Home ଓଡ଼ିଶା BSNL ଅଫିସରେ ଭୟାବହ ଅଗ୍ନିକାଣ୍ଡ

BSNL ଅଫିସରେ ଭୟାବହ ଅଗ୍ନିକାଣ୍ଡ

587

କଟକ,୨୦/୦୯,(ଓଡ଼ିଆ ପୁଅ ପି ନାଏକ): ବିଏସ ଏନ୍ ଏଲ ଅଫିସରେ ଭୟାବହ ଅଗ୍ନିକାଣ୍ଡ । ଆଜ୍ଞା ହଁ,କଟକ ବଜ୍ରକବାଟୀସ୍ଥିତ ବିଏସ୍‌ଏନ୍‌ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ । ବିଏସ୍‌ଏନ୍‌ଏଲ୍ ଅଫିସର ଚତୁର୍ଥ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ବିଏସ୍‌ଏନ୍‌ଏଲ୍ ଅଫିସର ସମସ୍ତ କର୍ମଚାରୀ ବାହାରକୁ ପଳାଇଆସିଛନ୍ତି । ନିଆଁ ଲାଗିବା ଯୋଗୁ କଟକରେ ବିଏସ୍‌ଏନ୍‌ଏଲ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି ।୫ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି । ତେବେ କାହାର କୌଣସି କ୍ଷତି ହୋଇନାହିଁ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.