Home Coronavirus Outbreak ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଇସିୟୁରେ ଭର୍ତ୍ତି

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଇସିୟୁରେ ଭର୍ତ୍ତି

728

ନୂଆଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଗତ ସପ୍ତାହରେ କରୋନା ପଜିଟିଭ ଥିବା ଜଣାପଡିଥିଲା। ତାଙ୍କୁ ଏବେ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ଭର୍ତ୍ତି କରାଯାଇଛି।

ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କର ଟେଷ୍ଟ ପଜିଟିଭ୍ ଆସିବା ପରେ ସେ ୨୭ ମାର୍ଚ୍ଚରେ ପୃଥକବାସରେ ରହିଥିଲେ। କିନ୍ତୁ ୫ ଏପ୍ରିଲ ରବିବାର ସନ୍ଧ୍ୟାରେ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ବିଗିଡି ଯାଇ ତାଙ୍କୁ ୬ ଏପ୍ରିଲ ସନ୍ଧ୍ୟାରେ ଇଣ୍ଟେନସିଭ କେୟାର ୟୁନିଟକୁ ପଠାଯାଇଛି।

ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ଅବସ୍ଥା ବିଗିଡି ଯାଇଥିବାରୁ ତାଙ୍କୁ ତାଙ୍କ ଡାକ୍ତରୀ ଦଳର ପରାମର୍ଶ କ୍ରମେ ଡାକ୍ତରଖାନାର ଆଇସିୟୁକୁ ନିଆଯାଇଛି ବୋଲି ଡାଉନିଂ ଷ୍ଟ୍ରିଟ୍ ର ମୁଖପାତ୍ର କହିଛନ୍ତି। କୁହାଯାଉଛି ଯେ ସୋମବାର ସକାଳେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଅବସ୍ଥା ଭଲ ଥିଲା କିନ୍ତୁ ମଧ୍ୟାହ୍ନ ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ତାଙ୍କୁ ସନ୍ଧ୍ୟା ଛଅଟାରେ ଆଇସିୟୁକୁ ନିଆଯାଇଥିଲା।

ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାଏବ ଦାୟିତ୍ୱ ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.