡ଼ିଛି।
ଅବଶ୍ୟ ୧୦ ଜଣ ଛାତ୍ରଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ବର୍ତ୍ତମାନ ଦିଲ୍ଲୀ ପୋଲିସ ଏବଂ ପ୍ରଦର୍ଶନକାରୀ ଆମନା-ସାମନାରେ ଅଛନ୍ତି ଏବଂ ପ୍ରବଳ ନାରାବାଜୀ ଚାଲିଛି। ସୂଚନାଯୋଗ୍ୟଯେ, ଜାମିଆ ସମନ୍ବୟ ସମିତି (ଜେସିସି) ର ନେତୃତ୍ୱରେ ଜାମିଆର ଛାତ୍ରମାନେ ଏବଂ ପୂର୍ବତନ ଛାତ୍ରମାନଙ୍କ ସହିତ ପ୍ରଦର୍ଶନକାରାମାନେ ରାଲି ବାହାର କରିବାକୁ ଚେଷ୍ଟା କରିଥିଲେ। ପ୍ରଦର୍ଶନକାରୀ ସଂଶୋଧିତ ନାଗରିକତା ଆଇନ୍ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀ (ଏନଆରସି) ବିରୁଦ୍ଧରେ ସଂସଦକୁ ମାର୍ଚ୍ଚ କରିବାରଥିଲା।
ପୁଲିସ କହିଛି ପ୍ରଦର୍ଶନକାରାମାନେ ପୋଲିସ ଅନୁମତି ନେଇନଥିଲେ। ପ୍ରଦର୍ଶନକାରୀମାନଙ୍କୁ ସଂସଦକୁ ମାର୍ଚ୍ଚ କରିବାପାଇଁ ଅନୁମତି ମିଳିନାହିଁ। ବିଶ୍ବବିଦ୍ୟାଳୟର ଆଖପାଖରେ ସୁରକ୍ଷାକର୍ମୀମାନଙ୍କର ସୁରକ୍ଷା କଡ଼ାକଡ଼ି କରାଯାଇଛି। ପ୍ରଦର୍ଶନକାରୀମାନେ ଜାମିଆର ଗେଟ ନମ୍ବର-ସାତରେ ସେମାନଙ୍କର ମାର୍ଚ୍ଚ ଆରମ୍ଭ କରିଛନ୍ତି। ପୋଲିସ ସେମାନଙ୍କୁ ମାର୍ଚ୍ଚ ସମାପ୍ତ କରିବାକୁ ଅପିଲ କରିଥିଲା। ପ୍ରଦର୍ଶନକାରୀ ‘କାଗଜ ଦେଖାଇନଥିଲେ’ ଏବଂ ‘ଆମେ ଗୋରାଙ୍କୁ ସେତେବେଳେ ଡରିନଥିଲୁ ଏବେ ଆଉ କାହାକୁ କାହିଁକି ଡରିବୁ’ ଏହିପରି ନାରା ଲଗାଉଥିଲେ।
‘ହଲ୍ଲା ବୋଲ’ ନାରା ଲଗାଉଥିଲେ
ପ୍ରଦର୍ଶନରେ ଅନେକ ମହିଳା ମଧ୍ୟ ଥିଲେ। ହାତରେ ଅନେକ ଲୋକ ତ୍ରୀରଙ୍ଗା ଧରିଥିଲେ ଏବଂ ‘ହଲ୍ଲା ବୋଲ’ ର ନାରା ଲଗାଉ ଥିଲେ। ଏହି ସମୟରେ ପ୍ରଦର୍ଶନକାରୀମାନେ ମାନବ ଶ୍ରୃଂଖଲା ମଧ୍ୟ କରିଥିଲେ।
Delhi: Protest by Jamia Coordination Committee continues near Holy Family Hospital. They had called a protest march against CAA,NRC&NPR, from Jamia to Parliament, but were stopped by security forces near the Hospital in Okhla.Police is requesting them to return to Gate 7 of Jamia pic.twitter.com/zRwYR0bjCe
— ANI (@ANI) February 10, 2020