Home Coronavirus Outbreak ପଞ୍ଚମ କରୋନା ରେଗୀଙ୍କ ଠିକଣା ଏବଂ ପରିଚୟ ଜଣାଇ ସତର୍କ କରାଇଲା ବିଏମସି – ତାଙ୍କ...

ପଞ୍ଚମ କରୋନା ରେଗୀଙ୍କ ଠିକଣା ଏବଂ ପରିଚୟ ଜଣାଇ ସତର୍କ କରାଇଲା ବିଏମସି – ତାଙ୍କ ସଂସ୍ପର୍ଷରେ ଆସିଥିବା ଲୋକଙ୍କୁ ୧୪ ଦିନ ହୋମ କ୍ୱାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ

508

ଭୁବନେଶ୍ୱର ୨-୪ (ଓଡ଼ିଆ ପୁଅ) : ରାଜ୍ୟର ପଞ୍ଚମ ‘କରୋନା’ ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କରିଛି ଭୁବନେଶ୍ୱର ମହାନଗର ନିଗମ। ବିଏମ୍‌ସି ପକ୍ଷରୁ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆକ୍ରାନ୍ତ ବ୍ୟକ୍ତିଙ୍କ ନାଁ ପ୍ରଦୀପ୍ତ ଦଳବେହେରା ବୋଲି କହିଛନ୍ତି। ଏହା ବ୍ୟତୀତ ତାଙ୍କ ଘର ସୂର୍ଯ୍ୟନଗର ଏବଂ ତାଙ୍କର ସମ୍ପୂର୍ଣ୍ଣ ଠିକଣା ବିଷୟରେ ବିଏମ୍‌ସି ପକ୍ଷରୁ ସ୍ଥାନୀୟ ଏବଂ ସମ୍ପର୍କୀୟଙ୍କ ହୀତପାଇଁ ପ୍ରକାଶ କରାଯାଇଥିବା କଥା କୁହାଯାଇଛି।

ବିଏମସି ପକ୍ଷରୁ କୁହାଯାଇଛିଯେ, ଭୁବନେଶ୍ୱର ୟୁନିଟ-୭ ସୂର୍ଯ୍ୟନଗର ସ୍ଥିତ ପ୍ଲଟ୍‌ ନମ୍ବର ୩୭ରେ ପ୍ରଦୀପ୍ତ ଦଳବେହେରାଙ୍କର ଘର। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛିଯେ, ସଂପୃକ୍ତ ବ୍ୟକ୍ତିଙ୍କର କିଛି ବିଦେଶ ଗସ୍ତ କି ଅନ୍ୟ ରାଜ୍ୟ ଗସ୍ତ ହିଷ୍ଟ୍ରୀ ନାହିଁ। ତେବେ ତାଙ୍କର କୋଭିଡ୍-୧୯ ହେବା ନିଶ୍ଚିତ ଭାବରେ ଓଡ଼ିଶା ଲୋକଙ୍କୁ ସତର୍କ କରାଇ ଦେଉଛି। ବିଏମସି ପକ୍ଷରୁ କୁହାଯାଇଛିଯେ, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ପଞ୍ଜିକରଣ କରି ୧୪ ଦିନ ହୋମ୍ କ୍ୱାରେଣ୍ଟାଇନରେ ରୁହନ୍ତୁ। କିଛି ଲକ୍ଷଣ ଦେଖାଗଲେ ସରକାରୀ ନିୟମ ମୁତାବକ କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି ବିଏମ୍‌ସି କମିଶନର। ଏହି ଘଟଣା ପରେ ବ୍ୟାରିକେଡ କରି କଟକଣା ଲଗାଇଛନ୍ତି ସରକାର। ଗଙ୍ଗନଗର-ଶିରୀପୁର, ଶିରୀପୁର-ଗୋପବନ୍ଧୁ ଛକ ରାସ୍ତା ସିଲ୍‌ କରାଯାଇଛି। ଗୋପବନ୍ଧୁ ଛକ-LIC ଛକ ରାସ୍ତା ଅନ୍ୟାଦେଶ ଯାଏ ବନ୍ଦ କରାଯାଇଛି। ସଂପୃକ୍ତ ଅଞ୍ଚଳର ସବୁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ସିଲ୍ କରିଛି ପ୍ରଶାସନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.